ଅଭିନେତାଙ୍କର ବି ପିଙ୍କ୍‌ ଡ୍ରେସ୍‌ କ୍ରେଜ୍‌


ଆପଣ ଅନେକ ଲୋକ କହୁଥିବା ଶୁଣିଥିବେ, ପିଙ୍କ୍‌ ବା ଗୋଲାପୀ ରଙ୍ଗ ଝିଅଙ୍କ ପାଇଁ ହୋଇଥାଏ। ବ୍ଲୁ ବା ନୀଳ ରଙ୍ଗ ପୁଅଙ୍କ ପାଇଁ ହୋଇଥାଏ। ଏହି ଚିନ୍ତାଧାରା ପଛର କାରଣ କ’ଣ ରହିଛି, ଏ ସମ୍ପର୍କରେ ଚିନ୍ତା ନ କରି ଲୋକେ ଏହାକୁ ଅନୁସରଣ କରିବାରେ ଲାଗିଛନ୍ତି। ଯଦିଓ ଲୋକଙ୍କ ଚିନ୍ତାଧାରାକୁ ପ୍ରଭାବିତ କରିବାର କ୍ଷମତା ରଖୁଥିବା ବିଟାଉନ୍‌ ଅଭିନେତାମାନେ ରଙ୍ଗକୁ ନେଇ ଚାଲିଥିବା ଏହି ପୁରୁଣା ଧାରଣାକୁ ଚ୍ୟାଲେଞ୍ଜ କରୁଥିବା ଦେଖିବାକୁ ମିଳୁଛି। ଏହି କାରଣରୁ ସେମାନଙ୍କୁ ଅନେକ ସମୟରେ ପିଙ୍କ୍‌ କଲରର ପୋଷାକକୁ ଚିଲ୍‌ ଅନ୍ଦାଜରେ ପିନ୍ଧୁଥିବା ଦେଖିବାକୁ ମିଳୁଛି।

ରଣବୀର ସିଂ
ରଣବୀର ସିଂ ପ୍ରତ୍ୟେକ କ୍ଷେତ୍ରରେ ଫ୍ୟାଶନ୍‌ର ପୁରୁଣା ଧାରଣାକୁ ଚ୍ୟାଲେଞ୍ଜ କରୁଥିବା ଦେଖିବାକୁ ମିଳିଥାଏ। ଏଥିମଧ୍ୟରେ ଗୋଟିଏ ହେଉଛି ପିଙ୍କ୍‌ ରଙ୍ଗ। ଅନେକ ସମୟରେ ରେଡ୍‌ କାର୍ପେଟ୍‌, ଇଭେଣ୍ଟ, ବିମାନବନ୍ଦର ଭଳି ସ୍ଥାନରେ ମଧ୍ୟ ତାଙ୍କୁ ପିଙ୍କ୍‌ ରଙ୍ଗର ପୋଷାକରେ ଦେଖିବାକୁ ମିଳିଥାନ୍ତି।

ଅକ୍ଷୟ କୁମାର
ବଲିଉଡ୍‌ର ଖିଲାଡ଼ି ହିରୋ ଅକ୍ଷୟ କୁମାରଙ୍କ ପୂରା ଟିମ୍‌ରେ ମହିଳା ଅଛନ୍ତି, ଯେଉଁମାନଙ୍କୁ ଅକ୍ଷୟ ବହୁତ ସମ୍ମାନ କରନ୍ତି। ଏପରିସ୍ଥଳେ ତାଙ୍କୁ ପିଙ୍କ୍‌ ରଙ୍ଗର ପୋଷାକ ପିନ୍ଧିବାରେ କ’ଣ ବା ସମସ୍ୟା ହୋଇପାରେ।

ରଣବୀର କପୁର
ମସ୍କ୍ୟୁଲିନ୍‌ ଇମେଜ୍‌ ସହିତ ବିଟାଉନ୍‌ର କ୍ୟୁଟ୍‌ ବୟ ଭାବେ ଜଣାଶୁଣା ରଣବୀର କପୁରଙ୍କୁ ମଧ୍ୟ ଅନେକ ସମୟରେ ପିଙ୍କ୍‌ ହୁଡି ଓ ଟି-ଶାର୍ଟରେ ନଜର ଆସୁଥିବା ଦେଖିବାକୁ ମିଳିଥାଏ। ଏପରିକି ତାଙ୍କ ପିତା ଋଷି କପୁରଙ୍କୁ ମଧ୍ୟ ପିଙ୍କ୍‌ ରଙ୍ଗର ଆଉଟ୍‌ଫିଟ୍‌ରେ ଦେଖିବାକୁ ମିଳିଥାଏ।

ଆଦିତ୍ୟ ରୟ କପୁର
ଆଦିତ୍ୟ ରୟ କପୁରଙ୍କୁ ସାଧାରଣତଃ ତାଙ୍କ ବାଇକ୍‌ରେ ମ୍ୟାନ୍‌ଲି ଅନ୍ଦାଜରେ ସ୍ପଟ୍‌ କରାଯାଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ରଙ୍ଗକୁ ନେଇ କୌଣସି ଭ୍ରାନ୍ତ ଧାରଣା ମଧ୍ୟରେ ରହିଛନ୍ତି। ତାଙ୍କୁ ମଧ୍ୟ ଅନେକ ସମୟରେ ପିଙ୍କ୍‌ ରଙ୍ଗର ପୋଷାକରେ ଦେଖିବାକୁ ମିଳିଥାଏ।

ସଲମାନ ଖାନ
ବଲିଉଡ୍‌ରେ ସଲମାନ ଖାନଙ୍କଠାରୁ ବଡ଼ ମସ୍କ୍ୟୁଲିନ୍‌ ଅନ୍ୟ କୌଣସି ହିରୋଙ୍କୁ ତାଙ୍କ ପ୍ରଶଂସକମାନେ ଭାବି ନ ଥାନ୍ତି। କିନ୍ତୁ ଏହି ଦବଙ୍ଗ ଖାନ ମଧ୍ୟ ପିଙ୍କ୍‌ ରଙ୍ଗର ବଢ଼ିଆ କଲେକ୍ସନ୍‌ ରଖିଛନ୍ତି। ସେ ନର୍ମାଲ ଆଉଟିଂରୁ ଆରମ୍ଭ କରି ଶୋ’ ହୋଷ୍ଟ କରିବା ସମୟରେ ମଧ୍ୟ ପିଙ୍କ୍‌ ରଙ୍ଗର ପୋଷାକରେ ଦେଖିବାକୁ ମିଳିଥାନ୍ତି।

ହ୍ରିତିକ ରୋଶନ

ହ୍ରିତିକ ରୋଶନଙ୍କ ମସ୍କ୍ୟୁଲିନ୍‌ ଅବତାର ଦେଖି ଦୀପିକାଙ୍କ ପର୍ଯ୍ୟନ୍ତ ତାଙ୍କ ଉପରେ ଫିଦା ହୋଇଯାଇଥିଲେ। କିନ୍ତୁ ଏହି ମ୍ୟାନ୍‌ଲି ହଙ୍ଗ ମଧ୍ୟ ପିଙ୍କ କଲରର ଦୀୱାନା ଅଟନ୍ତି। ସେ କେବଳ ରେଡ୍‌ କାର୍ପେଟ୍‌ ନୁହେଁ ବରଂ, ଅନେକ ସମୟରେ ପିଙ୍କ୍‌ ରଙ୍ଗର ଟି-ଶାର୍ଟ ଓ ଶାର୍ଟରେ ମଧ୍ୟ ଦେଖିବାକୁ ମିଳିଥାନ୍ତି।

ଟାଇଗର ଶ୍ରଫ୍‌

ବର୍ତ୍ତମାନ ସମୟରେ ବିଟାଉନ୍‌ର ହଙ୍କ ଭାବେ ଜଣାଶୁଣ ଟାଇଗର ଶ୍ରଫଙ୍କର ମଧ୍ୟ ପିଙ୍କ୍‌ କଲରର ପୋଷାକ ପିନ୍ଧିବାରେ କୌଣସି ସମସ୍ୟା ନାହିଁ।

ଅମିତାଭ ବଚ୍ଚନ
ବିଗ୍‌ ବି ଭାବେ ଜଣାଶୁଣା ଅମିତାଭ ବଚ୍ଚନ ମଧ୍ୟ ପିଙ୍କ୍‌ କଲର ପୋଷାକରେ ଅନେକ ସମୟରେ ନଜର ଆସିଛନ୍ତି। ତାଙ୍କ ପାଖରେ ଏହି ରଙ୍ଗର ଅନେକ ଗୁଡ଼ିଏ କଲେକ୍ସନ୍‌ ରହିଛି।

ଆମୀର ଖାନ
ଅଭିନେତା ଆମୀର ଖାନ ମଧ୍ୟ ପିଙ୍କ୍‌ କେବଳ ଝିଅମାନଙ୍କ କଲର ଭଳି ଚିନ୍ତାଧାରା ଉପରେ ବିଶ୍ବାସ ରଖନ୍ତି ନାହିଁ। ତାଙ୍କୁ ମଧ୍ୟ ଗୋଲାପୀ ରଙ୍ଗର ଅଲଗା ଅଲଗା ଶେଡ୍‌ସର କପଡ଼ାରେ ଦେଖିବାକୁ ମିଳିଥାନ୍ତି।

ବରୁଣ ଧୱନ

ବଲିଉଡ୍‌ର କ୍ୟୁଟ୍‌ ବୟ ବରୁଣ ଧୱନଙ୍କ ପିଙ୍କ୍‌ ରଙ୍ଗର ପୋଷାକ ପିନ୍ଧିଥିବା ଅନେକଗୁଡ଼ିଏ ଫଟୋ ଇଣ୍ଟରନେଟ୍‌ରେ ଦେଖିବାକୁ ମିଳିଥାଏ। ଏଥିରୁ ସ୍ପଷ୍ଟ ହେଉଛି ଯେ ବରୁଣଙ୍କୁ ପିଙ୍କ୍‌ ରଙ୍ଗ କେତେ ପସନ୍ଦ।

ସୈଫଅଲୀ ଖାନ

କେବଳ ଛୋଟ ନବାବ ନୁହଁନ୍ତି, ବରଂ ବଡ଼ ନବାବ ସୈଫ ଅଲୀ ଖାନ ମଧ୍ୟ ପିଙ୍କ୍‌ ରଙ୍ଗର ପୋଷାକରେ ଦେଖିବାକୁ ମିଳିଥାନ୍ତି। ଏହାକୁ ସେ ଯେଉଁଭଳି ଭାବେ ପିନ୍ଧନ୍ତି, କେହି ନା କେହି ଭାବିବାକୁ ବାଧ୍ୟ ହେବେ ଯେ ପିଙ୍କ୍‌ କେବଳ ଝିଅଙ୍କ ରଙ୍ଗ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ