ବଢ଼ୁଛି କୋରୋନା ଭାଇରସ୍‌ର ଭୟାବହତା: ଫସିଛନ୍ତି ୨୫ ଭାରତୀୟ, ସିଙ୍ଗାପୁର ଓ ଭିଏତ୍‌ନାମକୁ ବ୍ୟାପିଲା


ବେଜିଂ: ଚୀନ୍‌ରେ ଘାତକ କୋରୋନା ଭାଇରସ୍‌ ଭୂତାଣୁ ତା’ର କାୟାକୁ କ୍ରମଶଃ ବଢ଼ାଇଚାଲିଥିବା ବେଳେ ଅଦ୍ୟାବଧି ଏଥିରେ ୨୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଚୀନ୍‌ ସହର ଉହାନ୍‌ରୁ ଏହି ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ଏହା ସମେତ ୫ଟି ସହରକୁ ଚୀନ୍‌ ସରକାର ସିଲ୍‌ କରିଦେଇଛନ୍ତି। ଫଳସ୍ବରୂପ ଏହିସବୁ ସହରରେ ରହିଥିବା ବିଦେଶୀ ନାଗରିକମାନେ ମଧ୍ୟ ଫସିରହିଛନ୍ତି। ସେମାନଙ୍କ ମଧ୍ୟରେ ୨୫ ଜଣ ଭାରତୀୟ ଥିବା ଜଣାପଡ଼ିଛି। ଏହି ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ୨୦ ଜଣ ହେଉଛନ୍ତି କେରଳର ବାସିନ୍ଦା। ଉହାନ୍‌ଠାରୁ ୩୦୦ କିମି ଦୂରବର୍ତ୍ତୀ ୟିଚାଙ୍ଗ୍‌ସ୍ଥିତ ହସ୍ପିଟାଲ୍‌ରେ ୧୪ ଜଣ ଭାରତୀୟ ଛାତ୍ର ଇଣ୍ଟର୍ଣ୍ଣ ଭାବେ ରହିଥିଲେ। ସେମାନେ ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ କୁନ୍‌ମିଙ୍ଗ୍‌ ବିମାନବନ୍ଦରରୁ କୋଲ୍‌କାତା ଅଭିମୁଖେ ଯିବା ଲକ୍ଷ୍ୟରେ ଥିବା ଜଣାପଡ଼ିଛି।

ଏ ନେଇ ବେଜିଂସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଆମେ ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛୁ। ଏ ସଂକ୍ରାନ୍ତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶାବଳୀକୁ ମଧ୍ୟ ଅନୁସରଣ କରୁଛୁ। ଉହାନ୍‌ରେ ଥିବା ପାଖାପାଖି ୧୧ ନିୟୁତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ସକାଶେ ଚୀନ୍‌ କର୍ତ୍ତୃପକ୍ଷ ଆଶ୍ବାସନା ଦେଇଛନ୍ତି। ଉକ୍ତ ସହରରେ ରହିଥିବା ଭାରତୀୟମାନଙ୍କୁ ମଧ୍ୟ ସମସ୍ତ ପ୍ରକାର ସହଯୋଗ ମିଳିବ। ଖାଦ୍ୟପେୟ ନେଇ କାହାର କିଛି ବି ସମସ୍ୟା ହେବ ନାହିଁ ବୋଲି କର୍ତ୍ତୃପକ୍ଷ କହିଥିବା ବେଜିଂସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଏଥିସହ ହୁବେଇ ପ୍ରଦେଶରେ ରହିଥିବା ଭାରତୀୟ ଓ ଭାରତରେ ଥିବା ସେମାନଙ୍କ ସମ୍ପର୍କୀୟମାନଙ୍କ ସହ ମଧ୍ୟ ଯୋଗାଯୋଗ ରହିଛି। ତା’ଛଡ଼ା ବେଜିଂ ଓ ଉହାନ୍‌ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଏ ସଂକ୍ରାନ୍ତରେ ବରାବର ଆଲୋଚନା ହେଉଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ସେହିପରି ଭାରତରେ ଥିବା ଚୀନ୍‌ ଦୂତାବାସ ପକ୍ଷରୁ ଦୁଇଟି ହଟ୍‌ଲାଇନ୍‌ ସେବାର ମଧ୍ୟ ଶୁଭାରମ୍ଭ କରାଯାଇଛି। ଅନ୍ୟପକ୍ଷରେ କୋରୋନା ଭାଇରସ୍‌ କ୍ରମଶଃ ଭିଏତ୍‌ନାମ ଓ ସିଙ୍ଗାପୁରକୁ ବ୍ୟାପିଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ