ହାତଛଡ଼ା କରନ୍ତୁନି ମରୁଭୂମିରେ ବରଫପାତର ମଜା


ସାଉଦି ଆରବ ନାମ ଶୁଣିବା ମାତ୍ରେ ଲୋକଙ୍କ ମନରେ ଦୂର ଦୂରାନ୍ତର ଯାଏଁ ବ୍ୟାପିଥିବା ମରୁଭୂମି ଓ ଓଟ ସର୍ବପ୍ରଥମେ ମନରେ ଆସିଥାଏ। କିନ୍ତୁ ଏବେ ଟ୍ବିଟରରେ ଭାଇରାଲ ହେଉଥିବା ଫଟୋ ଦେଖି ହୁଏତ ଆପଣଙ୍କ ମନରେ ଥିବା ଧାରଣା ଭୁଲ୍‌ ପ୍ରମାଣିତ ହୋଇପାରେ।

ସାଉଦି ଆରବ ଭଳି ବିଶାଳ ଭୂମିରେ ସବୁ କିଛି ରହିଛି। ଏଠାରେ ଆଧୁନିକ ସହର ସହିତ ବହୁତ ଦୂର ଯାଏ ବ୍ୟାପି ରହିଥିବା ମରୁଭୂମି ମଧ୍ୟ ଦେଖିବାକୁ ମିଳିଥାଏ। ଏଠାରେ ତେଲ ଖଣି ରହିଛି ଓ ପାହାଡ଼ ମଧ୍ୟ ରହିଛି। କିନ୍ତୁ ଏବେ ଆଉ ଏକ ଜିନିଷ ଲୋକଙ୍କୁ ଚକିତ କରିପାରେ, ତାହା ହେଉଛି ସାଉଦି ଆରବରେ ହେଉଥିବା ବରଫପାତ। ସୂଚନାଯୋଗ୍ୟ ଯେ ସାଉଦି ଆରବର ତାବୁକ ପ୍ରୋଭିନ୍ସରେ ଗତ କିଛି ସପ୍ତାହ ହେଲାଣି ବରଫପାତ ହେଉଛି। ସୋସାଲ ମିଡିଆ ୟୁଜର ଏହି ବରଫପାତର ଫଟୋ ଶେୟାର କରୁଥିବା ଦେଖିବାକୁ ମିଳୁଛି। ଦେଶର ଉତ୍ତର-ପଶ୍ଚିମ କ୍ଷେତ୍ରରେ ଅବସ୍ଥିତ ତାବୁକ ପ୍ରୋଭିନ୍ସକୁ ଜୋଡାର୍ନର ସୀମା ମଧ୍ୟ ଲାଗିଛି। 

ଏଠାର ଲୋକେ ବରଫପାତ ଓ ଥଣ୍ଡାରୁ ନିଜକୁ ରକ୍ଷା କରିବା ଲାଗି ନିଆଁ ଜାଳି ସୁରକ୍ଷିତ ରହିବାକୁ ଚେଷ୍ଟା କରିଥାନ୍ତି। ତାବୁକରେ ଭରପୂର ମାତ୍ରାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି। ବିଶାଳ ପର୍ବତ, ଲାଲ ସମୁଦ୍ର ଓ ଐତିହାସିକ ସ୍ମାରକ ଏହି ସ୍ଥାନକୁ ଆହୁରି ଆକର୍ଷକ କରିଛି। ତାବୁକର ବରଫପାତ ପୂରା ସାଉଦି ଆରବକୁ ଆକର୍ଷିତ କରିବାରେ ଲାଗିଛି। ତାବୁକରେ ଏକ ବର୍ଷ ଭିତରେ ଦ୍ବିତୀୟ ଥର ପାଇଁ ବରଫପାତ ହୋଇଛି। ଏହାପୂର୍ବରୁ ଏପ୍ରିଲ ମାସରେ ମଧ୍ୟ ପୂରା ତାବୁକ ବରଫର ଧଳା ଚାଦରରେ ଘୋଡ଼ାଇ ହୋଇଯାଇଥିଲା।

ସାଉଦି ଆରବର କେତେକ ୟୁଜର ବରଫପାତର ଫଟୋ ଶେୟାର କରି ଲେଖିଥିଲେ ଯେ ଆମ ଦେଶର ପରିଚୟ କେବଳ ବିଶାଳ ମରୁଭୂମି, ଗରମ ଓ ସହର ପାଇଁ ହେବା ଉଚିତ ନୁହେଁ. ବରଂ ସାଉଦି ଆରବର ଏହି ରଙ୍ଗ ରୂପ ସମ୍ପର୍କରେ ମଧ୍ୟ ଲୋକେ ଜାଣିବା ଉଚିତ ବୋଲି ୟୁଜରମାନେ ଲେଖିଛନ୍ତି। ଏବେ ସାଉଦି ଆରବର ଲୋକେ ନିଜ କାର୍‌ ପାର୍କିଂ କରି ଫଟୋ ଉଠାଇବାରେ ବ୍ୟସ୍ତ। ତେବେ ଯଦି ଆପଣ କେବେ ସାଉଦି ଆରବ ଯାଉଛନ୍ତି, ତେବେ ତାବୁକ ଯିବାକୁ ଆଦୌ ଭୁଲନ୍ତୁ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ