ସୋସାଲ ମିଡିଆରେ ଐଶ୍ବର୍ଯ୍ୟାଙ୍କ ଡୁପ୍ଲିକେଟ୍‌


ମରାଠୀ ଅଭିନେତ୍ରୀ ମାନସୀ ନାଏକ ବଲିଉଡ୍‌ ସୁପରଷ୍ଟାର୍‌ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଭଳି ଦେଖାଯାଉଥିବା କାରଣରୁ ସୋସାଲ ମିଡିଆରେ ସମସ୍ତଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିଛନ୍ତି। ଇଣ୍ଟରନେଟ୍‌ରେ ମାନସୀଙ୍କ ଅନେକ ଫଟୋ ଭାଇରାଲ ହେଉଛି। ଏପରିସ୍ଥଳେ କେତେକ ଲୋକଙ୍କୁ ଲାଗୁଛି ମାନସୀଙ୍କ ଲୁକ୍‌ ଓ ଚେହେରା ଅବିକଳ ଐଶ୍ବର୍ଯ୍ୟା ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିବାବେଳେ ଦେଖାଯାଉଥିଲେ।

ତାଙ୍କର ଏହି ଫଟୋରେ ଜଣେ ୟୁଜର ଲେଖିଛନ୍ତି ଐଶ୍ବର୍ଯ୍ୟାଙ୍କ ହମସକଲ। ସେହିପରି ଅନ୍ୟ ଜଣେ ଲେଖିଛନ୍ତି ଐଶ୍ବର୍ଯ୍ୟାଙ୍କ କାର୍ବନ କପି। ସୂଚନାଯୋଗ୍ୟ ଯେ ବର୍ଷ ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲକି: ନୋ ଟାଇମ୍‌ ଫର୍‌ ଲଭ୍‌’ରେ ସଲମାନଙ୍କ ବିପରୀତରେ ନଜର ଆସିଥିବା ଅଭିନେତ୍ରୀ ସ୍ନେହା ଉଲ୍ଲାଲଙ୍କୁ ନେଇ ମଧ୍ୟ ଏହି ଧାରଣା ସୃଷ୍ଟି ହୋଇଥିଲା ଯେ ସେ ବିଲ୍‌କୁଲ୍‌ ଐଶ୍ବର୍ଯ୍ୟା ଭଳି ନଜର ଆସୁଛନ୍ତି। ଯଦିଓ ମାନସୀଙ୍କ ଐଶ୍ବର୍ଯ୍ୟାଙ୍କ ଭଳି ଦେଖାଯିବା ତାଙ୍କ ପାଇଁ ଲାଭଦାୟକ ହେବ କି ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ