ମେଟ୍ରୋ କରିଡର୍‌ ଉଦ୍‌ଘାଟନୀରେ ମମତାଙ୍କୁ ଅଣଦେଖା, ଟିଏମ୍‌ସି ନେତାଙ୍କ ବର୍ଜନ


କୋଲ୍‌କାତା: ଗୁରୁବାର ସ୍ଥାନୀୟ ସଲ୍ଟ ଲେକ୍‌ ଷ୍ଟାଡିୟମ୍‌ରୁ ସଲ୍ଟ ଲେକ୍‌-୫ ପର୍ଯ୍ୟନ୍ତ ଇଷ୍ଟ୍‌-ୱେଷ୍ଟ୍‌ ମେଟ୍ରୋ କରିଡର୍‌ର ପ୍ରଥମ ପର୍ଯ୍ୟାୟର ଉଦ୍‌ଘାଟନୀ ଉତ୍ସବରେ ସମ୍ପନ୍ନ ହୋଇଛି। ତେବେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ୍‌ ଓ ବାବୁଲ୍‌ ସୁପ୍ରିମୋ ଅତିଥି ଭାବେ ଯୋଗ ଦେଇଥିଲେ ହେଁ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆମନ୍ତ୍ରଣ କରାଯାଇନାହିଁ। କେନ୍ଦ୍ର ପକ୍ଷରୁ ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ଅଗ୍ନି ଓ ଜରୁରୀକାଳୀନ ସେବା ବିଭାଗ ମନ୍ତ୍ରୀ ସୁଜିତ୍‌ ବୋଷ, ସାଂସଦ କ୍ରିଷ୍ଣା ବୋଷ ଓ ଲୋକସଭା ସାଂସଦ କାକୋଲି ଘୋଷ ଦସ୍ତିଦାରଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଟିଏମ୍‌ସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ଏହି କାର୍ଯ୍ୟକ୍ରମକୁ ସେମାନେ ବର୍ଜନ କରିଛନ୍ତି। ଏହାଛଡ଼ା ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସକାଶେ ନିମନ୍ତ୍ରଣ ପାଇ ନ ଥିଲେ।

ଅବଶ୍ୟ ଏନେଇ ମେଟ୍ରୋ ଅଧିକାରୀମାନେ ଭିନ୍ନ ମତ ପୋଷଣ କରିଛନ୍ତି। ସେମାନେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସକାଶେ ଗତ ବୁଧବାର ନିମନ୍ତ୍ରଣ ପତ୍ର ପଠାଯାଇଛି। ଏପରିକି ଗୁରୁବାର କାର୍ଯ୍ୟକ୍ରମ ପୂର୍ବରୁ ମଧ୍ୟ ମେଟ୍ରୋ ଅଧିକାରୀମାନେ ରାଜ୍ୟ ସଚିବାଳୟରେ ପହଞ୍ଚି ବିଭିନ୍ନ ନେତାଙ୍କୁ ନିମନ୍ତ୍ରଣ କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିମନ୍ତ୍ରଣ ପତ୍ର ଗ୍ରହଣ ମଧ୍ୟ କରିଥିଲେ। ରେଳ ମନ୍ତ୍ରୀ ଗୋୟଲ୍‌ଙ୍କ ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ନିମନ୍ତ୍ରଣ କରାଯାଇଥିବା ମେଟ୍ରୋ ଅଧିକାରୀମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ପ୍ରମୁଖ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ବିଜେପି ଏହି ମାମଲାରେ ରାଜନୀତି କରୁଛି ବୋଲି ତୃଣମୂଳ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। କିନ୍ତୁ ବିଜେପି ନେତା ମୁକୁଲ ରୟ ଏକ ପୁରୁଣା କଥାକୁ ମନେ ପକାଇ ଦେଇ ଇତିହାସ ନିଜର ପୁନରାବୃତ୍ତି କରେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଟଲିଗଞ୍ଜରୁ ଗରିୟା ବଜାର ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍‌ର ଚଳାଚଳ ଆରମ୍ଭ ଉତ୍ସବକୁ ତତ୍କାଳୀନ ରେଳ ମନ୍ତ୍ରୀ ମମତା ସେତେବେଳର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରି ନ ଥିଲେ ବୋଲି ରୟ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ