ଭାରତକୁ ଭୁଟାନର ଝଟ୍‌କା, ମାଗଣା ଏଣ୍ଟ୍ରି ବନ୍ଦ


ବିଶ୍ବର ସବୁଠାରୁ ଖୁସିରେ ପରିପୂର୍ଣ୍ଣ ଦେଶ ଭାବେ ଜଣାଶୁଣା ଭୁଟାନ ଯିବାକୁ ଚାହୁଥିବା ଭାରତୀୟଙ୍କ ପାଇଁ ଫ୍ରି ଏଣ୍ଟ୍ରି ବନ୍ଦ ହେବାକୁ ଯାଉଛି। ଭୁଟାନ ସରକାର ଭାରତ ସମେତ ବାଂଲାଦେଶ ଓ ମାଳଦ୍ବୀପର ପର୍ଯ୍ୟଟକଙ୍କୁ ନିଜ ଦେଶରେ ଫ୍ରି ଏଣ୍ଟ୍ରି ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି। ଏବେ ଏହି ୩ଟି ଦେଶରୁ ଭୁଟାନ ଯାଉଥିବା ପର୍ଯ୍ୟଟକଙ୍କୁ ଦୈନିକ ୧୨୦୦ ଟଙ୍କା ହିସାବରେ ଚାର୍ଜ ଦେବାକୁ ପଡ଼ିବ।

ଭୁଟାନ ସରକାର ବିଦେଶୀ ଯାତ୍ରୀଙ୍କ ଉପରେ ଲଗାଉଥିବା ଏହି ଚାର୍ଜକୁ ସଷ୍ଟେନ୍‌ବଲ ଡେଭଲପ୍‌ମେଣ୍ଟ ଫି’ (ଏସ୍‌ଡିଏଫ୍‌) ନାମ ଦେଇଛି। ପର୍ଯ୍ୟଟକଙ୍କ ଉପରେ ଏହି ଚାର୍ଜ ଜୁଲାଇ ୨୦୨୦ରୁ ସମାନ ଭାବେ ଲାଗୁ ହେବ। ଭୁଟାନର ନ୍ୟାସନାଲ ଆସମ୍ବ୍ଲି ଟୁରିଜିମ୍‌ ଲେଭି ଏଣ୍ଡ ଏଗ୍‌ଜେମ୍ପସନ୍‌ ବିଲ୍‌ ଅଫ୍‌ ଭୁଟାନ୍‌, ୨୦୨୦ ନାମରେ ବିଲ୍‌ ପାସ୍‌ କରିଛି। ତେବେ ଭାରତ, ବାଂଲାଦେଶ ଓ ମାଳଦ୍ବୀପର ପର୍ଯ୍ୟଟକଙ୍କଠାରୁ ଆଦାୟ କରାଯାଉଥିବା ଏହି ଚାର୍ଜ ବାକି ଅନ୍ୟ ଦେଶ ତୁଳନାରେ ଆଦାୟ ହେଉଥିବା ଫି’ଠାରୁ ବହୁତ କମ୍‌ ରହିଛି।

ଅଧିକାଂଶ ଭାରତୀୟ ଭୁଟାନର ପଶ୍ଚିମ ଅଂଶରେ ବୁଲାବୁଲି କରିବାକୁ ଅଧିକ ପସନ୍ଦ କରନ୍ତି। ଏଥିପାଇଁ ଭୁଟାନ ସରକାର ପୂର୍ବ ଭାଗକୁ ପ୍ରୋତ୍ସାହିତ କରିବା ଲାଗି ଏଠାରେ ଏସ୍‌ଡିଏଫ୍‌ ଚାର୍ଜ କମ୍‌ ରଖିଛି। ଏହି ଚାର୍ଜ ୫ ବର୍ଷରୁ କମ୍‌ ବୟସର ପିଲାଙ୍କ ଉପରେ ଲାଗୁ ହେବ ନାହିଁ। ସେହିପରି ୬ରୁ ୧୨ ବର୍ଷର ପିଲାଙ୍କ ଭୁଟାନରେ ଏଣ୍ଟ୍ରି ପାଇଁ ୬୦୦ ଟଙ୍କା ଦେବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ ପରିବେଶ ସଚେତନତା ନେଇ ଭୁଟାନ ବହୁତ ଗୁରୁତ୍ବ ଦେଇଥାଏ। ତେଣୁ ପର୍ଯ୍ୟଟକଙ୍କ ଅତିରିକ୍ତ ଭାବର ନିଜ ଦେଶ ଉପରେ ପଡ଼ିବାକୁ ଦେବାକୁ ଚାହୁ ନାହିଁ। ତେଣୁ ସରକାର ଏହି ୩ଟି ଦେଶର ପର୍ଯ୍ୟଟକଙ୍କ ଉପରେ ଏସ୍‌ଡିଏଫ୍‌ ଲାଗୁ କରିବା ଲାଗି ନିଷ୍ପତ୍ତି ନେଇଛି।

ଭୁଟାନରେ କାନ୍ଥରେ ହୋଇଥିବା ପେଣ୍ଟିଙ୍ଗସ୍‌, ଥାଙ୍ଗକା ପେଣ୍ଟିଙ୍ଗସ୍‌ ଓ ମୂର୍ତ୍ତି ଲାଗି ବେଶ୍‌ ଲୋକପ୍ରିୟ। ଏଠାରେ ଆପଣ ଥିମ୍ଫୁ ଚୋର୍ଟନ, ବୁଦ୍ଧା ଡୋରଡେନମା, କ୍ଲକ୍‌ ଟାୱାର ସ୍କ୍ବୟାର, ଟ୍ୟାଙ୍ଗୋ ବୌଦ୍ଧ ଇନ୍‌ଷ୍ଟିଚ୍ୟୁଟ୍‌, ଦୋଚୁଲା ପାସ୍‌, ନ୍ୟାସନାଲ ଲାଇବ୍ରେରୀ ଅଫ୍‌ ଭୁଟାନ ଓ ରୟାଲ ବଟାନିକାଲ ଗାର୍ଡେନ୍‌ ଭଳି ସୁନ୍ଦର ସ୍ଥାନ ବୁଲି ଦେଖିପାରିବେ। ଅକ୍ଟୋବରରୁ ନଭେମ୍ବର ମାସ ଭୁଟାନ ବୁଲି ଯିବାର ଉପଯୁକ୍ତ ସମୟ। ଏହି ସମୟରେ ଭୁଟାନର ଜଳବାୟୁ ବେଶ ମନମୋହକ ହୋଇଥାଏ।

ଭାରତରୁ ଭୁଟାନ ଆପଣ ଉଭୟ ଫ୍ଲାଇଟ୍‌ ଓ ରୋଡ୍‌ ମାର୍ଗରେ ଯାଇପାରିବେ। ଫ୍ଲାଇଟ୍‌ରେ ଭୁଟାନ୍‌ ଯିବାକୁ ଚାହୁଥିଲେ, ଭୁଟାନ ଏୟାରଲାଇନ୍ସରେ ଯାଆନ୍ତୁ। ଏହା ଆପଣଙ୍କୁ ଭୁଟାନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚାଇଦେବ। ଯଦି ଆପଣ ରୋଡ୍‌ ଟ୍ରିପ୍‌ କରିବାକୁ ଚାହୁଛନ୍ତି, ଆପଣ ଭାରତ-ଭୁଟାନ ସୀମାରେ ସ୍ଥିତ ଭୁଟାନୀ ସହର ଫୁନ୍‌ସୋଲିଙ୍ଗରୁ ପର୍ଯ୍ୟଟକ ଅନୁମତି ନେବାକୁ ପଡ଼ିବ। ଏଥିପାଇଁ ଆପଣଙ୍କ ପାଖରେ ପାସପୋର୍ଟ କିମ୍ବା ଭୋଟର ପରିଚୟ ପତ୍ର ଓ ଦୁଇଟି ପାସପୋଟ ସାଇଜ୍‌ ଫଟୋ ରହିଥିବା ଦରକାର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ