୪୦ ପରେ ଫିଟ୍‌ ରହିବା ପାଇଁ ଆପଣାନ୍ତୁ ମନ୍ଦିରାଙ୍କ ଫିଟ୍‌ନେସ୍‌ ଟିପ୍ସ


ଶରୀର ଉପରେ ବୟସର ଗଭୀର ପ୍ରଭାବ ପଡ଼ିଥାଏ। ବୟସ ବଢ଼ିବା ସହିତ ମେଟାବଲିଜମ୍‌କୁ ନେଇ ସମସ୍ତ ଜିନିଷ ଧିମା ହେବାରେ ଲାଗେ। ଏହା ଅନେକ ପ୍ରକାରର ରୋଗର କାରଣ ମଧ୍ୟ ହୋଇପାରେ। ଏଥିରୁ ରକ୍ଷା ପାଇବା ପାଇଁ ନିଜକୁ ଫିଟ୍‌ ରଖିବା ବହୁତ ଆବଶ୍ୟକ। ୪୩ ବର୍ଷ ବୟସରେ ପହଞ୍ଚି ସାରିଥିବା ମନ୍ଦିରାଙ୍କ ଫିଟ୍‌ନେସ୍‌ ଟ୍ରିପସ୍‌ ଆପଣଙ୍କ କାମରେ ଆସିପାରେ।

ନ୍ୟୁଟ୍ରିସନ୍‌ ମନ୍ତ୍ର

ମନ୍ଦିରା ବେଦି ନିଜ ଡାଏଟ୍‌ରେ କେବେ ବି ଏଭଳି କୌଣସି ଖାଦ୍ୟ ହଟାନ୍ତି ନାହିଁ, ଯେଉଁଥିରୁ ତାଙ୍କ ଶରୀରକୁ ପୋଷକତତ୍ତ୍ବ ମିଳିଥାଏ। ସେ ଚିନିଠାରୁ ଆରମ୍ଭ କରି ଫଳ, ପନିପରିବା ଓ ନିଜ ପସନ୍ଦର ସବୁକିଛି ଖାଇଥାନ୍ତି। ଏହାର ମାତ୍ରା ସେ ସୀମିତ ରଖିଥାନ୍ତି। ଯାହାଫଳରେ ତାଙ୍କ ଫିଟ୍‌ନେସ୍‌ ସହିତ କୌଣସି ବୁଝାମଣା କରିବାକୁ ପଡ଼ିବ ନାହିଁ। ମନ୍ଦିରା କହିଛନ୍ତି ଖାଦ୍ୟ ମାଧ୍ୟମରେ ବେଳେ ବେଳେ ସେ ତାଙ୍କ ଓଜନ ବଢ଼ାଉଥିଲେ ମଧ୍ୟ ୱାର୍କ ଆଉଟ୍‌ ଓ ଅଲଗା ଅଲଗା ଡାଏଟ୍‌ ପ୍ଲାନ୍‌ ଅନୁସରଣ କରି ଓଜନ ହ୍ରାସ କରିଥାନ୍ତି।

ଇଣ୍ଟରମିଣ୍ଟେଣ୍ଟ ଫାଷ୍ଟିଙ୍ଗ

ମନ୍ଦିରା ଇଣ୍ଟରମିଣ୍ଟେଣ୍ଟ ଫାଷ୍ଟିଙ୍ଗ ପ୍ଲାନ୍‌ ଅନୁସରଣ କରିଥାନ୍ତି। ଯେଉଁଥିରେ ସେ ୧୬ ଘଣ୍ଟା ଉପବାସ ରଖିଥାନ୍ତି ଓ ୮ ଘଣ୍ଟାରେ ପୋଷକତତ୍ତ୍ବରେ ଭରପୂର ଖାଦ୍ୟ ସେବନ କରନ୍ତି। ମନ୍ଦିରା କହିଛନ୍ତି ଯେ ଏବେ ସେ ମୁଡ୍‌ ହିସାବରେ ଖାଉ ନାହାନ୍ତି। ଏବେ ସେ ଜାଣିଗଲେଣି ତାଙ୍କ ଶରୀର କେତେବେଳେ ଭୋକିଲା ରହୁଛି। ତେଣୁ ସେ ସେହି ସମୟରେ ଖାଦ୍ୟ ଗ୍ରହଣ କରୁଛନ୍ତି ବୋଲି ମନ୍ଦିରା କହିଛନ୍ତି। ଫାଷ୍ଟିଙ୍ଗ ପରେ ମନ୍ଦିରା ପ୍ରଥମେ ଫଳ, ଗ୍ରୀକ୍‌ ୟଗର୍ଟ, ବାଦାମ ଆଦି ଖାଇଥାନ୍ତି। ଏହାପରେ ସେ ଦୁଇଟି ମିଲ୍ସରେ ଅଣ୍ଡା, ଡାଲି, ତରକାରୀ, ସାଲାଡ଼ ଖାଇଥାନ୍ତି। କିନ୍ତୁ ରାତ୍ରି ଭୋଜନ ମନ୍ଦିରା ୮ଟା ପୂର୍ବରୁ କରି ଦିଅନ୍ତି।

ମାନସିକ ସ୍ବାସ୍ଥ୍ୟ
ଫିଜିକାଲ ହେଲ୍‌ଥ ସହିତ ମନ୍ଦିରା ମେଣ୍ଟାଲ ହେଲ୍‌ଥ ଉପରେ ମଧ୍ୟ ଗୁରୁତ୍ବ ଦେଇଥାନ୍ତି। ମନ୍ଦିରା କହିଛନ୍ତି ଯେ ଏବେ ସେ ପ୍ରଥମେ ନିଜକୁ ଖୁସି ରଖୁଛନ୍ତି। ଅନ୍ୟମାନଙ୍କ ଖୁସି ପୂର୍ବରୁ ନିଜ ଖୁସି ଉପରେ ଧ୍ୟାନ ଦେଉଛନ୍ତି। ମନ୍ଦିରା କହିଛନ୍ତି ଯେ ସୋସାଲ ମିଡିଆରେ ମିଳୁଥିବା ନକାରାତ୍ମକ ପ୍ରତିକ୍ରିୟା ମଧ୍ୟ ତାଙ୍କ ଉପରେ କୌଣସି ପ୍ରଭାବ ପକାଉନି। କାରଣ ସେ ଜାଣିଛନ୍ତି ଏହାକୁ କିଭଳି ଭାବେ ହ୍ୟାଣ୍ଡଲ କରିବେ। ମନ୍ଦିରା ସୋସାଲ ମିଡିଆରେ ସବୁବେଳେ ନିଜର ସକାରାତ୍ମକ ଫଟୋ ଓ ଭିଡ଼ିଓ ଶେୟାର କରିଥାନ୍ତି। ଏଥିପାଇଁ ତାଙ୍କୁ ଭଲ ପ୍ରତିକ୍ରିୟା ମିଳେ ବୋଲି ମନ୍ଦିରା କହିଛନ୍ତି।

ବ୍ୟାୟାମ
ମନ୍ଦିରା ସବୁବେଳେ ନିଜ ବ୍ୟାୟାମ ବଦଳାନ୍ତି। ଯାହାଫଳରେ ତାଙ୍କ ଶରୀରକୁ ଗୋଟିଏ ପ୍ରକାର ବ୍ୟାୟାମର ଅଭ୍ୟାସ ପଡ଼ିବ ନାହିଁ। ସେ ୱେଟ୍‌ ଲିଫ୍ଟିଙ୍ଗ ବଦଳରେ କାର୍ଡିଓ ଏକ୍ସରସାଇଜ୍‌ କରିବା ଉପରେ ଅଧିକ ଗୁରୁତ୍ବ ଦିଅନ୍ତି। ମନ୍ଦିରା କହିଛନ୍ତି ଯେ ସେ ଗୋଟିଏ ଦିନରେ ଶରୀରର ଗୋଟିଏ ଅଙ୍ଗ ଉପରେ ୱାର୍କ ଆଉଟ୍‌ କରନ୍ତି। ଯଦି ତାଙ୍କୁ ଜିମ୍‌ ଯିବାକୁ ସମୟ ନ ମିଳେ, ତେବେ ସେ ଘରେ ୪୫ ମିନିଟ୍‌ ବ୍ୟାୟାମ କରନ୍ତି। ଜିମ୍‌ରୁ ବ୍ରେକ୍‌ ନେଇଥିଲେ ସେ ସ୍ବିଇମିଂ କରନ୍ତି କିମ୍ବା ୧୦,୦୦୦ ଷ୍ଟେପ୍‌ ଚାଲନ୍ତି ବୋଲି ମନ୍ଦିରା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ