ଭର୍ଜିନିଟି ପାଇଁ ମହିଳାମାନେ କରୁଛନ୍ତି ଖତରନାକ ପ୍ରୟୋଗ, ବ୍ୟାନ୍‌ ଦାବି


ସାରା ବିଶ୍ବରେ ଭର୍ଜିନିଟିକୁ ନେଇ ମହିଳାଙ୍କ ଉପରେ ଏଭଳି ଚାପ ରହିଛି ଯେସେମାନେ ଭର୍ଜିନିଟି ରିପେୟାର ସର୍ଜରୀ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏବେ ଭର୍ଜିନିଟି ରିପେୟାର ସର୍ଜରୀ ଉପରେ ପ୍ରତିବନ୍ଧ ପାଇଁ ବ୍ରିଟେନ୍‌ରେ ଲୋକେ ସଡ଼କକୁ ଓହ୍ଲାଇଛନ୍ତି। ଏହି ସର୍ଜରୀକୁ ବ୍ୟାନ୍‌ କରିବା ଦାବି କରି ଲୋକେ କହିଛନ୍ତି ଯେ ମହିଳାଙ୍କ ଉପରେ ନୈତିକ ଚାପ ପକାଇ ସେମାନଙ୍କୁ ଜବରଦସ୍ତ ଭର୍ଜିନିଟି ରିପେୟାର ସର୍ଜରୀର ଶିକାର କରାଯାଉଛି।

ଭର୍ଜିନିଟି ରିଷ୍ଟୋରେସନ୍‌ର ଏହି ପ୍ରକ୍ରିୟା ଉପରେ ଅନେକ କାରଣରୁ ବ୍ୟାନ୍‌ ଲଗାଇବାକୁ ଦାବି କରାଯାଉଛି। ଏହି ସର୍ଜରୀ କରିବା ପାଇଁ ମହିଳାଙ୍କ ଉପରେ ଚାପ ପକାଯାଉଛି। ସୂଚନାଯୋଗ୍ୟ ଯେ ସାମାଜିକ ବହିଃଷ୍କାର ଡର ଦେଖାଇ ମହିଳାଙ୍କୁ ସର୍ଜରୀ ପାଇଁ ବାଧ୍ୟ କରାଯାଉଛି। ଅନେକ କ୍ଷେତ୍ରରେ ଜବରଦସ୍ତୀ ମଧ୍ୟ ସେମାନଙ୍କ ସର୍ଜରୀ କରାଯାଉଛି। ମୁସଲମାନ ଦେଶରେ ମହିଳାଙ୍କ ଉପରେ ଏହି ଚାପ ଅଧିକ ରହିଛି। ଏ ପର୍ଯ୍ୟନ୍ତ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି। ଏପରିକି ପରିବାରର କୌଣସି ସଦସ୍ୟ ମହିଳାଙ୍କ ଭର୍ଜିନିଟି ସମ୍ପର୍କରେ ଜାଣିବା ପରେ ସେମାନଙ୍କୁ ହତ୍ୟା ମଧ୍ୟ କରି ଦେଉଛନ୍ତି। ସୂଚନାଯୋଗ୍ୟ ଯେ ଭର୍ଜିନିଟି ରିପେୟାର ସର୍ଜରୀ ଜରିଆରେ ଆର୍ଟିଫିସିଆଲ ହାଇମନ୍‌ ଲଗାଯାଇଥାଏ।

ବିବିସିର ଏକ ରିପୋର୍ଟ ଅନୁସାରେ ଯଦି ଭର୍ଜିନିଟି ରିପେୟାର ସର୍ଜରୀକୁ ବ୍ୟାନ୍‌ କରି ଦିଆଯାଏ, ତେବେ ଗୋପନୀୟ ଭାବେ ଭର୍ଜିନିଟି ରିଷ୍ଟୋରେସନ୍‌ କରିବା ଆଶଙ୍କା ହୁଏତ ବଢ଼ି ଯାଇପାରେ। ଯାହା ବେଆଇନ ହେବ। ମିଡଲ୍‌ ଇଷ୍ଟର୍ଣ୍ଣ ୱିମେନ୍‌ ଏଣ୍ଡ ସୋସାଇଟି ଅର୍ଗାନାଇଜେସନ୍‌ର ଫାଉଣ୍ଡର ହଲାଲେହ ତୋହରି କହିଛନ୍ତି ଯେ ଲଣ୍ଡନରେ ମରକ୍କୋର ଜଣେ ଛାତ୍ରୀ ନିଜ ପିତାଙ୍କୁ ଲୁଚି ରହୁଥିଲେ। ୨୦୧୪ରେ ଏହି ଛାତ୍ରୀ ଜଣକ ବ୍ରିଟେନ୍‌ ଯାଇଥିଲେ। ସେଠାରେ ସେ ଜଣେ ବ୍ୟକ୍ତିଙ୍କ ସହିତ ରିଲେସନଶିପ୍‌ରେ ରହୁଥିଲେ। ତାଙ୍କ ପିତାଙ୍କୁ ଉଭୟଙ୍କ ସମ୍ପର୍କ ବିଷୟରେ ଜଣାପଡ଼ିବା ପରେ ସେ ଝିଅକୁ ଘରକୁ ମରୋକ୍କୋ ଫେରିବାକୁ କହିଥିଲେ ଏବଂ ସେଠାରେ ତାଙ୍କ ଭର୍ଜିନିଟି ପରୀକ୍ଷା କରିବାକୁ କହିଥିଲେ।

ଟେଷ୍ଟରେ ତାଙ୍କ ଭର୍ଜିନିଟି ପଜିଟିଭ୍‌ ହେବା ପରେ ଛାତ୍ରୀଙ୍କୁ ପିତାଙ୍କ ତରଫରୁ ବିପଦ ଆସି ଯାଇଥିଲା। ତେଣୁ ସେ ପୁଣିଥରେ ବ୍ରିଟେନ୍‌ ପଳାଇ ଯାଇଥିଲେ। ଏହାପରେ ଝିଅକୁ ହତ୍ୟା କରିବା ପାଇଁ ତାଙ୍କ ପିତା ଜଣେ ବ୍ୟକ୍ତିଙ୍କୁ ସୁପାରୀ ଦେଇଥିଲେ। ମରୋକ୍କୋର ଜଣେ ୪୦ ବର୍ଷୀୟା ଆସିଷ୍ଟାଣ୍ଟ ପ୍ରଫେସର କହିଛନ୍ତି ଯେ ୨୦ ବର୍ଷ ବୟସରେ ତାଙ୍କ ଉପରେ ସର୍ଜରୀ କରିବା ଲାଗି ଚାପ ପକାଯାଉଥିଲା। ସେ କହିଛନ୍ତି ଯେ ଯଦି ତାଙ୍କ ଝିଅ ସହିତ ଏପରି ହୋଇଥାନ୍ତା, ତେବେ ସେ ଝିଅ ଉପରେ ଏହି ସର୍ଜରୀ କରିବା ଲାଗି ଚାପ ପକାଇ ନ ଥାନ୍ତେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ