କନିକା କପୁର କୋରେନା ପଜିଟିଭ୍‌, ଯାଞ୍ଚ ଏଡ଼ାଇଥିବାରୁ କାର୍ଯ୍ୟାନୁଷ୍ଠାନ ଖୁବ୍‌ଶୀଘ୍ର


ବଲିଉଡ୍‌ କଣ୍ଠଶିଳ୍ପୀ କନିକା କପୁର କୋରୋନା ଭାଇରସର ଶିକାର ହୋଇଛନ୍ତି। ତାଙ୍କର କୋରୋନା ଭାଇରସ ରିପୋର୍ଟ ପଜିଟିଭ୍ ଆସିଛି। ସୂଚନାଯୋଗ୍ୟ ଯେ ୧୫ ମାର୍ଚ୍ଚରେ କନିକା ଲଣ୍ଡନରୁ ଲକ୍ଷ୍ନୌ ଆସିଥିଲେ। ବିମାନବନ୍ଦରରେ ବିମାନବନ୍ଦର କର୍ମଚାରୀଙ୍କ ସହାୟତାରେ ବାଥ୍‌ରୁମ୍‌ରେ ଲୁଚି ପଳାଇ ଆସିଥିଲେ। ଲକ୍ଷ୍ନୌ ମହାନଗରରେ ଥିବା ଗ୍ୟାଲେଣ୍ଟ ଆପାର୍ଟମେଣ୍ଟରେ ସେ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ପାର୍ଟି ମଧ୍ୟ ଦେଇଥିଲେ।

ଶୁକ୍ରବାର କନିକାଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। କନିକା କପୁର ଲକ୍ଷ୍ନୌସ୍ଥିତ ତାଜ ହୋଟେଲ୍‌ ମଧ୍ୟ ଯାଇଥିଲେ। କନିକାଙ୍କ ପାର୍ଟିରେ ବଡ଼ ବଡ଼ ଅଫିସର ଓ ଅନେକ ନେତା ମଧ୍ୟ ସାମିଲ୍‌ ହୋଇଥିଲେ। ଏହି ଖବର ଶୁଣିବା ପରେ ପୂରା ଆପାର୍ଟମେଣ୍ଟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସମସ୍ତେ ଡରରେ ରହିଛନ୍ତି। ତାଙ୍କ ଘରେ କାମ କରୁଥିବା ଚାକରଙ୍କଠାରୁ ଆରମ୍ଭ କରି ପାର୍ଟିର କ୍ୟାଟରର ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଭୟରେ ଅଛନ୍ତି। ମିଳିଥିବା ଖବର ଅନୁସାରେ କନିକା ଯେଉଁ ପାର୍ଟିରେ ଯାଇଥିଲେ, ସେଥିରେ ଉତ୍ତର ପ୍ରଦେଶର ଅନେକ ହାଇ ପ୍ରୋଫାଇଲ୍‌ ଚେହେରା ଉପସ୍ଥିତ ଥିଲେ। କନିକା ଲକ୍ଷ୍ନୌରେ ଯାହାକୁ ଭେଟିଥିଲେ, ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ କରାଯାଉଛି। ସେହି ସ୍ଥାନକୁ ସ୍ୟାନିଟାଇଜ୍‌ଡ କରାଯାଉଛି। କନିକା ଯେଉଁ ଯେଉଁ ଅଞ୍ଚଳକୁ ଯାଇଥିଲେ ସେହି ସବୁ ସ୍ଥାନର ଦୋକାନ, ଅଫିସ୍‌ ବନ୍ଦ କରି ଦିଆଯାଇଛି। କୁହାଯାଉଛି, କନିକା ଯେଉଁ ପାର୍ଟିରେ ସାମିଲ୍‌ ହୋଇଥିଲେ, ତାହା ପୂର୍ବତନ ସାଂସଦ ଅକବର ଅହମ୍ମଦ ଡମ୍ପିଙ୍କ ଘରେ ରଖାଯାଇଥିଲା। ଏହି ପାର୍ଟିରେ ପୂର୍ବତନ ମୂଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ସାଂସଦ ଦୁଶ୍ୟନ୍ତ ସିଂ, କଂଗ୍ରେସ ନେତା ଜିତିନ ପ୍ରସାଦ, ୟୁପିର ଅନେକ ଅଫିସର ଓ ମନ୍ତ୍ରୀ ସାମିଲ୍‌ ହୋଇଥିଲେ। ସେ ଏକ ଜଣାଶୁଣା ସ୍କିନ୍‌ କ୍ଲିନିକକୁ ମଧ୍ୟ ଯାଇଥିଲେ। ତେବେ ଲୁଚି ପଳାଇ ଆସିଥିବାରୁ ସରକାରଙ୍କ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ କୋରୋନା ଭାଇରସର ପ୍ରଭାବ ଏବେ ସାରା ବିଶ୍ବରେ ଭୟ ସୃଷ୍ଟି କରିଛି। ଚାରିଆଡ଼େ ଏହି ଭାଇରସକୁ ନେଇ ହାହାକାର ପଡ଼ିଛି। ସେହିପରି ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ଦେଖି ସରକାର ଅନେକ ରାଜ୍ୟ ରେ ସିନେମାଘର, ସ୍କୁଲ୍‌ କଲେଜ୍‌ ବନ୍ଦ କରି ଦିଆଯାଇଛି। ବଲିଉଡ୍‌ରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ସମସ୍ତ ଫିଲ୍ମର ଶୁଟିଂ ବାତିଲ୍‌ କରି ଦିଆଯାଇଛି। ଏପରିସ୍ଥଳେ ବଲିଉଡ୍‌ର ସେଲିବ୍ରିଟିମାନେ ଲଗାତର ସୋସାଲ ମିଡିଆରେ ନିଜ ପ୍ରଶଂସକଙ୍କୁ କୋରୋନାରୁ ରକ୍ଷା ପାଇବା ପରାମର୍ଶ ଦେଉଥିବା ନଜର ଆସୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ