ମନପ୍ରୀତ ସିଂହ ଏଫ୍‌ଆଇଏଚ୍‌ ପୁରୁଷ ପ୍ଲେୟର ଅଫ୍‌ ଦ ଇୟର


ଲୌସେନ୍‌: ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ୨୦୧୯ ବର୍ଷ ପାଇଁ ସମ୍ମାନଜନକ ଏଫ୍‌ଆଇଏଚ୍‌ ପ୍ଲେୟର ଅଫ୍‌ ଦ ଇୟର ପୁରସ୍କାର ହାସଲ କରିଛନ୍ତି। ଏପରି ସୌଭାଗ୍ୟ ପାଇବାରେ ମନପୀତ ହେଉଛନ୍ତି ପ୍ରଥମ ଭାରତୀୟ ହକି ଖେଳାଳି। ୧୯୯୯ରୁ ଏହି ପୁରସ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଏଯାବତ୍‌ କୌଣସି ଭାରତୀୟ ଖେଳାଳି ଏହି ପୁରସ୍କାର ପାଇପାରି ନଥିଲେ। ୨୦୧୯ରେ ଗୁରୁତ୍ବପୂର୍ଣ୍ଣ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାରେ ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସ ସକାଶେ ଯୋଗ୍ୟତା ଆଣିବାରେ ମନପ୍ରୀତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମନପ୍ରୀତ ବେଲଜିୟମର ଅର୍ଥର ଭାନେ୍‌ ଡୋରେନ୍‌ ଓ ଆର୍ଜେଣ୍ଟିନାର ଲୁକାଶ ଭିଲ୍ଲାଙ୍କୁ ପଛରେ ପକାଇ ଏହି ପୁରସ୍କାର ହାସଲ କରଛନ୍ତି।

ମନପ୍ରୀତ ନ୍ୟାସନାଲ ଆସୋସିଏସନ୍‌, ମିଡିଆ, ଫ୍ୟାନ୍ସ ଓ ଖେଳାଳିଙ୍କ ମୋଟ୍‌ ୩୫.୨ ପ୍ରତିଶତ ଭୋଟ୍‌ ପାଇ ଅନ୍ୟ ଦୁଇ ପ୍ରତିଯୋଗୀଙ୍କୁ ପଛରେ ପକାଇବାରେ ସଫଳ ହୋଇଛନ୍ତି। ଭାରନ ଡୋରେନ୍‌ ୧୯.୭ ପ୍ରତିଶତ ଓ ଲୁକାସ ଭିଲ୍ଲା ୧୬.୫ ପ୍ରତିଶତ ଭୋଟ୍‌ ପାଇ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ମନପ୍ରୀତ ୨୦୧୧ରେ ଭାରତୀୟ ଦଳରେ ଖେଳି କ୍ୟାରିଅର ଆରମ୍ଭ କରିବା ପରଠାରୁ ଆଉ ପଛକୁ ଫେରି ନାହାନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଓ ୨୦୧୬ ରିଓ ଅଲିମ୍ପିକ୍ସରେ ମଧ୍ୟ ଭାରତୀୟ ଦଳରେ ସାମିଲ ହୋଇ ମ୍ୟାଚ୍‌ ଖେଳିଛନ୍ତି। ଏଯାବତ ଭାରତୀୟ ଦଳ ପାଇଁ ନିରବଚ୍ଛିନ୍ନ ଭାବେ ମନପ୍ରୀତ ୨୬୦ଟି ମ୍ୟାଚ୍‌ ଖେଳି ଭାରତୀୟ ଦଳର ଜଣେ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛନ୍ତି। ପୁରସ୍କାର ହାସଲ କରିବା ପରେ ମନପ୍ରୀତ କହିଛନ୍ତି ଏହି ସଫଳତା ପାଇବାରେ ତାଙ୍କ ସାଥୀ ଖେଳାଳିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ସେମାନଙ୍କ ସହଯୋଗ ବିନା ଆଜି ସେ ଏପର୍ଯ୍ୟନ୍ତ ଆସି ପାରି ନଥାନ୍ତେ ବୋଲି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ