ହୋଶ୍‌ ଉଡ଼ାଇଦେବ କରୀନାଙ୍କ ଏହି ସିମ୍ପଲ ଟି-ଶାର୍ଟର ଦାମ୍‌


ବଲିଉଡ୍‌ ଫ୍ୟାସିନିଷ୍ଟା କରୀନା କପୁର ଖାନ ଅଧିକାଂଶ ସମୟରେ କାଜୁଆଲ୍‌ ଲୁକ୍‌ରେ ନଜର ଆସନ୍ତି। କିନ୍ତୁ ତାଙ୍କ ଷ୍ଟାଇଲ୍‌ ଏପରି ହୋଇଥାଏ, ଯାହା ସମସ୍ତଙ୍କ ମଧ୍ୟରେ ଏକ ଛାପ ଛାଡ଼ି ଯାଇଥାନ୍ତି। ଏଥର ବି ଯେତେବେଳେ ବେଗମ ନିଜ ପତି ସୈଫ ଅଲୀ ଖାନ ଓ ତୈମୁର ଅଲୀ ଖାନଙ୍କ ସହିତ ନଜର ଆସିଥିଲେ ତାଙ୍କ ଲୁକ୍‌ ଏପରି ଥିଲା, ଯାହା ସାଧାରଣ ଝିଅଙ୍କୁ ମଧ୍ୟ ଷ୍ଟାଇଲିଶ୍‌ ଲୁକ୍‌ ଦେବ। ତେବେ କରୀନାଙ୍କ ଏହି ଲୁକ୍‌କୁ କପି କରିବା ଲାଗି କରୀନାଙ୍କ କପଡ଼ାକୁ ମଧ୍ୟ କପି କରିବାକୁ ପଡ଼ିବ।

ସୂଚନାଯୋଗ୍ୟ ଯେ କରୀନା ଯେଉଁ କପଡ଼ା ପିନ୍ଧି ଥିଲେ, ଏହା ଏକ ସାଧାରଣ ଝିଅ ପାଇଁ ଏହା କିଣିବା ସହଜ ନୁହେଁ। ଏବେ ବେବୋଙ୍କ କଳା ରଙ୍ଗର ଟି-ଶାର୍ଟ ଦେଖନ୍ତୁ। ଏହି ଟି-ଶାର୍ଟକୁ ଆମେରିକୀୟ-ଇରାନୀ ଫ୍ୟାଶନ୍‌ ଡିଜାଇନର ମାଇକ୍‌ ଆମିରିଙ୍କ ବ୍ରାଣ୍ଡ ଆମିରିର ବ୍ଲାକ୍‌ ଟି-ଶାର୍ଟ ପିନ୍ଧି ଥିଲେ। ଏହି ରାଉଣ୍ଡ ନେକ୍‌ ଟି-ଶାର୍ଟର ବ୍ୟାକ୍‌ରେ ବ୍ରାଣ୍ଡର ନାମ ଲେଖା ହୋଇଥିବାବେଳେ ସାମ୍ନାରେ ‘ଏ ଲାଇଫ୍‌ ବେଅଣ୍ଡ ୱାଇଲ୍ଡେଷ୍ଟ ଡ୍ରିମ୍‌’ ଲେଖା ହୋଇଥିଲା। ଏହି ହାଫ୍‌ ସ୍ଲିଭ୍‌ସ ଟି-ଶାର୍ଟ ସହିତ କରୀନା ହ୍ବାଇଟ୍‌ ଷ୍ଟ୍ରେଟ୍‌ ଫିଟ୍‌ ଜିନ୍ସ ଓ ବ୍ରାଉନ୍‌ ବ୍ଲାକ୍‌ ହିଲ୍ସ ପିନ୍ଧିଥିଲେ।

କରୀନା ଏହି ଲୁକ୍‌କୁ କାଜୁଆଲ ରଖିବା ସହିତ ମେସି ହାଇ ବନ ହେଆରଷ୍ଟାଇଲ୍‌ ରଖିଥିଲେ। ସେହିପରି ସୂର୍ଯ୍ୟକିରଣରୁ ଆଖିକୁ ରକ୍ଷା କରିବା ଲାଗି ଷ୍ଟାଇଲିଶ୍‌ କଳା ଚଷମା ପିନ୍ଧି ଥିଲେ। ଯଦିଓ କରୀନା ନିଜ ପାଉଟ୍‌କୁ ହାଇଲାଇଟ୍‌ କରିଥିଲେ। ଏଥିସହିତ ସେ ସେ ବ୍ରାଇଟ୍‌ ରେଡ୍‌ କଲରର ଲିପ୍‌ଷ୍ଟିକ୍‌ ଚୟନ କରିଥିଲେ। ଏହି ସିମ୍ପଲ ଦେଖାଯାଉଥିବା ଟି-ଶାର୍ଟର ଦାମ୍‌ ୪୨୩ ଡଲାର୍ସ ଅଟେ। ଏହା ଭାରତୀୟ ମୁଦ୍ରାରେ ପାଖାପାଖି ୩୧,୨୮୪.୬୬ ଟଙ୍କା। ଏହି ଟି-ଶାର୍ଟ ଅନ୍‌ଲାଇନ୍‌ ଶପିଂଙ୍କ ପାଇଁ ଉପଲବ୍ଧ। ଯଦି ଆପଣ ମଧ୍ୟ କରୀନାଙ୍କ ଭଳି ଅବିକଳ ଟି-ଶାର୍ଟ ଚାହୁଛନ୍ତି, ଆପଣଙ୍କୁ ୩୦ ହଜାର ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ