କଳାବତୀଙ୍କ ସାହସକୁ ସଲାମ: ନିଜ ହାତରେ ତିଆରି କଲେ ୪୦୦୦ ଶୌଚାଳୟ


ଲୋକେ କହନ୍ତି କେବଳ ଶିକ୍ଷିତ ବ୍ୟକ୍ତି ହିଁ ଦେଶ ନିର୍ମାଣରେ ସାହାଯ୍ୟର ହାତ ବଢ଼ାଇପାରିବେ। କିନ୍ତୁ ଆମ ଦେଶରେ ୫୮ ବର୍ଷୀୟା କଳାବତୀ ଦେବୀ ଏହି କଥାକୁ ଭୁଲ୍‌ ବୋଲି ପ୍ରମାଣିତ କରିଛନ୍ତି। ଚଳିତ ବର୍ଷ ମହିଳା ଦିବସ ଅବସରରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ ହୋଇଥିବା କଳାବତୀ କେବଳ ଦେଶର ନୁହେଁ, ବରଂ ପ୍ରତ୍ୟେକ ମହିଳାଙ୍କ ଗୌରବ ବଢ଼ାଇଛନ୍ତି। କେବଳ କଳାବତୀଙ୍କ ପାଇଁ ଏବେ କାନପୁର ଖୋଲା ମଳ ମୁକ୍ତ ହୋଇପାରିଛି।

ତିଆରି କରିଛନ୍ତି ୪୦୦୦ରୁ ଅଧିକ ଶୌଚାଳୟ
କଳାବତୀ ଜଣେ ରାଜମିସ୍ତ୍ରୀ। ୫୮ ବର୍ଷ ବୟସରେ କଳାବତୀ ୪୦୦୦ରୁ ଊର୍ଦ୍ଧ୍ବ ଶୌଚାଳୟ ତିଆରି କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏଥିସହିତ ସେ ଲୋକଙ୍କ ସଚେତନ ମଧ୍ୟ କରୁଛନ୍ତି। ମହିଳା ଓ ପୁରୁଷମାନେ ଖୋଲାରେ ମଳତ୍ୟାଗ କରିବାବେଳେ ଏହା ଦେଖି ତାଙ୍କୁ ବହୁତ ଖରାପ ଲାଗୁଥିଲା। ଏହା ସେ ବରଦାସ୍ତ କରିପାରି ନ ଥିଲେ। ଏଥିପାଇଁ ସେ ପଥପ୍ରାନ୍ତ ନାଟକ ଜରିଆରେ ଲୋକଙ୍କୁ ଖୋଲାରେ ମଳତ୍ୟାଗ କରିବାର କ୍ଷତି ସମ୍ପର୍କରେ ବୁଝାଇ ସେମାନଙ୍କ ଆଖି ଖୋଲି ଦେଇଥିଲେ।

ଲୋକଙ୍କ ସମାଲୋଚନା ଶୁଣି ବି ହାର୍‌ ମାନି ନ ଥିଲେ

କଳାବତୀଙ୍କୁ ଲୋକେ ଗାଳି ଦେଉଥିଲେ। ସମାଲୋଚନା କରୁଥିଲେ। ଏପରିକି ତାଙ୍କ କଲୋନୀର ଲୋକେ ଶୌଚାଳୟ ପାଇଁ ସ୍ଥାନ ମଧ୍ୟ ଦେଉ ନ ଥିଲେ। କାରଣ ସେମାନେ ଶୌଚାଳୟର ମହତ୍ତ୍ବ ବୁଝି ପାରୁ ନ ଥିଲେ। ବହୁତ ପରିଶ୍ରମ କରିବା ପରେ ଧିରେ ଧିରେ ସେମାନେ ଏହା ବୁଝିପାରି ଥିଲେ। ଏହାପରେ ଅନ୍ୟ ସବୁ ବସ୍ତି ଲୋକ ମଧ୍ୟ କଳାବତୀଙ୍କ କଥା ବୁଝି ଶୌଚାଳୟ ତିଆରି କରିବା ଆରମ୍ଭ କରିଥିଲେ।

ନିଜେ ପୂରା ପରିବାର ଚଳାଉଛନ୍ତି
କଳାବତୀଙ୍କ ପତିଙ୍କ ମୃତ୍ୟୁ ହୋଇଯାଇଛି। ସେ ତାଙ୍କ ଝିଅ ଓ ଦୁଇ ନାତି ନାତୁଣୀଙ୍କ ସହିତ ରହୁଛନ୍ତି। କୌଣସି କାରଣ ପାଇଁ ତାଙ୍କ ଜ୍ବାଇଁଙ୍କ ମୃତ୍ୟୁ ହୋଇଯାଇଛି। କଳାବତୀ ଏକୁଟିଆ ତାଙ୍କର ପରିବାର ପ୍ରତିପୋଷଣ କରୁଛନ୍ତି।

କଲୋନୀର ଥିଲା ଖରାପ ପରିସ୍ଥିତି

କଳାବତୀ ବିବାହ କରି ଏହି ଗାଁକୁ ଆସିବାବେଳେ ପୂରା କଲୋନୀରେ ଗୋଟିଏ ହେଲେ ବି ଶୌଚାଳୟ ନ ଥିଲା। ସେ ଖୋଲାରେ ଶୌଚ ହେବାକୁ ମନା ମଧ୍ୟ କରିଥିଲେ। ସେ ବହୁତ ଅଭିଯାନ ଚଳାଇବା ପରେ ଯାଇ ଅଧିକାରୀମାନେ ଶୌଚାଳୟ ପାଇଁ ପ୍ରପୋଜାଲ ରଖିଥିଲେ। କିନ୍ତୁ ସର୍ତ୍ତ ରଖିଥିଲେ ଯେ ଯଦି କଲୋନୀର ଲୋକ ଶୌଚାଳୟ ପାଇଁ ଖର୍ଚ୍ଚ ହେଉଥିବା ମୋଟ୍‌ ଖର୍ଚ୍ଚର ଏକ ତୃତୀୟାଂଶ ଖର୍ଚ୍ଚ ଉଠାଇବାକୁ ପ୍ରସ୍ତୁତ ହୋଇଯିବେ, ତେବେ ଦୁଇ ତୃତୀୟାଂଶ ଟଙ୍କା ସରକାରୀ ଯୋଜନା ଅଧୀନରେ ମିଳିବ।

୩୨ ବର୍ଷ ହେଲାଣି କରି ଚାଲିଛନ୍ତି ଶୌଚାଳୟ ନିର୍ମାଣ କାମ
ପିଲା ଦିନୁ ତାଙ୍କୁ କିଛି ଭିନ୍ନ କରିବାର ଇଚ୍ଛା ଥିଲା। କିନ୍ତୁ ସେ କେବେ ସ୍କୁଲ୍‌ ଯାଇପାରି ନ ଥିଲେ। ସବୁବେଳେ ସେ ସମାଜ ସେବା କରିବାକୁ ଚାହୁଥିଲେ। ସେ ନିଜ ହାତରେ ୫୦ରୁ ଅଧିକ ସାମୁହିକ ଶୌଚାଳୟ ନିର୍ମାଣ କରିଛନ୍ତି। ଦୀର୍ଘ ୩୨ ବର୍ଷ ଧରି ସେ ଏହି କାମ କରି ଆସୁଛନ୍ତି। ବାହାଘର ପରେ ସେ ଶ୍ରମିକ ଭାରତୀ ସଂସ୍ଥା ସହିତ ମିଶି କାମ କରିବାରେ ଲାଗିଲେ। ସେତେବେଳେ ବସ୍ତିବାସିନ୍ଦାଙ୍କ ପରିସ୍ଥିତି ଉପରେ ନଜର ଦେଇ କାମ କରିବା ଆରମ୍ଭ କରିଥିଲେ। ଏହାପରେ ସେ ବୁନ୍ଦ ବଚତ ସହିତ ମିଶି ସଦସ୍ୟମାନେ ୧୦ ଟଙ୍କା ଲେଖାଏଁ ଆଦାୟ କରି ନଃଶୁକ୍ଳ ଶୌଚାଳୟ ନିର୍ମାଣ କାମ ଆରମ୍ଭ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ