ଜାଣନ୍ତୁ ଗାଈ ଓ ମଇଁଷି କ୍ଷୀର ମଧ୍ୟରୁ କେଉଁଟି ଆପଣଙ୍କ ପାଇଁ ଉପଯୋଗୀ


କ୍ଷୀର ଶରୀରରେ କେବଳ କ୍ୟାଲ୍‌ସିୟମ ଓ ଭିଟାମିନ୍‌ ଡି’ ନୁହେଁ, ବରଂ ଅନ୍ୟ ପୋଷକତତ୍ତ୍ବର ଅଭାବ ଦୂର କରିବା ପାଇଁ ମଧ୍ୟ ଆବଶ୍ୟକ। ସାଧାରଣତଃ ଭାରତୀୟ ଘରେ ଦୁଇ ପ୍ରକାରର କ୍ଷୀର ବ୍ୟବହାର କରାଯାଏ। ଗୋଟିଏ ହେଉଛି ଗାଈ କ୍ଷୀର ଓ ଅନ୍ୟଟି ହେଉଛି ମଇଁଷି କ୍ଷୀର। ଦୁଇଟିଯାକ କ୍ଷୀର ପୋଷକତତ୍ତ୍ବ କ୍ଷେତ୍ରରେ କେହି କାହାଠାରୁ କମ୍‌ ନୁହନ୍ତି। କିନ୍ତୁ ଆପଣଙ୍କ ପାଇଁ କେଉଁ କ୍ଷୀରର ବିକଳ୍ପ ଅଧିକ ଉତ୍ତମ, ଏହାର ବିଶେଷତ୍ବ ଜାଣିବା ପରେ ନିଜେ ନିଷ୍ପତ୍ତି ନେଇପାରିବେ।

ଫ୍ୟାଟ୍‌ ଓ ପ୍ରୋଟିନ୍‌

ମଇଁଷି କ୍ଷୀରରେ ଗାଈ କ୍ଷୀର ତୁଳନାରେ ଅଧିକ ଫ୍ୟାଟ୍‌ ଥାଏ। ଏଥିରେ ପ୍ରୋଟିନ୍‌ର ମାତ୍ରା ମଧ୍ୟ ଅଧିକ ରହିଛି। ତେଣୁ ଯେଉଁ ଲୋକମାନେ ମାଂସପେଶୀ ଡେଭଲପ କରିବାକୁ ଚାହୁଛନ୍ତି, ସେମାନେ ମଇଁଷି କ୍ଷୀର ପିଇବା ଉପରେ ଅଧିକ ଗୁରୁତ୍ବ ଦେଇଥାନ୍ତି।

ଅନ୍ୟ ପୋଷକତ୍ତ୍ବ
ଗାଈ କ୍ଷୀର ତୁଳନାରେ ମଇଁଷି କ୍ଷୀରରେ ଫସ୍‌ଫରସ୍‌, ମ୍ୟାଗ୍ନେସିୟମ ଓ ପୋଟାସିୟମ ଅଧିକ ରହିଛି। ସେହିପରି ଗାଈ କ୍ଷୀରରେ ଭିଟାମିନ୍‌ ଓ ମିନେରାଲ୍ସ ଅଧିକ ରହିଛି।

ପ୍ରିଜର୍ଭ ପ୍ରପର୍ଟିଜ୍‌

ଗାଈ କ୍ଷୀରକୁ ଗୋଟିଏ କିମ୍ବା ଦୁଇ ଦିନରେ ପିଇ ଶେଷ କରିଦେବା ଉଚିତ। ଏଥିରେ ଅଧିକ ଦିନ ରଖିବା ଓ ସେବନ କରିବା ଶରୀର ପାଇଁ ଠିକ୍‌ ହୋଇ ନ ଥାଏ। ସେହିପରି ମଇଁଷି କ୍ଷୀରରେ ପାରାକ୍ସାଇଡ୍‌ ଏଞ୍ଜାଇମ୍‌ ଆକ୍ଟିଭିଟି ଅଧିକ ରହିଛି। ଯେଉଁ କାରଣରୁ ଏହାକୁ ଫୁଟାଇବା ପରେ ୩ରୁ ୪ ଦିନ ଯାଏ ପ୍ରିଜର୍ଭ କରି ସେବନ କରାଯାଇପାରିବ।

ହଜମ ପାଇଁ ଭଲ

ମଇଁଷି କ୍ଷୀରରେ ଅଧିକ ଫ୍ୟାଟ୍‌ ଥିବାରୁ ଏହା ହଜମ ହେବା ଲାଗି ମଧ୍ୟ ପେଟ ଉପରେ ଅଧିକ ଚାପ ପଡ଼ିଥାଏ। ସେହିପରି ଗାଈ କ୍ଷୀରରେ ସଲିଡ୍‌ କମ୍ପାଉଣ୍ଡ କମ୍‌ ଓ ୱାଟର କମ୍ପାଉଣ୍ଡ ଅଧିକ ହୋଇଥାଏ। ଏହି କାରଣରୁ ଛୋଟ ପିଲାଙ୍କୁ ଗାଈ କ୍ଷୀର ସେବନ କରାଇବାକୁ ପରାମର୍ଶ ଦିଆଯାଇଥାଏ। କାରଣ ଏହା ସହଜରେ ହଜମ ହୋଇଥାଏ।

ଡାକ୍ତର କିମ୍ବା ଡାଏଟିସିଆନଙ୍କ ପରାମର୍ଶ ନିଅନ୍ତୁ
ଆପଣଙ୍କ ପାଇଁ କେଉଁ କ୍ଷୀର ଅଧିକ ଉତ୍ତମ, ଯଦି ଆପଣ ବିକଳ୍ପ ଚୟନ କରିପାରୁ ନାହାନ୍ତି, ତେବେ ଡାକ୍ତର କିମ୍ବା ଡାଏଟିସିଆନଙ୍କ ପରାମର୍ଶ ନେଇପାରିବେ। ସେମାନେ ଆପଣଙ୍କ ସ୍ବାସ୍ଥ୍ୟ ଓ ଏହା ସହିତ ଜଡ଼ିତ ସମସ୍ୟାକୁ ଦୃଷ୍ଟିରେ ରଖି ଉପଯୁକ୍ତ ବିକଳ୍ପ ଚୟନ କରିବାରେ ସାହାଯ୍ୟ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ