ସାରା ଦେଶ ୨୧ ଦିନ ପାଇଁ ଲକ୍‌ଡାଉନ୍‌: ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ କୋରୋନା ମୁକାବିଲା ନେଇ ଏକ ଗୁରୁତ୍ବପୂର୍ଣ୍ଣ ଅଭିଭାଷଣ ରଖିଛନ୍ତି। ଅଭିଭଷଣରେ ମୋଦି ଦେଶବାସୀଙ୍କୁ କୋରୋନା ବିରୋଧରେ ମହା ଲଢ଼େଇ ଲଢ଼ିବା ପାଇଁ ଆହ୍ବାନ ଦେଇଛନ୍ତି। ୨୧ ଦିନ ପାଇଁ ସାରା ଦେଶ ଲକଡାଉନ୍‌ ହେଲା ବୋଲି ଘୋଷଣା କରିଛନ୍ତି। ଫଳରେ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ସାରା ଦେଶରେ ଆଉ କେହି କେଉଁଠିକୁ ଯାତ୍ରା କରିପାରିବା ଉପରେ ସରକାରୀ ଭାବେ ରୋକ ଲାଗିଛି। କେବଳ ଅତ୍ୟାବଶ୍ୟକ ଜିନିଷ ବିକ୍ରିକୁ ଛାଡ଼ି ଆଉ ସବୁ ଉପରେ ରୋକ୍‌ ଲାଗିଛି। ସ୍ଥଳ, ଜଳ ଆକଶ ପଥକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ରାତି ୧୨ଟା ପରଠାରୁ ଆଉ କେହି ଅନ୍ୟ ସ୍ଥାନକୁ ଯାଇ ପାରିବେ ନାହିଁ ବୋଲି ମୋଦି ନିର୍ଦେଶ ଦେଇଛନ୍ତି। ଏହା ଏକପ୍ରକାର କର୍ଫ୍ୟୁ ବୋଲି କହିବାକୁ ପଛାଇ ନାହାନ୍ତି।

ମହାମାରୀ କୋରୋନା ବିଶ୍ବର ୧୯୫ଟି ଦେଶକୁ ଆକ୍ରାନ୍ତ କରିଥିବାରୁ ଏହା ବିରୋଧରେ ମହାଲଢ଼େଇ ଆରମ୍ଭ ହୋଇଛି। ଏସବୁ ସତ୍ତ୍ବେ ଆମ ଦେଶରେ ଆଗକୁ ଜଟିଳ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ସୂଚନା ଦେଇଛନ୍ତି। ଆସନ୍ତା ୨୧ ଦିନ ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ନଚେତ୍‌ ଆମେ ୨୧ ବର୍ଷ ତଳକୁ ଚାଲିଯିବା ବୋଲି ମୋଦି କହିଛନ୍ତି। ଏହି ପରିସ୍ଥିତିକୁ ସାମ୍ନା କରିବା ପାଇଁ ଆମେ ସମେସ୍ତ ଘର ଭିତରେ ରହିବାର ସବୁଠୁ ବେଶୀ ଆବଶ୍ୟକତା ରହିଛି। ଏହା ନ ହେଲେ ଆମେ କୋରୋନାକୁ ଜିତିାବ ଆମ ପାଇଁ କଷ୍ଟକର ହୋଇପଡ଼ିବ ବୋଳି ସେ କହିଛନ୍ତି।

ମୋଦି ଆହ୍ବାନ ଦେଇ କହିଛନ୍ତି ସାମାଜିକ ଦୂରତ୍ବ ବଜାୟ ରଖନ୍ତୁ। ଜ୍ଞାତି କୁଟୁମ୍ବ ମୋହ ଛାଡ଼ି ପରିବାର ଠାରୁ ଦୂରେଇ ଯିଏ ଯେଉଁଠି ଅଛି ସେଇଠି ରହିବା ପାଇଁ ଚେଷ୍ଟା କରନ୍ତୁ। ଯଦି ମନରେ ଦ୍ବନ୍ଦ୍ବ ଅଛି, ତାହେଲେ ହେଲ୍ପଲାଇନ୍‌ ନମ୍ବରରେ ଯୋଗାଯୋଗ କରି ସରକାରଙ୍କ ସହଯୋଗ ନିଅନ୍ତୁ। ଆପଣ ନିଜେ ନିଜର ଯତ୍ନ ନେବା ସହ ପରିବାରର ମଧ୍ୟ ଯତ୍ନ ନିଅନ୍ତୁ। ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ସେବନ କରନ୍ତୁ ନାହିଁ। କୌଣସି ପ୍ରକାର ଗୁଜବ ପ୍ରଚାରରେ ବିଶ୍ବାସ କରନ୍ତୁ ନାହିଁ ବୋଲି ମୋଦି ଆହ୍ବାନ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ