ପରଲୋକରେ ଲୋକପ୍ରିୟ ଫ୍ୟାଶନ୍‌ ଡିଜାଇନର ୱେଣ୍ଡେଲ


ଭାରତର ଲୋକପ୍ରିୟ ଫ୍ୟାଶନ୍‌ ଡିଜାଇନର ୱେଣ୍ଡେଲ ରୋଡ୍ରିକ୍ସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ମିଳିଥିବା ଖବର ଅନୁସାରେ ୱେଣ୍ଡେଲଙ୍କ ପରଲୋକ ଗୋଆରେ ହୋଇଛି। ସେ ୨୮ ମେ’ ୧୯୬୦ରେ ଗୋଆରେ ଜନ୍ମ ହୋଇଥିଲେ, କିନ୍ତୁ ସେ ମୁମ୍ବାଇରେ ପାଠ ପଢ଼ି ବଡ଼ ହୋଇଥିଲେ। ଏକ କ୍ୟାଥୋଲିକ୍‌ ଗୋଆନ ଫ୍ୟାମିଲରେ ଜନ୍ମ ହୋଇଥିବା ୱେଣ୍ଡେଲ ଫ୍ୟାଶନ୍‌ ଡିଜାଇନରେ କ୍ୟାରିଅର କରିଥିଲେ। ସେ ଗାର୍ଡନ ଭରେଲି, ଲାକ୍‌ମୀ କସ୍ମେଟିକ୍ସ, ଡିବି୍ୟର୍ସ ପାଇଁ ଡିଜାଇନର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ ଯେ ୨୦୧୪ରେ ଭାରତ ସରକାରଙ୍କ ଦ୍ବାରା ତାଙ୍କୁ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା। ୱେଣ୍ଡେଲ ଜଣେ ଫ୍ୟାଶନ ଡିଜାଇନର ବ୍ୟତୀତ ଲେଖକ, ପରିବେଶବିତ୍‌ ଓ ସମଲିଙ୍ଗୀ ଅଧିକାରକୁ ସମର୍ଥନ କରିବା ପାଇଁ ଜଣାଶୁଣା। ୱେଣ୍ଡେଲଙ୍କ ପରଲୋକ ଖବର ଶୁଣିବା ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଦୁଃଖ ପ୍ରକାଶ କରି ଲେଖିଛନ୍ତି ଯେ ୱେଣ୍ଡେଲଙ୍କ ମୃତ୍ୟୁ ଖବର ତାଙ୍କୁ ଚକିତ କରି ଦେଇଛି। ୱେଣ୍ଡେଲ ଭାରତର ଲୋକପ୍ରିୟ ଫ୍ୟାଶନ ଡିଜାଇନର ଥିଲେ। ଏହି ଦୁଃଖପୂର୍ଣ୍ଣ ମୁହୂର୍ତ୍ତରେ ସେ ତାଙ୍କ ପରିବାର ଲୋକଙ୍କ ସହିତ ଅଛନ୍ତି। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ସ୍ମୃତି ଟ୍ବିଟ୍‌ କରିଛନ୍ତି। ସୂଚନାଯୋଗ୍ୟ ଯେ ୱେଣ୍ଡେଲ ‘ବୁମ୍‌’ ଓ ‘ଫ୍ୟାଶନ୍‌’ ନାମକ ଦୁଇଟି ସିନେମାରେ ନଜର ଆସି ସାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ