ପାରସଙ୍କ ବ୍ୟବହାରରେ ଭାଙ୍ଗି ପଡ଼ିଛନ୍ତି ଆକାଂକ୍ଷା, ସଙ୍କଟରେ ସମ୍ପର୍କ


‘ବିଗ୍‌ବସ୍‌ ୧୩’ ପ୍ରତିଯୋଗୀମାନେ ନିଜ ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଗତ ୱିକ୍‌ଏଣ୍ଡ ବାର୍‌ରେ ଶୋ’ର ହୋଷ୍ଟ ସଲମାନ ଖାନ ପ୍ରତିଯୋଗୀ ଭାବେ ବିଗ୍‌ବସ୍‌ ଘରେ ଥିବା ପାରସ ଛାବରା ତାଙ୍କ ଗାର୍ଲଫ୍ରେଣ୍ଡ ଆକାଂକ୍ଷା ପୁରିଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।

ସଲମାନ କହିଥିଲେ ଯେ ପାରସ ଓ ମାହିରା ଶର୍ମାଙ୍କ ସମ୍ପର୍କକ ନେଇ ଆକାଂକ୍ଷା ଚିନ୍ତିତ ଅଛନ୍ତି। ପାରସ ଓ ମାହିରାଙ୍କ ଭିତରେ କ’ଣ ଚାଲିଛି ତାହା ଜାଣିବା ପାଇଁ ଆକାଂକ୍ଷା ସଲମାନଙ୍କୁ ଫୋନ୍‌ ମଧ୍ୟ କରିଥିଲେ। ଏହି ସବୁ ପ୍ରଶ୍ନର ଉତ୍ତରରେ ପାରସ ନିଜକୁ ବଞ୍ଚାଇବା ପାଇଁ ସ୍ପଷ୍ଟୀକରଣ ମଧ୍ୟ ଦେଇଥିଲେ। ଏବେ ଆକାଂକ୍ଷାଙ୍କ ଜଣେ ନିକଟତର ବନ୍ଧୁ କହିଛନ୍ତି ଯେ ପାରସ ଭଳି ଜଣେ ଯୁବକଙ୍କ ସହିତ ରହିବାକୁ ଆକାଂକ୍ଷା ଚାହୁ ନାହାନ୍ତି। ମିଡିଆକୁ ସାକ୍ଷାତକାର ଦେଇ ଆକାଂକ୍ଷାଙ୍କ ସାଙ୍ଗ କହିଛନ୍ତି ଯେ ୱିକ୍‌ଏଣ୍ଡ କା ବାର୍‌ ଦେଖିବା ପରେ ଆକାଂକ୍ଷା ବହୁତ ଦୁଃଖୀ ଅଛନ୍ତି। ପାରସ ଯେଉଁ ଭଳି ଭାବେ ସଲମାନଙ୍କ ସାମ୍ନାରେ ସେମାନଙ୍କ ରିଲେସନଶିପ୍‌ ସମ୍ପର୍କରେ କହିଲେ, ଏଥିରେ ସେ ବହୁତ ଆଘାତ ପାଇଛନ୍ତି।

ଆକାଂକ୍ଷା ପ୍ରଥମ ଦିନରୁ ପାରସଙ୍କୁ ସପୋର୍ଟ କରି ଆସୁଛନ୍ତି। ସେ ପାରସଙ୍କ ସହିତ ରିଲେସନଶିପ୍‌କୁ ୨୦୦ ପ୍ରତିଶତ ଦେଇଛନ୍ତି। କିନ୍ତୁ ପାରସ ତାଙ୍କୁ ନିରାଶ କରିଛନ୍ତି। ତେଣୁ ପାରସ ଭଳି ଜଣେ ବ୍ୟକ୍ତିକୁ ଆକାଂକ୍ଷା ନିଜ ଜୀବନସାଥୀ କରିବାକୁ ଚାହୁ ନାହାନ୍ତି ବୋଲି ସେ କହିଛନ୍ତି। ଯେଉଁ ସମ୍ପର୍କରେ ପ୍ରେମ ଓ ଇଜ୍ଜତ ନାହିଁ, ସେଭଳି ସମ୍ପର୍କ ଭାଙ୍ଗି ଦେବା ଭଲ ବୋଲି ଆକାଂକ୍ଷା ଭାବୁଥିବା ତାଙ୍କ ସାଙ୍ଗ କହିଛନ୍ତି। ଏପରି ମଧ୍ୟ ଶୁଣିବାକୁ ମିଳୁଛି ପାରସଙ୍କ ସହିତ ବ୍ରେକ୍‌ଅପ୍‌ କରିବା ଲାଗି ଆକାଂକ୍ଷା ବିଗ୍‌ବସ୍‌ ଘରେ ଏଣ୍ଟ୍ରି କରିବେ। ତେବେ ବିଗ୍‌ବସ୍‌ ଘରେ ଏଣ୍ଟ୍ରି ଖବରକୁ ଗୁଜବ ବୋଲି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ