ଆପଣଙ୍କ ଟସନ୍‌କୁ ଖରାପ କରିବନି ଫଟା ଗୋଇଠି, ଆପଣାନ୍ତୁ ଏହି ଟିପ୍ସ


ଚେହେରା କେତେ ବି ସୁନ୍ଦର ଦେଖାଯାଏ ନା କାହିଁକି ଫଟା ଗୋଇଠି ଇମ୍ପ୍ରେସନ୍‌ ଖରାପ ହୋଇଯାଏ। କେବଳ ଇମ୍ପ୍ରେସନ୍‌ ନୁହେଁ, ଫଟା ଗୋଇଠି ଦେଖିବାକୁ ମଧ୍ୟ ଭଲ ମଧ୍ୟ ଲାଗି ନ ଥାଏ। ବାହାରେ ବହୁତ ଅସହଜ ମଧ୍ୟ ଅନୁଭବ ହୋଇଥାଏ। କିନ୍ତୁ ଫଟା ଗୋଇଠି ଧରି ବୁଲିବାର କ’ଣ ଆବଶ୍ୟକତା ରହିଛି। କାରଣ ଆପଣଙ୍କ ରୋଷେଇ ଘରେ ରଖାଯାଇଥିବା ୪ ପ୍ରକାର ତେଲ ବ୍ୟବହାର କରି ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ। ମାତ୍ର ୫ ଦିନ ଏସବୁ ତେଲ ଲଗାଇ ଦେଖନ୍ତୁ, ଏହାପରେ ଆପଣ ସବୁବେଳେ ଗୋଇଠିରେ ତେଲ ଲଗାଇ ଶୋଇବାର ଅଭ୍ୟସ୍ତ ହୋଇଯିବେ। ବହୁତ କମ୍‌ ଭାରତୀୟଙ୍କ ରୋଷେଇ ଘରେ ଏହି ୪ ପ୍ରକାରର ତେଲ ନ ଥିବ। କାରଣ ଏସବୁ ବିନା ଆମ ରୋଷେଇ ଅଧୁରା ରହିଥାଏ। ଚାଲନ୍ତୁ ଜାଣିବା କିପରି ଭାବେ ଏହି ତେଲ ବ୍ୟବହାର କରି ଫଟା ଗୋଇଠିରୁ ମୁକ୍ତି ପାଇପାରିବେ।

ଅଲିଭ୍‌ ଅଏଲ୍‌

ଅଲିଭ୍‌ ଅଏଲ୍‌ ନିଜ ଔଷଧୀୟ ଗୁଣ ପାଇଁ ବହୁତ ମହଙ୍ଗା ହୋଇଥାଏ। ଦୁଇ ଚାମଚ ଅଲିଭ୍‌ ଅଏଲ୍‌କୁ ହାଲୁକା ଗରମ କରି ନିଅନ୍ତୁ। ଏବେ ତେଲରେ ତୁଳା ବୁଡ଼ାଇ ଏହାକୁ ଫଟା ଗୋଇଠି ସହିତ ପାଦ ତଳକୁ ମାଲିସ୍‌ କରନ୍ତୁ। ସପ୍ତାହରେ ଦୁଇ ଥର ଏପରି କରନ୍ତୁ। ଅନ୍ୟ ଦିନ ମାନଙ୍କରେ ଏକ ଚାମଚ ଅଲିଭ୍‌ ଅଏଲ୍‌ ମାଲିସ୍‌ କରନ୍ତୁ। ସପ୍ତାହରେ ଆପଣଙ୍କୁ ଫରକ ଜଣାପଡ଼ିଯିବ।

ନଡ଼ିଆ ତେଲ
ନଡ଼ିଆ ତେଲରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି। ଏଥିରେ ଆଣ୍ଟିଇନ୍‌ଫ୍ଲେମେଟ୍ରି ଗୁଣ ମଧ୍ୟ ରହିଛି। ତେଣୁ ଶରୀରର ଯେ କୌଣସି ସ୍ଥାନରେ ଫୁଲା କିମ୍ବା ସଂକ୍ରମଣ ବ୍ୟାପିବାକୁ ଦିଏ ନାହିଁ। ଯଦି ଗୋଇଠି ଶୁଷ୍କ ହୋଇ ହାଲୁକା ଫାଟ ହୋଇଛି, ତେବେ ରାତିରେ ଶୋଇବା ପୂର୍ବରୁ ପାଦକୁ ନଡ଼ିଆ ତେଲରେ ମାଲିସ୍‌ କରନ୍ତୁ। ଯଦି ସମସ୍ୟା ଅଧିକ ହେଉଛି, ତେବେ ସକାଳ ସନ୍ଧ୍ୟାରେ ଦୁଇ ଥର ପାଦକୁ ମାଲିସ୍‌ କରନ୍ତୁ। ମାତ୍ର ୫ରୁ ୭ ଦିନ ଦିନ ଭିତରେ ଫରକ ଜଣାପଡ଼ିଯିବ।

ରାଶି ତେଲ
ରାଶି ତେଲରେ ମଏଶ୍ଚରାଇଜରରେ ଭରପୂର ହୋଇଥାଏ। ଯଦି ଆପଣଙ୍କ ଗୋଇଠି ଅଧିକ ଫାଟି ଯାଇଛି ଓ ବଡ଼ ଫାଟ ଦେଖାଯାଉଛି, ତେବେ ନିୟମିତ ଶୋଇବା ପୂର୍ବରୁ ଗୋଇଠି ଓ ପାଦ ତଳକୁ ରାଶି ତେଲରେ ମାଲିସ୍‌ କରନ୍ତୁ। କାରଣ ଏହି ତେଲରେ ପ୍ରାକୃତିକ ମଏଶ୍ଚରାଇଜର ସହିତ ଆଣ୍ଟିଫଙ୍ଗଲ ଗୁଣ ରହିଛି। ଯାହା ଫାଟି ଯାଇଥିବା ଟିସୁକୁ ବାହାର କରିବା ସହିତ ଡ୍ୟାମେଜ୍‌ ଟିସୁକୁ ମରାମତି କରି ନରମ କରିଥାଏ।

ସୋରିଷ ତେଲ
ସବୁଠାରୁ ଗୁଣକାରୀ ତେଲ ମଧ୍ୟରେ ସୋରିଷ ତେଲ ଅନ୍ୟତମ। ଏହା ଆମ ଦେଶରେ ସବୁ ସ୍ଥାନରେ ସହଜରେ ମିଳିଯାଏ। ସୋରିଷ ତେଲକୁ ଏକ ଗିନାରେ ନେଇ ହାଲୁକା ଗରମ କରନ୍ତୁ। ଏହାକୁ ତୁଳା ସହାୟତାରେ ଫାଟି ଯାଇଥିବା ଗୋଇଠିରେ ଲଗାନ୍ତୁ। ମାତ୍ର ୨ରୁ ୫ ଦିନ ମଧ୍ୟରେ ଫରକ ଦେଖାଯିବ ଓ ଆପଣଙ୍କ ଗୋଇଠି ନରମ ହୋଇଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ