ସ୍ବାସ୍ଥ୍ୟର ଧ୍ୟାନ ରଖିବ ଅଁଳା ଚଟଣୀ


ଅଁଳାରେ ଭିଟାମିନ୍‌ ସି’ ଭରପୂର ମାତ୍ରାରେ ରହିଛି। ତେଣୁ ଏହାକୁ ସେବନ କରି ରୋଗପ୍ରତିରୋଧକ ଶକ୍ତିକୁ ମଜ୍‌ବୁତ କରିହେବ। ଏଥିସହିତ ରୋଗ ସହିତ ଲଢ଼ିବାର ଶକ୍ତି ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ଅଁଳା ଚଟଣୀର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୧୦୦ ଗ୍ରାମ୍‌ ଅଁଳା, ୧୦୦ ଗ୍ରାମ୍‌ କଟା ଧନିଆ, ୫ କୋଲା ରସୁଣ, ୪ଟି କଞ୍ଚା ଲଙ୍କା, ଚିମୁଟେ ହେଙ୍ଗୁ, ଅଧ ଚାମଚ ଜିରା, ସ୍ବାଦାନୁସାରେ ଲୁଣ ଓ ଆବଶ୍ୟକ ଅନୁସାରେ ତେଲ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଅଁଳାକୁ ଭଲ ଭାବେ ଧୋଇ ସଫା କରନ୍ତୁ। ଏବେ ଏହାର ମଞ୍ଜି ବାହାର କରି ଗ୍ରାଇଣ୍ଡିଂ କରନ୍ତୁ। ଏବେ ଅଁଳା ଓ ଅନ୍ୟ ସାମଗ୍ରୀ ମିଶାଇ ଅଳ୍ପ ପାଣି ମିଶାଇ ନିଅନ୍ତୁ। ଏହାକୁ ଗ୍ରାଇଣ୍ଡରରେ ସ୍ମୁଥ୍‌ ପେଷ୍ଟ ତିଆରି କରନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଅଁଳା ଚଟଣୀ। ଏବେ ଛୁଙ୍କ ଦେବା ଲାଗି ଏକ ପ୍ୟାନ୍‌ରେ ତେଲ ପକାନ୍ତୁ। ସେଥିରେ ଶୁଖିଲା ଲଙ୍କା, ଜିରା ପକାଇ ହାଲୁକା ଭାବେ ଭାଜନ୍ତୁ। ଏହି ଛୁଙ୍କକୁ ଅଁଳା ଚଟଣୀ ଉପରେ ଢାଳନ୍ତୁ। ଏବେ ଖାଆନ୍ତୁ ଏହି ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଅଁଳା ଚଟଣୀ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ