କରୋନା ପ୍ରଭାବ: ବିଶ୍ବର ଏସବୁ ପର୍ଯ୍ୟଟନସ୍ଥଳୀ ଏବେ ଖାଁ ଖାଁ


ଏବେ ସାରା ବିଶ୍ବରେ ସମସ୍ତଙ୍କ ମୁହଁରେ କୋରୋନା ଭାଇରସ କଥା ଶୁଣିବାକୁ ମିଳୁଛି। ସମସ୍ତେ ଏହି ଭାଇରସକୁ ଡରିମରି ରହିଛନ୍ତି। ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ଭାଇରସ ଏବେ ପୂରା ଦୁନିଆକୁ ନିଜ ଶିକାର କରିଛି। ଏପରିସ୍ଥଳେ ଗୋଟିଏ ପଟେ ଲୋକେ ନିଜକୁ ରକ୍ଷା କରିବା ଲାଗି ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି। ଏପରିକି ଲୋକେ ଘରୁ ବାହାରକୁ ଯିବାରୁ ଦୂରେଇ ରହୁଛନ୍ତି। ଏପରିସ୍ଥଳେ ବିଶ୍ବର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀରେ ଯେଉଁଠି ବର୍ଷସାରା ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିଲା, ସେହି ସବୁ ସ୍ଥାନ ଏବେ ଖାଁ ଖାଁ ଦେଖାଯାଉଛି। କୌଣସି ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁନି ଓ ସେସବୁ ସ୍ଥାନରେ ଶାନ୍ତି ଦେଖିବାକୁ ମିଳୁଛି। ଚାଲନ୍ତୁ ଜାଣିବା ଏଭଳି କିଛି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ, ଯାହା ଏବେ ଖାଲି ଖାଲି ରହିଛି।

କାମ୍ବୋଡିଆର ଅଙ୍ଗକୋର ୱାଟ ମନ୍ଦିର
କାମ୍ବୋଡିଆସ୍ଥିତ ହିନ୍ଦୁଙ୍କ ଭଗବାନ ବିଷ୍ଣୁଜୀଙ୍କ ଅଙ୍ଗକୋର ୱାଟ୍‌ ମନ୍ଦିର ସାରା ବିଶ୍ବରେ ଲୋକପ୍ରିୟ। ଏଠାକୁ ପ୍ରତ୍ୟେକ ବର୍ଷ ପାଖାପାଖି ୨୦ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ଆସନ୍ତି। ଏଠାରେ ବର୍ଷ ସାରା ଭକ୍ତଙ୍କ ଭିଡ଼ ଲାଗି ରହିଥାଏ। କିନ୍ତୁ ଏବେ କୋରୋନା ଭାଇରସ ବ୍ୟାପିବା କାରଣରୁ ଏହି ମନ୍ଦିରରେ ଏକଦମ୍‌ ଶାନ୍ତି ଦେଖିବାକୁ ମିଳୁଛି। ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଆଉ ଦେଖିବାକୁ ମିଳୁ ନାହିଁ।

ସାଉଦି ଆରବ
ସାଉଦି ଆରବରେ ଅବସ୍ଥିତ ମକ୍କା ମୁସଲମାନଙ୍କ ସବୁଠାରୁ ପବିତ୍ର ସ୍ଥାନ। ଏଠାରେ ଥିବା ପବିତ୍ର ସ୍ଥାନ କାବାରେ ସାରା ବର୍ଷ ଲୋକଙ୍କ ଭିଡ଼ ଲାଗି ରହିଥାଏ। ମୁସଲମାନଙ୍କ ପବିତ୍ର ସ୍ଥାନରେ ହଜ୍‌ ସମୟରେ ଓ ବର୍ଷର ଅନ୍ୟ ଦିନମାନଙ୍କରେ ଯିବା ଆସିବା ଲାଗି ରହିଥାଏ। କିନ୍ତୁ କୋରୋନା କାରଣରୁ କିଛି ଦିନ ପୂର୍ବରୁ ଏହାକୁ ବନ୍ଦ କରି ଦିଆଯାଇଛି। ଏପରିକି ଏଠାକୁ ଯିବାକୁ ଲୋକଙ୍କୁ ମନା କରି ଦିଆଯାଇଛି। ଏହାକୁ ଏବେ ଖୋଲିବା ପରେ ମଧ୍ୟ ଲୋକେ ଏହାକୁ ଡରରେ ଆସୁ ନାହାନ୍ତି। ଏବେ ବହୁତ କମ୍‌ ଲୋକଙ୍କୁ ଏଠାରେ ଦେଖିବାକୁ ମିଳୁଛି।

ଜାପାନ
ଜାପାନକୁ ଉଦିତ ସୂର୍ଯ୍ୟର ଦେଶ ବୋଲି କୁହାଯାଏ। ପୂରା ବିଶ୍ବରୁ ଏଠାକୁ ଲୋକେ ଆସିଥାନ୍ତି ଓ ଏହାର ସୌନ୍ଦର୍ଯ୍ୟର ମଜା ନେଇଥାନ୍ତି। ଜପାନର ରାଜଧାନୀ ଟୋକିଓର ସୌନ୍ଦର୍ଯ୍ୟ ଓ ମନମୋହକ ଦୃଶ୍ୟ ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ଏଠାକୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି। କିନ୍ତୁ ଏବେ ସାରା ବିଶ୍ବରେ କୋରୋନା ଭାଇରସ ବ୍ୟାପିଥିବାରୁ ଏଠାକୁ ପର୍ଯ୍ୟଟକ ଏବେ ଆସୁ ନାହାନ୍ତି।

ଥାଇଲ୍ୟାଣ୍ଡ

ଥାଇଲ୍ୟାଣ୍ଡ ବୁଲିବା ପାଇଁ ଏକ ଶ୍ରେଷ୍ଟ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ। ଏଠାକୁ ପ୍ରଚୁର ମାତ୍ରାରେ ପର୍ଯ୍ୟଟକ ଆସିବାକୁ ପସନ୍ଦ କରନ୍ତି। ଏହାର ରାଜଧାନୀ ବ୍ୟାଙ୍କଙ୍କର ନାଇଟ୍‌ ଲାଇଫ୍‌ ଓ କିଣାକିଣି କରିବା ପାଇଁ ଥିବା ବଜାର ବେଶ୍‌ ଲୋକପ୍ରିୟ। ଏଠାରେ ଜିନିଷ ବହୁତ ଶସ୍ତାରେ ମିଳୁଥିବାରୁ ଏଠାକୁ ବିଶେଷକରି ଶପିଂ କରିବା ପାଇଁ ପର୍ଯ୍ୟଟକମାନେ ଆସିଥାନ୍ତି। କିନ୍ତୁ ଏବେ କୋରୋନା ଭାଇରସ କାରଣରୁ ପୂରା ଥାଇଲ୍ୟାଣ୍ଡ ଖାଲି ପଡ଼ିଛି। ଭାରତୀୟଙ୍କୁ ଥାଇଲ୍ୟାଣ୍ଡ ଯିବା ଲାଗି ଭିସାର କୌଣସି ସମସ୍ୟା ହୋଇ ନ ଥାଏ। କିନ୍ତୁ ଏପରି ପରିସ୍ଥିତିରେ ପର୍ଯ୍ୟଟକମାନେ ଥାଇଲ୍ୟାଣ୍ଡ ଯାଉ ନାହାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ