ଟେଷ୍ଟି ଏଣ୍ଡ କ୍ରଞ୍ଚି ଚିକେନ୍‌ ପପ୍‌କର୍ଣ୍ଣର ମଜା ନିଅନ୍ତୁ


ଚିକେନ୍‌ରେ ତିଆରି କରାଯାଇଥିବା ଅନେକ ଡିଶ୍‌ ଆପଣ ନିହାତି ଭାବେ ଖାଇଥିବେ। କିନ୍ତୁ କେବେ ଚିକେନ୍‌ ପପ୍‌କର୍ଣ୍ଣର ମଜା ନେଇଛନ୍ତି କି? ଚାଲନ୍ତୁ ଜାଣିବା ଏହି ଟେଷ୍ଟି ଏଣ୍ଡ କ୍ରଞ୍ଚି ଚିକେନ୍‌ ପପ୍‌କର୍ଣ୍ଣର ରେସିପି ସମ୍ପର୍କରେ।

କ’ଣ ଦରକାର
୨୦୦ ଗ୍ରାମ୍‌ ବୋନ୍‌ଲେସ୍‌ ଚିକେନ୍‌, ୩୦ ଗ୍ରାମ୍‌ ଶୁଖିଲା ଲଙ୍କା ପେଷ୍ଟ, ସ୍ବାଦାନୁସାରେ ଲୁଣ, ୫ ମିଲି ଡାର୍କ ସୋୟା, ଚିମୁଟେ ଚିଲି ଫ୍ଲେକ୍ସ, ୨ରୁ ୩ ଗ୍ରାମ୍‌ ଚିକେନ୍‌ ପାଉଡର, ୫ ମିଲି ଭିନେଗାର, ୫୦ ମିଲି ମୋଟା ଦଲିଆ ପପ୍‌କର୍ଣ୍ଣ, ୩୦ ଗ୍ରାମ୍‌ ରିଫାଇଣ୍ଡ ଅଟା, ୧୫ ମିଲିଗ୍ରାମ୍‌ କର୍ଣ୍ଣ ଫ୍ଲୋର।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ସଫା କରନ୍ତୁ। ଏବେ ଏହାକୁ ଖଣ୍ଡ ଖଣ୍ଡ କରି କାଟନ୍ତୁ। ଏକ ପାତ୍ରରେ ଚିକେନ୍‌, ଲଙ୍କା ପେଷ୍ଟ, ଡାର୍କ ସୋୟା ସସ୍‌, ଚିଲି ଫ୍ଲେକ୍ସ, ଲୁଣ ଓ ଭିନେଗାର ମିଶାନ୍ତୁ। ଏହାକୁ ୩୦ ମିନିଟ୍‌ ଯାଏ ଅଲଗା ରଖନ୍ତୁ। ଅନ୍ୟ ଏକ ପାତ୍ରରେ ଅଟା, ଚିକେନ ପାଉଡର ଓ ଲୁଣ ପକାନ୍ତୁ। ଏବେ ଅଟାରେ ପ୍ରତ୍ୟେକ ଚିକେନ୍‌ ଖଣ୍ଡକୁ ବୁଡ଼ାଇ କୋଟ୍‌ ଦିଅନ୍ତୁ। ଏବେ କର୍ଣ୍ଣ ଫ୍ଲୋରରେ ଅଳ୍ପ ପାଣି ଦେଇ ଏହି ଘୋଳରେ ଚିକେନ୍‌ ଖଣ୍ଡ ବୁଡ଼ାଇ ବାହାର କରନ୍ତୁ। ଏବେ ଏହି ଚିକେନ୍‌କୁ ମୋଟା ଦଲିଆ ପପ୍‌କର୍ଣ୍ଣରେ କୋଟ୍‌ ଦିଅନ୍ତୁ। ଏଭଳି ସମସ୍ତ କ୍ୟୁବ୍‌ରେ କରନ୍ତୁ। ଏବେ ଏକ ପ୍ୟାନରେ ତେଲ ଗରମ କରି ଚିକେନ୍‌କୁ ଡିପ୍‌ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଟେଷ୍ଟି ଏଣ୍ଡ କ୍ରଞ୍ଚି ଚିକେନ୍‌ ପପ୍‌କର୍ଣ୍ଣ। ସସ୍‌ କିମ୍ବା ଚଟଣୀ ସହିତ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ