ପାର୍ଟନରଙ୍କ ପାଇଁ ତିଆରି କରନ୍ତୁ ସ୍ପେସାଲ କ୍ୟୁପିଡ୍‌ ପିଜ୍ଜା


ଭାଲେଣ୍ଟାଇନ୍‌ ୱିକ୍‌ ଚାଲିଛି। ଏପରିସ୍ଥଳେ ଯଦି ଆପଣ ପାର୍ଟନରଙ୍କୁ କିଛି ସ୍ପେସାଲ ଖାଇବାକୁ ଦେବାକୁ ଚାହୁଛନ୍ତି, ତେବେ କ୍ୟୁପିଡ୍‌ ପିଜ୍ଜା ତିଆରି କରିପାରିବେ। ଏହା ଖାଇବା ପରେ ଆପଣଙ୍କ ସାଥୀ ନିହାତି ଭାବେ ଖୁସି ହୋଇଯିବେ। ଚାଲନ୍ତୁ ଜାଣିବା କ୍ୟୁପିଡ୍‌ ପିଜ୍ଜା ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୧ଟି ପିଜ୍ଜା ବେସ୍‌, ୧୫୦ ଗ୍ରାମ୍‌ ମୋଜେରଲା ଚିଜ୍‌, ୧ ଟା କଟା ଟମାଟୋ, ୧ ଟା କଟା ପିଆଜ, ୧ଟା କଟା ପିଆଜ, ଅଧ କପ୍‌ ସ୍ବିଟ୍‌ କର୍ଣ୍ଣ, ଅଧ କପ୍‌ ବେବି କର୍ଣ୍ଣ, ସ୍ବାଦାନୁସାରେ ଲୁଣ, ଆବଶ୍ୟକ ଅନୁସାରେ ଟମାଟୋ କେଚ୍‌ଅପ୍‌, ସଜାଇବା ଲାଗି ଓରିଗାନୋ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ପିଜ୍ଜା ବେସ୍‌କୁ ଶେପ୍‌ କଟର ସହାୟତାରେ ହାର୍ଟ ଶେପ୍‌ରେ କାଟନ୍ତୁ। ଏବେ ପୂରା ପିଜ୍ଜା ବେସ୍‌ ଉପରେ ଟମାଟୋ କେଚ୍‌ଅପ୍‌ ଭଲ ଭାବେ ଲଗାନ୍ତୁ। ଏହା ଉପରେ କଟା ଟମାଟୋ, ପିଆଜ, ବେବି କର୍ଣ୍ଣ, କ୍ୟାପ୍‌ସିକମ୍‌, ସ୍ବିଟ୍‌ କର୍ଣ୍ଣ ଗୋଟି ଗୋଟି କରି ପକାନ୍ତୁ। ଉପରେ ମୋଜାରେଲା ଚିଜ୍‌ ପକାନ୍ତୁ। ପାଖାପାଖି ୨୦ ମିନିଟ୍‌ ଯାଏ ଓଭାନ୍‌ରେ ପିଜ୍ଜା ରଖନ୍ତୁ। ନିର୍ଦ୍ଧିଷ୍ଟ ସମୟ ପରେ ପିଜ୍ଜାକୁ ଓଭାନ୍‌ରୁ ବାହାର କରି ଓରିଗାନୋରେ ସଜାନ୍ତୁ। ମଷ୍ଟାର୍ଡ ସସ୍‌ ସହିତ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ