କୁରୈଶୀ କହିଲେ ଟ୍ରମ୍ପ୍‌ଙ୍କ ପାକିସ୍ତାନ ଗସ୍ତ ଖୁବ୍‌ ଶୀଘ୍ର: ଏଡ଼ାଇ ଗଲେ ଟ୍ରମ୍ପ୍‌


ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ଡେଭସରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ଦୁଇ ରାଷ୍ଟ୍ର ନେତାଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ କାଳ ଆଲୋଚନା ହୋଇଥିଲା ବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରୈଶୀ କହିଛନ୍ତି। ଏଥିସହ କୁରେସୀ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ୍‌ ଖୁବ୍‌ ଶୀଘ୍ର ପାକିସ୍ତାନ ଗସ୍ତ କରିବା ନେଇ ସହମତ ହୋଇଛନ୍ତି।

କୁରୈଶୀ ଏପରି ମନ୍ତବ୍ୟ ରଖିବା ପରେ ଜଣେ ସମ୍ବାଦିକ ଟ୍ରମ୍ପ୍‌ଙ୍କୁ ପାକିସ୍ତାନ ଗସ୍ତ ସମ୍ପର୍କରେ ପଚାରିବାରୁ ସେ ହଁ କିମ୍ବା ନା ନ କହି ପ୍ରଶ୍ନକୁ ଏଡ଼ାଇ ଯାଇଥିବା ଦେଖିବାକୁ ମିଳିଛି। ସାମ୍ବାଦିକ ଜଣକ ପ୍ରଶ୍ନ କରିଥିଲେ ଯେ ଆପଣ ଭାରତ ଗସ୍ତ କାଳରେ ଇସ୍‌ଲାମାବାଦ ରହଣୀ କରିବାର ରହିଛି କି ବୋଲି ପ୍ରଚାରିଥିଲେ। ମାତ୍ର ଟ୍ରମ୍ପ୍‌ ଏହାକୁ ଏଡାଇ ଯାଇ କହିଥିଲେ ଯେ ଆମର ଉଭୟ ଭାରତ ଓ ପାକିସ୍ତାନ ସହ ସୁସମ୍ପର୍କ ରହିଛି।

ଏଠାରେ ସୂଚନାଯୋଗ୍ୟ ଯେ ଭାରତ ସରକାର ଟ୍ରମ୍ପ୍‌ଙ୍କୁ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି କରିବା ପାଇଁ ନିମନ୍ତ୍ରଣ କରିଥିଲେ। ମାତ୍ର ଟ୍ରମ୍ପ୍‌ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ପାଇଁ ଆସି ପାରିବେ ନାହିଁ ବୋଲି ଜଣାଇବା ସହ ଫେବ୍ରୁଆରୀରେ ଭାରତ ଗସ୍ତ କରିବେ ବୋଲି କହି ସାରିଛନ୍ତି। ତେବେ କେଉଁ ତାରିଖରେ ଆସିବେ, ତାହା ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ସ୍ଥିର ହେବାକୁ ବାକି ରହିଛି। ଏହିପରି ସ୍ଥିତିରେ ପାକିସ୍ତାନ କୌଣସି ମତେ ଟ୍ରମ୍ପ୍‌ଙ୍କୁ ପାକିସ୍ତାନ ଡାକିବା ଉଦ୍ୟମ ଆରମ୍ଭ କରିଥିବା ପାକ୍‌ ବୈଦେଶିକ ମନ୍ତ୍ରୀ କୁରୈଶୀଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ