ପ୍ରଭାସଙ୍କ ମା’ ହେବେ ଭାଗ୍ୟଶ୍ରୀ


ଆପଣଙ୍କର ଅଭିନେତ୍ରୀ ଭାଗ୍ୟଶ୍ରୀ ମନେଅଛନ୍ତି କି? ସଲମାନ ଖାନଙ୍କ ଅଭିନୀତ ସିନେମା ‘ମେନେ ପ୍ୟାର କୀୟା’ ଫିଲ୍ମ ମାଧ୍ୟମରେ ଭାଗ୍ୟଶ୍ରୀ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଭାଗ୍ୟଶ୍ରୀଙ୍କ ଏହି ଡେବ୍ୟୁ ସୁପରହିଟ୍‌ ହୋଇଥିଲା ଓ ଏହାପରେ ବଲିଉଡ୍‌ର ସେ ଜଣେ ଜଣାଶୁଣା ଚେହେରା ପାଲଟି ଯାଇଥିଲେ। ସଲମାନଙ୍କ ସହ ବଡ଼ ପରଦାରେ ରୋମାନ୍ସ କରୁଥିବା ଏହି ସୁନ୍ଦରୀ ଅଭିନେତ୍ରୀ ଭାଗ୍ୟଶ୍ରୀ ଏବେ ସୁପରଷ୍ଟାର ପ୍ରଭାସଙ୍କ ମା’ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।

ରିପୋର୍ଟ ମୁତାବକ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ପ୍ରଭାସ ୨୦’ରେ ଭାଗ୍ୟଶ୍ରୀ ତାଙ୍କ ମା’ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ପ୍ରଭାସ ଏବେ ଏହି ଫିଲ୍ମର ଶୁଟିଂ ଆରମ୍ଭ କରି ଦେଇଛନ୍ତି। କୁହାଯାଉଛି, ଭାଗ୍ୟଶ୍ରୀ ମଧ୍ୟ ତାଙ୍କ ସହିତ ଶୁଟିଂ ଆରମ୍ଭ କରି ଦେଇଛନ୍ତି। ଫିଲ୍ମରେ ଭାଗ୍ୟଶ୍ରୀଙ୍କ ଚରିତ୍ର ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ତେଣୁ ଏହାକୁ ଗୋପନ ରଖାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଏହି ସିନେମା ପ୍ରଭାସଙ୍କ ୨୦ତମ ସିନେମା ହୋଇଥିବାରୁ ଫିଲ୍ମର ନାମ ଏବେ ‘ପ୍ରଭାସ ୨୦’ ରଖାଯାଇଛି। ଏହା ଏକ ପିରିୟଡ଼ ଲଭ୍‌ ଷ୍ଟୋରୀ ବୋଲି ଜଣାପଡ଼ିଛି। ଯେଉଁଥିରେ ପୂଜା ହେଗଡେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମର ନିର୍ଦେଶନା ରାଧା କୃଷ୍ଣ କୁମାର ଦେଉଛନ୍ତି। ପ୍ରଭାସ ଏହି ଫିଲ୍ମରେ ଜଣେ ଜ୍ୟୋତିଷ ଭୂମିକାରେ ଅଭିନୟ କରିବେ ବୋଲି କୁହାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ