ଲୋକପ୍ରିୟତାରେ ଏବେ ବି ମୋଦି ନମ୍ବର ୱାନ୍‌


ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ ପକ୍ଷରୁ ବର୍ଷକୁ ଦୁଇ ଥର ହେଉଥିବା ମୁଡ୍‌ ଅଫ୍‌ ଦ ନେସନ୍‌ ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ପୁଣି ଥରେ ତାଙ୍କ ଲୋକପ୍ରିୟତା ବଜାୟ ରଖି ନମ୍ବର ୱାନ ସ୍ଥାନରେ ରହିଛନ୍ତି। ମୁଡ୍‌ ଅଫ୍‌ ଦ ନେସନ-୨୦୨୦ ସର୍ଭେ ଅନୁସାରେ ମୋଦିଙ୍କ ଲୋକପ୍ରିୟତା କମିଛି। ଏସବୁ ସତ୍ତ୍ବେ ଦେଶକୁ ନେତୃତ୍ବ ଦେବା ପାଇଁ ସେ ଏବେ ବି ନମ୍ବର ୱାନ ବୋଲି ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତାଙ୍କର କୌଣସି ପ୍ରତିଦ୍ବନ୍ଦ୍ବୀ ତାଙ୍କ ଆଖପାଖରେ ନାହାନ୍ତି। ୬୮ ପ୍ରତିଶତ ଲୋକେ ମୋଦିଙ୍କୁ ଜଣେ ଦକ୍ଷ ପ୍ରଧାନମନ୍ତ୍ରୀ ବୋଲି ମତ ଦେଇଛନ୍ତି। ମାତ୍ର ୨୦୧୯ ଅଗଷ୍ଟ ତୁଳନାରେ ତାଙ୍କ ଲୋକପ୍ରିୟତା ୩ ପ୍ରତିଶତ କମିଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି।

ଏହି ସର୍ଭେ ରିପୋର୍ଟରେ ଆହୁରି କୁହାଯାଇଛି ଯେ ଆଜିକା ଦିନରେ ଯଦି ପୁଣି ଥରେ ନିର୍ବାଚନ ହୁଏ, ତାହେଲେ ମୋଦିଙ୍କ ନେତୃତ୍ବାଧୀନ ଏନ୍‌ଡିଏ ପୁଣି ଥରେ କ୍ଷମତାକୁ ଫେରିବାରେ କୌଣସି ଅସୁବିଧା ନାହିଁ। ସଂଖ୍ୟାଗରିଷ୍ଠତା ପାଇଁ ୨୭୨ ସଦସ୍ୟଙ୍କ ଆବଶ୍ୟକତା ରହିଥିଲା ବେଳେ ଏନ୍‌ଡିଏ ସପକ୍ଷରେ ୩୦୩ ସିଟ୍‌ ଯିବ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏହା ୨୦୧୯ ନିର୍ବାଚନ ତୁଳନାରେ ୫୦ ସିଟ୍‌ କମ୍‌ ବୋଲି କୁହାଯାଉଛି। ଶିବସେନା ଏନ୍‌ଡିଏ ଛାଡ଼ିଥିଲେ ବି ଏହା ଏନ୍‌ଡିଏକୁ ସଂଖ୍ୟାଗରିଷ୍ଠତା ଠାରୁ ଦୂରେଇ ଦେଇ ପାରିବ ନାହିଁ ବୋଲି କୁହାଯାଇଛି। ଆଉ ୟୁପିଏ ୨୦୧୯ ତୁଳନାରେ ବର୍ତ୍ତମାନର ସର୍ଭେ ଅନୁସାରେ ୧୫ଟି ସିଟ୍‌ ଅଧିକ ପାଇ ୧୦୮ ଆସନରେ ସୀମିତ ରହିବ ବୋଲି କୁହାଯାଇଛି।

ମୁଡ୍‌ ଅଫ୍‌ ଦ ନେସନ-୨୦୨୦ ସର୍ଭେ ଅନୁସାରେ ଏନ୍‌ଡିଏର ଭୋଟ୍‌ ୪ ପ୍ରତିଶତ କମି ୪୧ ପ୍ରତିଶତକୁ ଆସିଛି। ୟୁପିଏର ଭୋଟ ୨ ପ୍ରତିଶତ ବଢ଼ି ୨୯ ପ୍ରତିଶତ ରହିଛି। ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଲୋକେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୬୨ ପ୍ରତିଶତ ଲୋକେ ଖାଦ୍ୟ ଶସ୍ୟର ଅହେତୁକ ଦର ବୃଦ୍ଧିକୁ ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ, ସିଏଏ, ଏନ୍‌ଆରସିକୁ ନେଇ ବିବାଦ ଥିଲେ ବି ୫୮ ପ୍ରତିଶତ ଲୋକ ମୋଦି ସରକାରଙ୍କ ନିଷ୍ପତ୍ତି ସପକ୍ଷରେ ମତ ଦେଇଛନ୍ତି। ୫୦ ପ୍ରତିଶତ ଲୋକେ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି କେନ୍ଦ୍ରଶାସିତ ଅଞ୍ଚଳ କରିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ