ବାଜି ମାରିଲେ ସିକ୍କିମ ଗାର୍ଲ: ମନିଲା ସୁପର ମଡେଲ୍‌ ଅଫ୍‌ ଦ ଇଅର

କେବଳ ଶୋ’ ନୁହେଁ, ହୃଦୟ ଜିତିଲେ ମନିଲା

ଏମ୍‌ଟିଭିରେ ୨୨ ଡିସେମ୍ବରରେ ଆରମ୍ଭ ହୋଇଥିବା ଶୋ’ ‘ସୁପର ମଡେଲ୍‌ ଅଫ୍‌ ଦ ଇଅର’ର କନ୍‌ସେପ୍ଟ ବୁଝିବା ସମସ୍ତଙ୍କ ପାଇଁ ସହଜ ନ ଥିଲା। ସମସ୍ତେ ଭାବୁଥିଲେ ମଡେଲିଂ କରିବେ, ତାହା ପୁଣି ନିଜ ଅସଲ ରୂପ ଦେଖାଇ। ଏହା କିପରି ସମ୍ଭବ? ତେବେ ଶେଷରେ ଏହି ଶୋ’ର ଟାଇଟଲ ହାସଲ କରିଛନ୍ତି ମନିଲା ପ୍ରଧାନ। ଚାଲନ୍ତୁ ଜାଣିବା ମନିଲାଙ୍କ ସମ୍ପର୍କରେ କିଛି ରୋଚକ କଥା।

ମନିଲା ପ୍ରଧାନ କିଏ

ସିକ୍କିମରୁ ଆସିଥିବା ମନିଲା ସବୁବେଳେ ନିଜ ଚେହେରା ପାଇଁ ଲୋକଙ୍କ କଟାକ୍ଷର ଶିକାର ହେଉଥିଲେ। ଲୋକେ ତାଙ୍କୁ ଚିଙ୍କି କହି ଚିଡ଼ାଉ ଥିଲେ। କିନ୍ତୁ ସେହି ଝିଅଙ୍କୁ ମଲାଇକାଙ୍କଠାରୁ ଆରମ୍ଭ କରି ମିଲିନ୍ଦଙ୍କ ପର୍ଯ୍ୟନ୍ତ ସଭିଏଁ ଇଣ୍ଟରନ୍ୟାସନାଲ ଫେସ୍‌ କହି ପ୍ରଶଂସା କରିଥିଲେ। ମନିଲାଙ୍କ ଯାତ୍ରା ବହୁତ କଠିନ ଥିଲା। ଏହି ଯାତ୍ରାରେ ସେ ଅନେକ ବନ୍ଧୁ ମଧ୍ୟ ସୃଷ୍ଟି କରିଛନ୍ତି। ମନିଲାଙ୍କୁ ସାଇଲେଣ୍ଟ କିଲର ବୋଲି ମଧ୍ୟ କୁହାଯାଉଥିଲା। ସେ ଚୁପ୍‌ ରହୁଥିଲେ ଓ ନିଜ କାମ କରି ବାହାରି ଯାଉଥିଲେ। ଏହି ଶୋ’ର ଟାଇଟଲ ଜିତିବା ପରେ ମନିଲା କହିଛନ୍ତି, ଏହା ତାଙ୍କର କୌଣସି ସ୍ବପ୍ନ ସତ ହେବାରୁ କମ୍‌ ନୁହେଁ। ନିଜର ସବୁଠାରୁ ବଡ଼ ଶକ୍ତି ନିଜ ପାଖରେ ରହିଛି, ଯାହା ଅନ୍ୟ ପାଖରେ ନାହିଁ। ଶୋ’ର ସମସ୍ତ ଜଜ୍‌ ଓ ମେଣ୍ଟର୍ସ ବହୁତ ଭଲ। ମଲାଇକା ଓ ଉଜ୍ଜ୍ବଳା ତାଙ୍କୁ କେତେ ଗାଳି ଦେଲେ, ତାହା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ। ଏହି ଗାଳି ତାଙ୍କର ବ୍ୟକ୍ତିତ୍ବର ବିକାଶ ପାଇଁ ଥିଲା ବୋଲି ମନିଲା କହିଛନ୍ତି।

ସଭିଙ୍କୁ ପ୍ରଭାବିତ କରିଥିଲେ ମନିଲା
ଏହି ଶୋ’ରେ ଦୁଇଟି ଅଂଶ ଥିଲା। ଗୋଟିଏ ପଟେ ବୁଟ୍‌ କ୍ୟାମ୍ପ ଥିଲା। ଯେଉଁଥିରେ ଝିଅମାନଙ୍କୁ ଅଲଗା ଅଲଗା ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥିଲା। ଦ୍ବିତୀୟ ପାର୍ଟରେ ସେମାନଙ୍କୁ ଅସଲ କ୍ଲାଇଣ୍ଟକୁ ନିଜ କାମରେ ଇମ୍ପ୍ରେସ୍‌ କରିବାକୁ ପଡ଼ୁଥିଲା। ଏଭଳି କଷ୍ଟକର ଚ୍ୟାଲେଞ୍ଜକୁ ସାମ୍ନା କରି ମନିଲା ୩ଟି ବ୍ୟାଚ୍‌ ମଧ୍ୟ ହାସଲ କରିଥିଲେ ଓ ସବୁବେଳେ ନିଜକୁ ପ୍ରମାଣିତ କରି ଅସୁଥିଲେ। ୧୫ ମାର୍ଚ୍ଚରେ ଏହି ଶୋ’ର ଫାଇନାଲ ଥିଲା। ଯେଉଁଥିରେ ସିକ୍କିମ ଗାର୍ଲ ମନାଲି ପ୍ରଧାନ ବାଜି ମାରିଛନ୍ତି। ଏହି ଶୋ’ ଜିତିବା ପରେ ତାଙ୍କୁ ୫ ଲକ୍ଷ ଟଙ୍କା, ୧ ବର୍ଷ ପାଇଁ ଲିଭନ୍‌ ହେଆର କେୟାରର ଫେସ୍‌ ଓ ଲାକ୍‌ମେ ୱିଣ୍ଟର ସିଜନ୍‌ରେ ରାମ୍ପ ୱାକ୍‌ କରିବାକୁ ସୁଯୋଗ ମିଳିଛି। ଶୋ’ ସମୟରେ ମନିଲା ବହୁତ ଖୁସି ଅନୁଭବ କରୁଥିଲେ। ସେ ଏହି ଟାଇଟଲ ହାସଲ କରିଥିବା ବିଶ୍ବାସ ମଧ୍ୟ କରିପାରି ନ ଥିଲେ।

ଶୋ’ର ଉଦ୍ଦେଶ୍ୟ

ସବୁବେଳେ ଦେଖିଥିବେ ମଡେଲିଂ କରିବାବେଳେ ଅନେକ ଦିଗ ପ୍ରତି ଧ୍ୟାନ ଦିଆଯାଏ। ଟାଟୁ, ଡ୍ରେଡ୍‌ଲକ୍‌ସ, ବିନା ଦାଗର ଚେହେରା, ସ୍କିନି ବଡି ଏସବୁ ଭଗବାନଙ୍କ ଆଶୀର୍ବାଦରୁ ମିଳିଥାଏ। କିନ୍ତୁ ଏହି ଶୋ’ରେ ଯେତେଜଣ ପ୍ରତିଯୋଗୀ ଭାଗ ନେଇଥିଲେ, ସେମାନଙ୍କ ମଧ୍ୟରେ କାହା ନିକଟରେ ଏହା ନ ଥିଲା। ସେମାନେ ସତ ସହିତ ଆସିଥିଲେ ଓ ସତ ବଳରେ ହୃଦୟ ଜିତି ନେଇଥିଲେ। ସେମାନେ ଝିଅମାନଙ୍କୁ ବଞ୍ଚିବାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ଦେଇଥିଲେ। ଏହି ଶୋ’ର ବିଚାରପତି ଥିଲେ ମଲାଇକା ଆରୋରା, ମିଲିନ୍ଦ ସୋମନ, ମସାବା ଗୁପ୍ତା, ଅନୁଷା ଭିଜେ ଓ ଉଜ୍ଜ୍ବଳା ରାଉତ। ଏମାନେ ଏହି ଝିଅମାନଙ୍କୁ କେବଳ ପରଖି ନ ଥିଲେ, ସେମାନଙ୍କୁ ଚମକାଇ ଥିଲେ ମଧ୍ୟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ