କରୋନା ପ୍ରଭାବରେ ପୁଣି କମିଲା ତୈଳ ଦର, ୪୦ ଦିନ ଭିତରେ କମିଲାଣି ୩ ଟଙ୍କା


ସୋମବାର ପୁଣି ଥରେ ତୈଳ ଦର ହ୍ରାସ ପାଇଛି। ଏଥିସହ ଲଗାତର ପଞ୍ଚମ ଦିନରେ ତୈଳ ଦର ହ୍ରାସ ପାଇଥିବା ବେଳେ ଚୀନ୍‌ରେ ବ୍ୟାପିଥିବା କୋରୋନା ଭାଇରସ୍‌ ମୁଖ୍ୟ କାରଣ ବୋଲି କୁହାଯାଉଛି। କୋରୋନାଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିଚାଲିଥିବାରୁ ଚୀନ୍‌ରେ ଅଶୋଧିତ ତୈଳର ଚାହିଦା ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ତେଣୁ ଭାରତର ପ୍ରମୁଖ ସହରମାନଙ୍କରେ ପେଟ୍ରୋଲ୍‌ ଦରରେ ୧୩ରୁ ୧୬ ପଇସା ଓ ଡିଜେଲ୍‌ ଦରରେ ଲିଟର୍‌ ପିଛା ୧୬ରୁ ୨୦ ପଇସା ପର୍ଯ୍ୟନ୍ତ ହ୍ରାସ ପାଇଛି। ଫଳସ୍ବରୂପ ଦିଲ୍ଲୀରେ ପେଟ୍ରୋଲ୍‌ ଦର ଲିଟର୍‌ ପିଛା ୭୨ ଟଙ୍କା ୧୦ ପଇସା ରହିଥିବା.େ ବଳେ ମୁମ୍ବାଇରେ ଏହା ୭୭ ଟଙ୍କା ୭୬ ପଇସା ଓ କୋଲ୍‌କାତାରେ ୭୪ ଟଙ୍କା ୭୪ ପଇସା ଏବଂ ଚେନ୍ନାଇରେ ୭୪ ଟଙ୍କା ୯୦ ପଇସା ରହିଛି।

ସେହିପରି ଡିଜେଲ୍‌ ଲିଟର ପିଛା ଗ୍ରାହକମାନେ ୬୫ ଟଙ୍କା ୭ ପଇସାରେ କିଣୁଥିବା ବେଳେ ମୁମ୍ବାଇରେ ଏହା ୬୮ ଟଙ୍କା ୧୯ ପଇସା, କୋଲ୍‌କାତାରେ ୬୭ ଟଙ୍କା ୩୯ ପଇସା ଓ ଚେନ୍ନାଇରେ ୬୮ ଟଙ୍କା ୭୨ ପଇସା ରହିଛି ବୋଲି ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ଗତ ଜାନୁଆରୀ ୧ରୁ ଲଗାତାର ତୈଳ ଦର ହ୍ରାସ ପାଇଚାଲିଥିବାରୁ ଅଦ୍ୟାବଧି ଅର୍ଥାତ୍‌ ୪୦ ଦିନ ଭିତରେ ଲିଟର ପିଛା ପାଖାପାଖି ୩ ଟଙ୍କା ହ୍ରାସ ପାଇସାରିଛି। ଭାରତ ତା’ର ଚାହିଦାର ୮୦ ପ୍ରତିଶତ ପର୍ଯ୍ୟନ୍ତ ତୈଳ ଆମଦାନି କରୁଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଓ ଡଲାର୍‌ ତୁଳନାରେ ଟଙ୍କାର ବିନିମୟ ମୂଲ୍ୟର ପ୍ରଭାବ ତୈଳ ଦର ଉପରେ ପଡ଼ିଆସିଛି। ସେହିପରି ଭାରତରେ ପ୍ରତିଦିନ ତୈଳ ଯୋଗାଣକାରୀ କମ୍ପାନୀମାନେ ଦର ପୁନଃନିର୍ଦ୍ଧାରଣ କରିଆସୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ