ଆପଣାନ୍ତୁ ୮ଟି ଉପାୟ, ପାଖ ମାଡ଼ିବନି କୋରୋନା


ଦେଶରେ କୋରୋନା ଭୂତାଣୁର ବ୍ୟାପକତା ବଢ଼ିଚାଲିଥିବାରୁ ବୁଧବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ରେ ପହଞ୍ଚିସାରିଛି। ସମଗ୍ର ବିଶ୍ବରେ ମୃତକଙ୍କ ସଂଖ୍ୟା ୭ ହଜାର ୯୫୬ରେ ପହଞ୍ଚିଥିବା ବେଳେ ଚୀନ୍‌ରେ କେବଳ ୩ ହଜାର ୨୩୭ ଜଣଙ୍କର ମୃତ୍ୟୁ ଘଟିଛି। ଏହାଛଡ଼ା ଇଟାଲୀରେ ୨ ହଜାର ୫୦୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୩୦ ହଜାର ଆକ୍ରାନ୍ତ ହୋଇଛନ୍ତି। ସମଗ୍ର ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦେଢ଼ ଲକ୍ଷରୁ ଅଧିକ ହୋଇସାରିଛି। ଏହାକୁ ରୋକିବା ଭାରତ ସରକାର ଓ ବିଭିନ୍ନ ରାଜ୍ୟ ସରକାର ଯାବତୀୟ ଉପାୟ ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଚାଲିଥିଲେ ହେଁ ଏହି ଭୂତାଣୁ ତା’ର କାୟା ବଢ଼ାଇଚାଲିଛି। ଏପରି ସ୍ଥିତିରେ କେବଳ ସତର୍କ ରହିଲେ ହିଁ କୌଣସି ବ୍ୟକ୍ତି ନିଜକୁ ଏହି ଘାତକ ଭୂତାଣୁଠାରୁ ନିଜକୁ ବଞ୍ଚାଇପାରିବ। ବିଶେଷକରି ନିମ୍ନରେ ଦିଆଯାଇଥିବା ୮ଟି ଉପାୟ ଅବଲମ୍ବନ କଲେ, ଏହି ଘାତକ ଭୂତାଣୁକୁ ମାତ୍‌ ଦିଆଯାଇପାରିବ।

. ପ୍ରଥମତଃ ପ୍ରତିଟି ବ୍ୟକ୍ତି ନିୟମିତ ବ୍ୟବଧାନରେ ନିଜ ହାତକୁ ସାବୁନ କିମ୍ବା ହ୍ୟାଣ୍ଡ୍‌ ସାନିଟାଇଜର୍‌ରେ ଅତି କମ୍‌ରେ ୨୦ ସେକେଣ୍ଡ ଧରି ଧୋଇବା ଦରକାର।

. କାଶୁଥିବା ବା ଥଣ୍ଡାଜ୍ବର ଲକ୍ଷଣ ଥିବା କୌଣସି ବ୍ୟକ୍ତିବିଶେଷଠାରୁ ଅତି କମ୍‌ରେ ଏକ ମିଟର ବା ୩ ଫୁଟ ଦୂରତା ବଜାୟ ରଖନ୍ତୁ। ଏହାର ମୁଖ୍ୟ କାରଣ ହେଲା, ଉକ୍ତ ବ୍ୟକ୍ତିର କାଶ ବା ଛିଙ୍କରୁ ବାହାରୁଥିବା ଲାଳ ଅଂଶରେ କୋରୋନା ଭୂତାଣୁ ରହିଥିବାରୁ ଆପଣ ସହଜରେ ତା’ ସଂସ୍ପର୍ଶରେ ଆସିଯିବାର ଯଥେଷ୍ଟ ଆଶଙ୍କା ରହିଛି।

. ନିଜ ଆଖି, କାନ ଓ ମୁହଁକୁ କଦାପି ଛୁଅଁନ୍ତୁ ନାହିଁ। କାରଣ ଦୈନନ୍ଦିନ ଜୀବନରେ ଆପଣଙ୍କ ହାତ ଏକାଧିକ ସ୍ଥାନ ସଂସ୍ପର୍ଶରେ ଆସୁଥିବାରୁ ହାତରେ ଭୂତାଣୁ ରହିଥିବାର ଆଶଙ୍କା ରହିଛି। ଏହି ହାତକୁ ଆପଣ ମୁହଁ, ପାଟି କିମ୍ବା ନାକରେ ମାରିଲେ, ହାତରୁ ଭୂତାଣୁ ଅତି ସହଜରେ ଆପଣଙ୍କ ଶରୀରରେ ପ୍ରବେଶ କରିପାରିବେ।

. ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ। ଆଖପାଖ ଲୋକଙ୍କୁ ମଧ୍ୟ ଏଦିଗରେ ସଚେତନ କରାନ୍ତୁ। ତା’ଛଡ଼ା କାଶ କିମ୍ବା ଛିଙ୍କ ବେଳେ ନିଜର ନାକ ଓ ମୁହଁକୁ ଘୋଡ଼ାଇ ରଖନ୍ତୁ। ଅର୍ଥାତ୍‌ ଛିଙ୍କିବା ଅବା କାଶିବା ବେଳେ ଆପଣ ଟିସୁ ପେପର୍‌ ଅବା ନିଜ କହୁଣିକୁ ନାକ ଓ ମୁହଁରେ ଲଗାନ୍ତୁ।

. ଯଦି ଆପଣଙ୍କର କାଶ, ଜ୍ବର ଅବା ନିଃଶ୍ବାସ ନେବାରେ ସମସ୍ୟା ହେଉଛି, ତା’ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ବାହାରକୁ ନ ଯାଇ ଘରେ ରୁହନ୍ତୁ। ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

. ଆପଣ ନିୟମିତ ଭାବେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଯଥା ଟେବଲ, ଡୋର୍‌ନବ୍‌, ଲାଇଟ୍‌ ସ୍ବିଚ୍‌, ହ୍ୟାଣ୍ଡଲ୍‌, ଡେସ୍କ, କମ୍ପ୍ୟୁଟର୍‌, ଫୋନ୍‌, କି’ବୋର୍ଡ ଓ ସର୍ବୋପରି ଟଏଲେଟ୍‌ ଆଦିକୁ ସଫା କରନ୍ତୁ।

. ଯଦି ଆପଣ ଅସୁସ୍ଥ ଅଛନ୍ତି ଅବା ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଉଛନ୍ତି, ତା’ହେଲେ ମୁହଁରେ ମାସ୍କ ବ୍ୟବହାର କରନ୍ତୁ।

. ସର୍ବୋପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ଟ୍ରାଭେଲ୍‌ ଆଡଭାଇଜରୀକୁ ସଠିକ୍‌ ଭାବେ ପାଳନ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ