ମୁଖ ଦୁର୍ଗନ୍ଧ ଦୂର କରିବା ଲାଗି ଆପଣାନ୍ତୁ ଏହି ଟିପ୍ସ


ଆପଣ ମୁଖ ଦୁର୍ଗନ୍ଧ ପାଇଁ ଚିନ୍ତାରେ ଅଛନ୍ତି କି? ଆପଣଙ୍କ ମୁଖ ଦୁର୍ଗନ୍ଧ ପାଇଁ ଲଜ୍ଜିତ ଅନୁଭବ କରୁଛନ୍ତି କି? ତେବେ ଏହି ଖବର ଆପଣଙ୍କ ପାଇଁ। ଆମ ଆଖପାଖରେ ରହୁଥିବା ଅଧିକାଂଶ ଲୋକ ଏହି ସମସ୍ୟାର ଶିକାର ଅଟନ୍ତି। ଅଧିକାଂଶ ଲୋକେ ଭାବନ୍ତି ମହଙ୍ଗା ଟୁଥ୍‌ପେଷ୍ଟ ବ୍ୟବହାର କରିବା ଫଳରେ ମୁଖ ଦୁର୍ଗନ୍ଧ ଦୂର ହୋଇଯିବ। କିନ୍ତୁ ଏହା ଠିକ୍‌ ନୁହେଁ। ଏଠାରେ ଏପରି କେତେକ ଘରୋଇ ଉପାୟ ଦିଆଯାଇଛି, ଯାହା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇଁ ସାହାଯ୍ୟ କରିବ।

ଟି’ ଟ୍ରି ଅଏଲ
ପାଟି ଦୁର୍ଗନ୍ଧ ସମସ୍ୟା ଦୂର କରିବା ପାଇଁ ଟି’ ଟ୍ରି ଅଏଲର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ। ଏହା ପାଟିକୁ ସତେଜତା ଦେବା ସହିତ ବ୍ୟାକ୍ଟେରିଆ ମଧ୍ୟ ସଫା କରେ।

ଆପେଲ ସାଇଡର ଭିନେଗାର
ଏକ ଚତୁର୍ଥାଂଶ କପ୍‌ ପାଣି ସହିତ ୨ ଚାମଚ ଆପେଲ ସାଇଡର ଭିନେଗାର ମିଶାନ୍ତୁ। ଏହାକୁ ୧୫ରୁ ୨୦ ସେକେଣ୍ଡ ପାଇଁ ପାଟିରେ ରଖି ଚାରି ଆଡ଼କୁ ବୁଲାନ୍ତୁ। ପରେ ଏହାକୁ ଫିଙ୍ଗି ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ପାଟି ଦୁର୍ଗନ୍ଧ ଦୂର ହୋଇଯିବ।

ପାନମଧୁରୀ
ପାନମଧୁରୀ ପାଟି ଦୁର୍ଗନ୍ଧ ପାଇଁ ଦାୟୀ କୀଟାଣୁକୁ ମାରିବାରେ ସାହାଯ୍ୟ କରେ। ପ୍ରତ୍ୟେକ ଦିନ ପାନମଧୁରୀ ସେବନ କରିବା ଦ୍ବାରା ସତେଜତା ଅନୁଭବ ହୋଇଥାଏ।

ନଡ଼ିଆ ତେଲ

ପାଟିରୁ ବାହାରୁଥିବା ଦୁର୍ଗନ୍ଧରୁ ମୁକ୍ତି ପାଇବା ଲାଗି ଆପଣ ନଡ଼ିଆ ତେଲ ବ୍ୟବହାର କରିପାରିବେ। ଏଥିପାଇଁ ପାଟିରେ ଏକ ଚାମଚ ନଡ଼ିଆ ତେଲ ଭର୍ତ୍ତି କରି ଚାରିଆଡ଼କୁ ବୁଲାନ୍ତୁ। କିଛି ଦିନ ଭିତରେ ଏହାର ପ୍ରଭାବ ଆପଣ ଦେଖିବାକୁ ପାଇବେ।

ଗ୍ରୀନ୍‌ ଟି
ଗ୍ରୀନ୍‌ ଟି’ ମଧ୍ୟ ମୁଖ ଦୁର୍ଗନ୍ଧରୁ ମୁକ୍ତି ଦେବା ସହିତ କ୍ୟାଭିଟି କମ୍‌ କରିବାରେ ମଧ୍ୟ ସାହାଯ୍ୟ କରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ