ନିଦରେ ବ୍ୟାଘାତ ସୃଷ୍ଟି କରେ ମାଇଗ୍ରେନ୍‌ ସମସ୍ୟା


ନିଦ ଓ ନିରୋଲୋଜିକାଲ ରୋଗ ମଧ୍ୟରେ କ’ଣ ସମ୍ପର୍କ ରହିଛି? ଏ ସମ୍ପର୍କରେ ଗବେଷଣାରୁ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ ଲଗାତର ରାତିରେ ନିଦରେ ବ୍ୟାଘାତ ହେଲେ କିମ୍ବା ଗଭୀର ନିଦରେ ଶୋଇ ନ ପାରିଲେ, ବ୍ୟକ୍ତି ମାଇଗ୍ରେନ୍‌ର ଶିକାର ହୋଇପାରନ୍ତି। ଏହି ଗବେଷଣା ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା। କାରଣ ଏ ପର୍ଯ୍ୟନ୍ତ ଚାପ ଓ ଅନ୍ୟ ମାନସିକ ଓ ଶାରିରୀକ ସ୍ଥିତିକୁ ମାଇଗ୍ରେନ୍‌ର କାରଣ ବୋଲି କୁହାଯାଉଥିଲା।

ନ୍ୟୁରୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣା ଫଳାଫଳରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତି ଠିକ୍‌ ସମୟରେ ବିଛଣାକୁ ଯାଉଛନ୍ତି ଓ ପୂରା ୮ ଘଣ୍ଟା ବିଛଣାରେ ପଡ଼ି ରହୁଛନ୍ତି କିନ୍ତୁ ଶୋଇପାରୁ ନାହାନ୍ତି, ତେବେ ଏଭଳି ସ୍ଥିତିରେ ଉକ୍ତ ବ୍ୟକ୍ତିଙ୍କୁ ମାଇଗ୍ରେନ୍‌ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ତାଙ୍କୁ ଏହି ଯନ୍ତ୍ରଣା ଠିକ୍‌ ପରଦିନ ଅନୁଭବ ହେବ, ତାହା ମଧ୍ୟ ଜରୁରୀ ନୁହେଁ। ଏହି ମାଇଗ୍ରେନ୍‌ ଯନ୍ତ୍ରଣା ଦିନେ ଦୁଇ ଦିନ ପରେ ମଧ୍ୟ ହୋଇପାରେ।

ବୋଷ୍ଟନ୍‌ର ବିଘ୍ରମ ଏଣ୍ଡ ହସ୍ପିଟାଲର ଡାକ୍ତର ତଥା ଗବେଷଣାର ନେତୃତ୍ବ ନେଇଥିବା ସୁଜୈନ ବେଟ୍ରିଶଙ୍କ କହିବାନୁସାରେ ନିଦ ଓ ମାଇଗ୍ରେନ୍‌ ସହିତ ଜଡ଼ିତ ଏହି ଗବେଷଣାର ଫଳାଫଳ ସାମ୍ନାକୁ ଆସିଛି ଯେ ଲୋ ସ୍ଲିପ୍‌ କ୍ବାଲିଟି ଓ ବିଲ୍‌କୁଲ ନିଦ ନ ଆସିବା କେବଳ ଆଗାମୀ ଦିନ ସମସ୍ୟାରେ ପକାଇ ନ ଥାଏ। ବରଂ କିଛି ଦିନ ପରେ ମଧ୍ୟ ନିଜ ପ୍ରଭାବ ଦେଖାଇପାରେ। ତାଙ୍କ ପାଖକୁ ମାଇଗ୍ରେନ୍‌ର ଏପରି ରୋଗୀ ଆସିଥାନ୍ତି, ଯାହାଙ୍କୁ ଇନ୍‌ସୋମନିଆ ରୋଗର ଚିକିତ୍ସା ଦରକାର ହୋଇଥାଏ। ଯେଉଁ ବିଶେଷଜ୍ଞମାନଙ୍କୁ ନିଦ ସହିତ ଜଡ଼ିତ ରୋଗର ଚିକିତ୍ସା କରୁଛନ୍ତି, ନିଜ ପେସେଣ୍ଟକୁ ମାଇଗ୍ରେନ୍‌ ରିସ୍କରୁ କିପରି ରକ୍ଷା କରିବେ, ତାହା ସେମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଏ ସମ୍ପର୍କରେ ଏ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସୂଚନା ଉପଲବ୍ଧ ନାହିଁ ଯେ କେଉଁଭଳି ଭାବେ ସେମାନଙ୍କୁ ମାଇଗ୍ରେନ୍‌ ରିସ୍କରୁ ଅଧିକ ସୁରକ୍ଷିତ ରଖାଯାଇପାରିବ ବୋଲି ସୁଜୈନ କହିଛନ୍ତି।

ତେବେ ଗବେଷଣାରୁ ପ୍ରମାଣିତ ହୋଇଛି ଯେ ରାତିରେ ଠିକ୍‌ ଭାବେ ଶୋଇ ନ ପାରିଲେ, ପରଦିନ ସକାଳେ ମାଇଗ୍ରେନ ହେବା ଆଶଙ୍କା ଅଧିକ ରହିଥାଏ। କିନ୍ତୁ ଦ୍ବିତୀୟ କିମ୍ବା ତୃତୀୟ ଦିନ ମଧ୍ୟ ବ୍ୟକ୍ତିକୁ ମାଇଗ୍ରେନ୍‌ ସମସ୍ୟା ହୋଇପାରେ। ଏଥିରୁ ବଞ୍ଚିବା ଲାଗି ରାତିରେ ବ୍ୟାଘାତ ସୃଷ୍ଟି କରୁଥିବା ସମସ୍ତ ଆକ୍ଟିଭିଟିଠାରୁ ଦୂରେଇ ରହିବା ଆବଶ୍ୟକ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ