ଏନ୍‌ଡିଏକୁ ରାଜ ଠାକ୍‌ରେଙ୍କ ସମର୍ଥନ ଘୋଷଣା


ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣ ସମ୍ଭାବନା ସୃଷ୍ଟି ହୋଇଛି। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକ୍‌ରେ ଶିବସେନା ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଜୟନ୍ତୀ ଅବସରରେ ଦଳର ନୂଆ ଫ୍ଲାଗ୍‌ ଉନ୍ମୋଚନ କରିବା ସହ ପୁଅ ଅମିତକୁ ଦଳରେ ସାମିଲ କରିବା ନେଇ ଘୋଷଣା କରିଛନ୍ତି। ଏହାବାଦ୍‌ ସବୁଠୁ ବଡ଼ ଘୋଷଣାକ୍ରମେ ରାଜ ଠାକ୍‌ରେ ମୋଦି ସରକାର ମୁସଲିମ ଅନୁପ୍ରବେଶକାରୀଙ୍କୁ ତଡ଼ିବା ନେଇ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି, ତାହାକୁ ତାଙ୍କ ଦଳ ସମର୍ଥନ କରୁଛି ବୋଲି ଖୋଲାଖୋଲି ଘୋଷଣା କରି ଏନ୍‌ଡିଏ ଶିବିରରେ ଯୋଗ ଦେବା ପାଇଁ ଆଭାସ ଦେଇଛନ୍ତି।

ଅତୀତରେ ଶିବସେନା ପ୍ରତିଷ୍ଠା ବେଳେ ବାଲ୍‌ ଠାକ୍‌ରେ ଏହା ଚାହୁଁଥିଲେ ବୋଲି ମଧ୍ୟ ରାଜ ଠାକ୍‌ରେ କହିଛନ୍ତି। ରାଜ ଠାକ୍‌ରେଙ୍କ ଏପରି ଆଭିମୁଖ୍ୟ ପରେ ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟରେ ବିଜେପି ସହ ଏମ୍‌ଏନ୍‌ଏସ୍‌ ମେଣ୍ଟ କରିବା ନେଇ ଆଶା ଉଜ୍ଜ୍ବଳ ହୋଇଛି। ଅତୀତରେ ଶିବସେନା ସହ ବିଜେପିର ମେଣ୍ଟ କାରଣରୁ ରାଜ ଠାକ୍‌ରେ ଏକାକୀ ନିର୍ବାଚନ ଲଢ଼ି ଆସୁଥିଲେ। ତେଣୁ ତାଙ୍କ ଦଳ ଜିତିବା ପୋଜିସନ୍‌କୁ ଆସି ପାରୁ ନଥିଲେ। ମାତ୍ର ଶିବସେନା ବିଜେପିର ହାତ ଛାଡ଼ି ସାରିଥିବାରୁ ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ