ବୟସରେ ଗ୍ରହଣ ଲଗାଇଦେବ ଏହି ଖାଦ୍ୟାଭାସ


ଅଧିକ ବର୍ଷ ବଞ୍ଚିବା ଲାଗି ଲୋକେ ସମସ୍ତେ ନିଜ ଲାଇଫ୍‌ଷ୍ଟାଇଲ୍‌ରେ ପରିବର୍ତ୍ତନ କରୁଛନ୍ତି। ଲାଇଫ୍‌ ଲାଇନ୍‌କୁ ଉନ୍ନତ କରିବା ଲାଗି ଲୋକେ ଜିମ୍‌ରୁ ଆରମ୍ଭ କରି ମହଙ୍ଗା ସପ୍ଲିମେଣ୍ଟସ୍‌ ଉପରେ ଭରପୂର ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନ ଥାନ୍ତି। ଏହାସତ୍ତ୍ବେ ମଣିଷର ବୟସ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏକ ଉତ୍ତମ ଓ ଲମ୍ବା ଜୀବନ ବଞ୍ଚିବା ଲାଗି ସବୁଠାରୁ ଅଧିକ ଆବଶ୍ୟକ ଜିନିଷ ଉପରେ ପ୍ରାୟ କେହି ଧ୍ୟାନ ଦେଉ ନାହାନ୍ତି।

ଦ ଲାସେଣ୍ଟରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଲମ୍ବା ଜୀବନ ବଞ୍ଚିବାର ଅସଲ ଫର୍ମୁଲା ଆପଣଙ୍କ ଡାଏଟ୍‌ରେ ରହିଛି। ରିପୋର୍ଟ ମୁତାବକ ଆପଣଙ୍କ ଦୈନନ୍ଦିନ ଡାଏଟ୍‌ରେ ତିନୋଟି ଏଭଳି ଜିନିଷ ସାମିଲ୍‌ ରହିଛି, ଯାହା ଆପଣଙ୍କ ବୟସ କମାଇବାରେ ସମ୍ପୂର୍ଣ୍ଣ ଭାବେ ଦାୟୀ। ୧୯୫ଟି ଦେଶର ଲୋକଙ୍କ ଖାଦ୍ୟପେୟ ଅଭ୍ୟାସକୁ ପାଖାପାଖି ୨୭ ବର୍ଷ ଯାଏ ଟ୍ରାକ୍‌ କରିବା ପରେ ବୈଜ୍ଞାନିକ ଏହି ଫଳାଫଳରେ ପହଞ୍ଚିଛନ୍ତି ଯେ ମଣିଷର ବୟସ ସହିତ ସେମାନଙ୍କ ଡାଏଟ୍‌ର ସିଧାସଳଖ ସଂଯୋଗ ରହିଛି। ଖାଦ୍ୟ ଖାଇବାର ଖରାପ ଅଭ୍ୟାସ କାରଣରୁ ପ୍ରତ୍ୟେକ ବର୍ଷ ଲୋକେ କମ୍‌ ବୟସରେ ଲୋକେ ଜୀବନ ହରାଉଛନ୍ତି।

ରିପୋର୍ଟ ମୁତାବକ ୩ଟି ସ୍ପେସାଲ ଡାଏଟ୍‌ କାରଣରୁ ମଣିଷର ଡାଏଟ୍‌ ଚାର୍ଟ ବିଗିଡ଼ି ଯାଇଥାଏ। ଖାଦ୍ୟରେ ଅଧିକ ଲୁଣ, ହୋଲ୍‌ ଗ୍ରେନ୍‌ର କମ୍‌ ବ୍ୟବହାର ଓ ପର୍ଯ୍ୟାପ୍ତ ଫଳ ସେବନ ନ କରିବାର ପ୍ରଭାବ ସିଧାସଳଖ ମଣିଷର ଜୀବନ ଉପରେ ସ୍ପଷ୍ଟ ଦେଖିବାକୁ ମିଳିଥାଏ। ଏକ ରିପୋର୍ଟ ମୁତାବକ ଶରୀରରେ ସୋଡ଼ିୟମର ମାତ୍ରା ବଢ଼ିବା କାରଣରୁ ୨୦୧୭ରେ ପାଖାପାଖି ୩୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ହୋଲ୍‌ ଗ୍ରେନ୍‌ ବ୍ୟବହାର ନ କରିବା କାରଣରୁ ମଧ୍ୟ ସେତିକି ସଂଖ୍ୟକ ମୃତ୍ୟୁ ହୋଇଥିଲା। ଡାଏଟ୍‌ରେ କମ୍‌ ଫଳ ସେବନ କାରଣରୁ ୨୦ ଲକ୍ଷ ଲୋକ କମ୍‌ ବୟସରେ ନିଜ ଜୀବନ ହରାଇଥିଲେ।

ଗବେଷକମାନେ ଲୁଣକୁ ସବୁଠାରୁ ହାନିକାରକ ଖାଦ୍ୟ ପଦାର୍ଥ ବୋଲି ମାନନ୍ତି। ରିପୋର୍ଟରେ ଦାବି କରାଯାଇଛି ଯେ ସୋଡିୟମ ଅଧିକ ସେବନ କରିବା ଦ୍ବାରା ହୃଦ୍‌ଘାତ, ଷ୍ଟ୍ରୋକ୍‌, ଉଚ୍ଚ ରକ୍ତଚାପ ଭଳି ଆଶଙ୍କା ବଢ଼ିଯାଏ। କିଛି ଦିନ ପରେ ଏହି ଓଭର ଡ୍ରାଇଭ୍‌ ପାର୍ଟନ ଯୋଗୁ ରକ୍ତ ବାହିକାରେ ସମସ୍ୟା ଆସିପାରେ ଓ ଶେଷରେ ହୃତ୍‌ଜନିତ ସମସ୍ୟା ହୋଇପାରେ। ଖାଦ୍ୟର ସ୍ବାଦ ବଢ଼ାଇବା ଲାଗି ଶେଷ ମୁହୂର୍ତ୍ତରେ ଲୁଣ ସିଞ୍ଚୁଥିବା ଲୋକ ସାବଧାନ ରହିବା ଉଚିତ। ଥରକେ ୩ ଗ୍ରାମ୍‌ରୁ ଅଧିକ ସେବନ ନ କରିବା ଉଚିତ।

ସେହିପରି ହୋଲ୍‌ ଗ୍ରେନ୍‌ ଓ ଫଳ ସେବନ ଜୀବନ ରେଖା ଲମ୍ବା କରିପାରିବ। ବୈଜ୍ଞାନିକଙ୍କ କହିବାନୁସାରେ ଫଳରେ ଥିବା ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍‌ ଓ ହୋଲ୍‌ ଗ୍ରେନ୍‌ରେ ଥିବା ଫାଇବର ଶରୀର ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ। ଗବେଷକଙ୍କ କହିବାନୁସାରେ ୨୦୦ରୁ ୩୦୦ ଗ୍ରାମ୍‌ ବା ପାଖାପାଖି ୧ କପ୍‌ରୁ ଅଧିକ ହୋଲ୍‌ ଗ୍ରେନ୍‌ ସେବନ କରିବା ଦ୍ବାରା ମଣିଷର ଜୀବନ ଲମ୍ବା ହୋଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ