ସାବିତ୍ରୀ ରଥ ହେବେ ହାଇକୋର୍ଟ ବିଚାରପତି


କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ ସାବିତ୍ରୀ ରଥ। ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି। ଏବେ ସେ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ସାବିତ୍ରୀଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ସାବିତ୍ରୀଙ୍କ ନାମ ଗତ ବୁଧବାର ସୁପାରିସ କରାଯାଇଥିଲା। କଲେଜିୟମର ସୁପାରିସ ଉପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ମୋହର ମାରିବା ପରେ ରଥ ନିଯୁକ୍ତି ପାଇବେ। ସାବିତ୍ରୀ ଏବେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଛନ୍ତି।

ସୂଚନାଥାଉ କି ସାବିତ୍ରୀ ହେଉଛନ୍ତି ରାଜ୍ୟର ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ପ୍ରଫୁଲ୍ଲ ରଥଙ୍କ ଝିଅ। କଟକରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ ଦିଲ୍ଲୀରେ ଆଇନ ବିଦ୍ୟା ଲାଭ କରିଥିଲେ। ପରେ ଓଡ଼ିଶା ଆସି ହାଇକୋର୍ଟରେ ପ୍ରାକ୍ଟିସ୍‌ ଆରମ୍ଭ କରିଥିଲେ। ହାଇକୋର୍ଟର ତତ୍କାଳୀନ ବରିଷ୍ଠ ଓକିଲ ତଥା ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ପ୍ରଫୁଲ୍ଲ ମିଶ୍ରଙ୍କ ଅଧୀନରେ ସେ ଓକିଲାତି କରୁଥିଲେ। ଏହା ପରେ ଭିଜିଲାନ୍ସ ଷ୍ଟାଣ୍ଡିଂ କାଉନସେଲ୍‌ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ