ଏହି ଗାଁର ପ୍ରତ୍ୟେକ ବ୍ୟକ୍ତି କୋଟିପତି, ସାରା ବିଶ୍ବରୁ ଏଠାକୁ ଆସନ୍ତି ପର୍ଯ୍ୟଟକ


ବିଶ୍ବରେ ଆପଣ ଅନେକ ଲକ୍ଷପତି ଓ କୋଟିପତି ଲୋକଙ୍କ ସମ୍ପର୍କରେ ନିହାତି ଭାବେ ଶୁଣିଥିବେ। କିନ୍ତୁ ଆପଣ କେବେ ବି ଏଭଳି ସ୍ଥାନ ସମ୍ପର୍କରେ ଶୁଣିଛନ୍ତି କି, ଯେଉଁଠି ପ୍ରତ୍ୟେକ ବ୍ୟକ୍ତି କୋଟିପତି। ଏଠାରେ ଏଭଳି ଏକ ଗାଁ ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁଠି ପ୍ରତ୍ୟେକ ବ୍ୟକ୍ତି କୋଟିପତି। ଏଠାରେ ଚୀନ୍‌ର ଜିୟାଙ୍ଗସୁ ପ୍ରୋଭିନ୍ସରେ ଅବସ୍ଥିତ ହୁଆକ୍ସି ଗାଁ ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ଗାଁ ବିଶ୍ବର ଅନ୍ୟ ଗାଁଠାରୁ ବହୁତ ଅଲଗା। ଏହି ଗାଁକୁ ଦେଖିବା ଲାଗି ସାରା ବିଶ୍ବରୁ ପର୍ଯ୍ୟଟକ ଆସିଥାନ୍ତି, ଯାହାଫଳରେ ସେମାନେ ଜାଣିପାରିବେ ଏଠାରେ ରହୁଥିବା ଲୋକେ ଏତେ ଧନୀ କେମିତି।

ଅଧିକାଂଶ ଲୋକଙ୍କ ମନରେ ଗାଁର ଚିତ୍ର ଦେଖିବାବେଳେ କଚ୍ଚା ସଡ଼କ, ପାଣି ଓ ବିଜୁଳି ସୁବିଧା ନ ଥିବା ମନରେ ଆସିଥାଏ। କିନ୍ତୁ ଏହି ଗାଁରେ ଉପଲବ୍ଧ ସୁବିଧା ପାଇଁ ଏହାକୁ ଅନ୍ୟ ସହରଠାରୁ ଭିନ୍ନ କରିଛି। ଉପଲବ୍ଧ ଥିବା ସମସ୍ତ ସୁବିଧା କାରଣରୁ ଏହି ଗାଁ ସାରା ବିଶ୍ବରେ ସୁପର ଭିଲେଜ୍‌ ନାମରେ ପରିଚିତ। କେବଳ ସେତିକି ନୁହେଁ, ଏହି ଗାଁରେ ରହିଲେ ଅଥରିଟିଙ୍କ ତରଫରୁ କାର୍‌ ଓ ଭିଲା ଦିଆ ଯାଇଥାଏ। କିନ୍ତୁ ଏହି ଗାଁ ଛାଡ଼ିବା ପରେ ସେମାନଙ୍କୁ କେବଳ ଏହି ଜିନିଷ ନୁହେଁ ବରଂ ନିଜର ସମସ୍ତ ସମ୍ପତ୍ତି ସେହିଠାରେ ଛାଡ଼ିବାକୁ ପଡ଼ିଥାଏ। ଏଠାରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଏକ ଆଲିଶାନ୍‌ ଘର ଓ ଦାମୀ ଗାଡ଼ି ରହିଥିବା ଦେଖିବାକୁ ମିଳିଥାଏ।

ଗାଁରେ ରହୁଛନ୍ତି ୨ ହଜାର ଲୋକ

ଏହି ଗାଁରେ ପାଖାପାଖି ୨ ହଜାର ଲୋକ ରହୁଛନ୍ତି। ଏହି ଗାଁର ପ୍ରତ୍ୟେକ ବ୍ୟକ୍ତିଙ୍କ ଖାତାରେ ପାଖାପାଖି ୧.୫ କୋଟି ଟଙ୍କାରୁ ଅଧିକ ରାଶି ଜମା ରହିଥାଏ। ଗାଁ ମଝିରେ ଏକ ୭୨ ମହଲା ବିଶିଷ୍ଟ କୋଠା ରହିଛି। ଯାହା ଆକର୍ଷଣର ମୁଖ୍ୟ କେନ୍ଦ୍ର ଅଟେ। ଏଠାରେ ଅଧିକାଂଶ ଘର ବାହାର ପଟରୁ ଦେଖିବାକୁ ଏକା ଭଳି। ଏଠାରେ ଟ୍ୟାକ୍ସି ଓ ଥିମ୍‌ ପାର୍କ ମଧ୍ୟ ଉପଲବ୍ଧ।

କମ୍ପାନୀର ଗଡ଼
ଏହି ଗାଁକୁ କୋଟି କୋଟି ଡଲାରର କମ୍ପାନୀର ଗଡ଼ ବୋଲି କୁହାଯାଏ। ଯେଉଁଠି ଷ୍ଟିଲ୍‌ ଓ ଶିପିଂ ଭଳି ପ୍ରମୁଖ କମ୍ପାନୀ ସାମିଲ୍‌ ରହିଛି। ଏହା ବିଶ୍ବର ଏଭଳି ପ୍ରଥମ ଗାଁ, ଯାହା ସମ୍ପୂର୍ଣ୍ଣ ଭାବେ ମଡେଲ ଓ ସୋସାଲିଷ୍ଟ ଅଟେ।

୧୯୬୦ରେ ହୋଇଥିଲା ସ୍ଥାପନା

ଏହି ଗାଁର ସ୍ଥାପନା ୧୯୬୦ରେ ବୁ ରେନବାଓ ନାମକ ଜଣେ ନେତା କରିଥିଲେ। ଏବେ ଏହି ଗାଁ ଯେତେ ଧନୀ ହୋଇଥିଲେ ମଧ୍ୟ ଆରମ୍ଭ ସମୟରେ ଏହି ଗାଁ ବହୁତ ଗରିବ ଥିଲା। ଏହି ଗାଁକୁ ଏହି ସ୍ଥାନରେ ପହଞ୍ଚାଇବା ପଛରେ କମ୍ୟୁନିଷ୍ଟ ପାର୍ଟିର ସ୍ଥାନୀୟ ସଚିବ ବୁ ରେନବାଓଙ୍କ ହାତ ରହିଛି। ରେନବାଓ ପ୍ରଥମେ କମ୍ପାନୀ ଗଠନ କରି ସାମୁହିକ ଖେତ କାମକୁ ପ୍ରୋତ୍ସାହିତ କରିଥିଲେ ଓ ଫର୍ଟିଲାଇଜ୍‌ର ସ୍ପ୍ରେ କେନ୍‌ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରି ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିଥିଲେ। ଫ୍ୟାକ୍ଟ୍ରିରେ ହେଉଥିବା ଲାଭାଶଂକୁ ଗାଁ ସାମୁହିକ କାମରେ ବ୍ୟବହାର କରାଯାଉଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ