ଫଳ ବଜାରରେ ଅଗ୍ନିକାଣ୍ଡ: ଲକ୍ଷାଧିକର ସମ୍ପତ୍ତି ପୋଡ଼ି ପାଉଁଶ


ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ କଳ୍ପନା ଛକ ଓଭରବ୍ରିଜ ନିକଟରେ ଥିବା ଫଳ ବଜାରରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଫଳ ବଜାରରେ ନିଆଁ ଲାଗିଯିବାରୁ ମା’ ତାରିଣୀ ଭେଣ୍ଡିଂ ଜୋନ୍‌ରେ ଥିବା ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଏହି ଦୋକାନ ଗୁଡ଼ିକରେ ଥିବା ବହୁ ପରିମାଣର ଫଳ ଓ ସାମଗ୍ରୀ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ