ପାକିସ୍ତାନରେ ଡାକ୍ତରଙ୍କ ଧମକ: ସୁରକ୍ଷା ଉପକରଣ ନ ଦେଲେ ଧର୍ମଘଟ


କୋଭିଡ-୧୯ ଏବେ ସାରା ବିଶ୍ୱକୁ ବ୍ୟାପିସାରିଲାଣି। ପାକିସ୍ତାନରେ ମଧ୍ୟ ଏହା ତା'ର ଉପସ୍ଥିତି ଜାହିର କରିସାରିଛି। ଏବେ କୋଭିଡ-୧୯ ବା କୋରୋନା ଭାଇରସ ସଂକ୍ରମଣରେ ପାକିସ୍ତାନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲାଣି ୪୯୫ରେ। ଏପରିସ୍ଥଳେ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟକର୍ମଚାରୀମାନଙ୍କୁ ଉପଯୁକ୍ତ ସୁରକ୍ଷା ଉପକରଣ ନ ଦେଲେ ସେମାନେ ମାର୍ଚ୍ଚ ୨୪ରୁ ଧର୍ମଘଟ କରିବାକୁ ଧମକ ଦେଇଛନ୍ତି। ସେମାନେ ଆଉ ନିଜ ନିଜର ସୁରକ୍ଷା ଉପକରଣ ବ୍ୟବହାର କରିପାରିବେ ନାହିଁ ବୋଲି କହିଛନ୍ତି। ୨୪ ମାର୍ଚ୍ଚରୁ ସବୁ ଓପିଡିକୁ ବନ୍ଦ କରିଦେବାକୁ ଡାକ୍ତରମାନଙ୍କ ପକ୍ଷରୁ ଧମକ ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ