ସ୍ନାକସ୍‌ରେ ମଶରୁମ ପକୁଡ଼ିର ମଜା ନିଅନ୍ତୁ


ଶୀତ ସନ୍ଧ୍ୟାରେ ଚା’ ସହିତ ପକୁଡ଼ି ଖାଇବାର ମଜା କିଛି ନିଆରା। ସାଧାରଣତଃ ଗୃହିଣୀମାନେ ସନ୍ଧ୍ୟା ସ୍ନାକ୍‌ସ ପାଇଁ ବିଭିନ୍ନ ପ୍ରକାରର ପକୁଡ଼ି ତିଆରି କରିଥାନ୍ତି। ଚାଲନ୍ତୁ ଜାଣିବା ମଶରୁମ୍‌ ପକୁଡ଼ିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର

୧ କପ୍‌ କଟା ମଶରୁମ, ୨ କପ୍‌ ବ୍ରେଡ୍‌ କ୍ରମ୍ବସ୍‌, ୪ଟା କଟା କଞ୍ଚା ଲଙ୍କା, ୨ଟି କଟା ପିଆଜ, ୧ କପ୍‌ ଚିଜ୍‌ କ୍ୟୁବ୍‌, ୨ ଚାମଚ ଲଙ୍କା ଗୁଣ୍ଡ, କଟା ଧନିଆ ପତ୍ର, ୨ ଟେବଲସ୍ପୁନ୍‌ କର୍ଣ୍ଣ ଷ୍ଟାର୍ଚ, ସ୍ବାଦାନୁସାରେ ଲୁଣ ଓ ଛାଣିବା ପାଇଁ ତେଲ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ପିଆଜ, ମଶରୁମ, ଲଙ୍କା ଓ ଧନିଆ ପତ୍ରକୁ ଭଲ ଭାବେ ଧୋଇ କାଟନ୍ତୁ। ଏବେ ଏକ ପାତ୍ରରେ ଏହାକୁ ରଖି ବ୍ରେଡ୍‌ କ୍ରମ୍ବସ୍‌, କର୍ଣ୍ଣ ଷ୍ଟାର୍ଚ ଓ ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣରେ ଚିଜ୍‌ କ୍ୟୁବ୍‌ ପକାନ୍ତୁ। ଏଥିରେ ପାଣି ସହିତ ସ୍ବାଦାନୁସାରେ ଲୁଣ ମିଶାଇ ଭଲ ଭାବେ ଗୋଳାନ୍ତୁ। ଧ୍ୟାନ ରଖନ୍ତୁ ଏହି ମିଶ୍ରଣରେ ଯେଭଳି ଗୋଟା ନ ହୁଏ। ଏବେ ଗ୍ୟାସ୍‌ରେ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଏହି ମିଶ୍ରଣକୁ ପକୁଡ଼ି ଭଳି ପକାଇ ଛାଣନ୍ତୁ। ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ଯାଏ ପକୁଡ଼ି ଛାଣନ୍ତୁ। ଏହି ଭଳି ଭାବେ ସମସ୍ତ ମିଶ୍ରଣରେ ପକୁଡ଼ି ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ବାଦିଷ୍ଟ ମଶରୁମ ପକୁଡ଼ି। ଏହାକୁ ସନ୍ଧ୍ୟା ଚା’ ସହିତ ଗରମ ଗରମ ପରଷନ୍ତୁ। ଏହାକୁ ନିଜ ମନ ପସନ୍ଦର ଚଟଣୀ ସହିତ ମଧ୍ୟ ଖାଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ