ଗୋ ସ୍ବିଫ୍ଟକୁ ନ୍ୟାସନାଲ୍‌ ଇ-ଗଭର୍ଣ୍ଣାନ୍ସ ସିଲ୍‌ଭର୍‌ ଆୱାର୍ଡ


ରାଜ୍ୟ ଶିଳ୍ପ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଗୋ ସ୍ବିଫ୍ଟ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି। ରାଜ୍ୟ ସରକାରଙ୍କ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ଶିଳ୍ପୋଦ୍ୟୋଗୀମାନଙ୍କୁ ଆକୃଷ୍ଟ କରିବା ଦିଗରେ କାର୍ଯ୍ୟ କରୁଥିବା ଗୋ ସ୍ବିଫ୍ଟକୁ ୨୦୧୯-୨୦ ବର୍ଷ ପାଇଁ ନ୍ୟାସନାଲ୍‌ ଇ-ଗଭର୍ଣ୍ଣାନ୍ସ ସିଲ୍‌ଭର୍‌ ଆୱାର୍ଡ ପ୍ରଦାନ କରାଯାଇଛି। ନିକଟରେ ମୁମ୍ବାଇଠାରେ ଅନୁଷ୍ଠିତ ୨୩ତମ ଜାତୀୟ ନ୍ୟାସନାଲ୍‌ କନ୍‌ଫରେନ୍ସରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଓଡ଼ିଶା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଗୋ ସ୍ବିଫ୍ଟ ସିଙ୍ଗଲ ୱିଣ୍ଡୋ, ୱାନ୍‌-ଷ୍ଟପ୍‌ ସଲ୍ୟୁସନ୍‌ ସହ ବିଭିନ୍ନ ଶିଳ୍ପ ପ୍ରକଳ୍ପକୁ କ୍ଲିୟରାନ୍ସ ଦେବା ବ୍ୟତୀତ ନିବେଶକମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦେଇଆସୁଛି।

ଏହାଛଡ଼ା ଗୋ ପ୍ଲସ୍‌ ମାଧ୍ୟମରେ ଶିଳ୍ପ ପାଇଁ ଚିହ୍ନଟ ଜମି ସମ୍ପର୍କରେ ନିବେଶକମାନେ ଜାଣିପାରୁଛନ୍ତି। ଫଳସ୍ବରୂପ ସେମାନେ ନିଜର ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଜମି ବାଛିପାରୁଛନ୍ତି। ଆହୁରି ମଧ୍ୟ ଗୋ ସ୍ମାଇଲ୍‌ ନୂଆ ଶିଳ୍ପୋଦ୍ୟୋଗୀମାନଙ୍କୁ ଶିଳ୍ପ ପ୍ରତିଷ୍ଠା ଦିଗରେ ବିଭିନ୍ନ ବିଭାଗର ସହଯୋଗ ଯୋଗାଇ ଦେବାରେ ସହଯୋଗ କରୁଛନ୍ତି। ଏହାଦ୍ବାରା ନୂଆ ଶିଳ୍ପୋଦ୍ୟୋଗୀମାନଙ୍କର ସମୟ ଓ ଅର୍ଥ ସଞ୍ଚୟ ହୋଇପାରୁଛି। ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ନୂଆ ଶିଳ୍ପକୁ ପ୍ରୋତ୍ସାହନ ଦେବା ସକାଶେ ଶିଳ୍ପୋଦ୍ୟୋଗୀମାନଙ୍କୁ ସମସ୍ତ ପ୍ରକାର ଅନ୍‌ଲାଇନ୍‌ ସହାୟତା ଯୋଗାଇ ଦିଆଯାଇପାରୁଛି। ଆହୁରି ମଧ୍ୟ ଇଡ୍‌କୋ ପକ୍ଷରୁ ଜମି ଯୋଗାଇ ଦିଆଯିବା ପରେ ଆବଶ୍ୟକ ସେବା ଉପଲବ୍ଧ କରାଇବା ସକାଶେ ଗୋ-ଆଇପାସ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ