ଝାଡ଼ଖଣ୍ଡରେ ସିଏଏ ସପକ୍ଷ ରାଲିରେ ହିଂସାକାଣ୍ଡ: କର୍ଫ୍ୟୁ ଜାରି


ରାଞ୍ଚି: ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହେବା ପରେ ଏହା ସପକ୍ଷରେ ସଚେତନତା ସୃଷ୍ଟି ପାଇଁ ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟରେ ରାଲିମାନ ଆୟୋଜନ କରାଯାଉଛି। ତେବେ ଗୁରୁବାର ଝାଡ଼ଖଣ୍ଡର ଲୋହାରଡାଗାଠାରେ ଏପରି ଏକ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ ହିଂସାକାଣ୍ଡ ସୃଷ୍ଟି ହୋଇଥିବା ବେଳେ ଏହାର ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଦୁଇ ଦିନ ପାଇଁ ସ୍କୁଲ୍‌ ଓ କଲେଜ ବନ୍ଦ ଘୋଷଣା କରାଯାଇଥିବା ବେଳେ କୌଣସି ସ୍ଥାନରେ ୪ ଜଣରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ଉପରେ ରୋକ ଲଗାଯାଇଛି। ବର୍ତ୍ତମାନ ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ଦୁଇ ଦିନ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସ୍ଥାନୀୟ ଜିଲ୍ଲାପାଳ ଆକାଂକ୍ଷା ରଞ୍ଜନ କହିଛନ୍ତି।

ସହରରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି। ଗୁରୁବାର ସିଏଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆୟୋଜିତ ରାଲିରେ ବିରୋଧୀମାନେ ପଥର ମାଡ଼ କରିବା ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କେତେକ ହିନ୍ଦୁ ସଂଗଠନ ପକ୍ଷରୁ ଏହି ରାଲି କରାଯାଉଥିବା ବେଳେ ହିଂସାକାଣ୍ଡ ସୃଷ୍ଟି ହେବାରୁ ଉତ୍ତ୍ୟକ୍ତ ଲୋକେ ଗୋଟିଏ ଦୁଇଚକିଆ ଯାନକୁ ପୋଡ଼ିଦେଇଥିଲେ। ତେବେ ପୋଲିସ୍‌ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି ବୋଲି ଜିଲ୍ଲାପାଳ ରଞ୍ଜନ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ