ଦିବ୍ୟାଙ୍କଠାରୁ ନିଅନ୍ତୁ ଶର୍ଟ ଡ୍ରେସ୍‌ରେ ହଟ୍‌ ଦେଖାଯିବାର ଟିପ୍ସ


ମ୍ୟୁଜିକ୍‌ କମ୍ପାନୀ ଟି-ସିରିଜ୍‌ର ମାଲିକ ଭୂଷଣ କୁମାରଙ୍କ ପତ୍ନୀ ଦିବ୍ୟା ଖୋସଲା କୁମାର ଏବେ ନିଜର ଏକ ନୂଆ ମ୍ୟୁଜିକ୍‌ ଭିଡ଼ିଓ ‘ୟାଦ ପିୟା କୀ ଆନେ ଲଗୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦିବ୍ୟା ନିଜ ଅଭିନୟ, ନିର୍ଦେଶନା, ପ୍ରଯୋଜନା ସହିତ ଫ୍ୟାଶନ୍‌ ସେନ୍ସ ଓ ଷ୍ଟାଇଲିଂ ଜରିଆରେ ନିଜ ପ୍ରଶଂସକ ଓ ଫଲୋଅର୍ସଙ୍କୁ ଆକର୍ଷିତ କରୁଥିବା ଦେଖିବାକୁ ମିଳିଥାଏ। ଯଦି ଆପଣ ମଧ୍ୟ ଶର୍ଟ ଡ୍ରେସ୍‌ ପିନ୍ଧିବାକୁ ପସନ୍ଦ କରୁଛନ୍ତି, ତେବେ ଏହାକୁ କିଭଳି ଭାବେ ପିନ୍ଧି ପାରିବେ ଏହାର ଟିପ୍ସ ଦିବ୍ୟାଙ୍କଠାରୁ ନେଇ ପାରିବେ।

ପ୍ଲେନ୍‌ ଶାର୍ଟ ସହିତ ୱାର୍କଯୁକ୍ତ ସ୍କର୍ଟ

ଦିବ୍ୟା ଆଜିକାଲି ନିଜ ମ୍ୟୁଜିକ୍‌ ଭିଡ଼ିଓର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଦିବ୍ୟାଙ୍କୁ ଏକ ବ୍ଲୁ ଓ ଗୋଲ୍ଡେନ୍‌ କଲରର ହେଭି ୱାର୍କଯୁକ୍ତି ସ୍କର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହାକୁ ଡିଜାଇନର ସୀମା ଖାନ ଡିଜାଇନ୍‌ କରିଛନ୍ତି। ସ୍କର୍ଟରେ ହେଭି ୱାର୍କ ହୋଇଥିବାରୁ ଦିବ୍ୟା ଏହା ସହିତ ପଫ୍‌ ସ୍ଲିଭ୍‌ସଯୁକ୍ତ ଫୁଲ୍‌ ସ୍ଲିଭ୍‌ ପ୍ଲେନ୍‌ ହ୍ବାଇଟ୍‌ ଶାର୍ଟ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ଏଥିସହିତ ଦିବ୍ୟା ପିଙ୍କ୍‌ ସ୍ନିକର୍ସ, ପୋନିଟେଲ ଓ ବୋଲ୍ଡ ରେଡ୍‌ ଲିପ୍‌ଷ୍ଟିକ୍‌ରେ ଦିବ୍ୟା ବହୁତ ସୁନ୍ଦର ଦେଖାଯାଉଥିଲେ।

ଶର୍ଟ ସ୍କର୍ଟ ସହିତ ଶର୍ଟ ବ୍ଲେଜର
ଦିବ୍ୟାଙ୍କ ଏହି ଲୁକ୍‌ରେ ସେ ଗ୍ରେ ରଙ୍ଗର ଶର୍ଟ ସ୍କର୍ଟକୁ କଳା ରଙ୍ଗର ବ୍ରାଲେଟ୍‌ ଷ୍ଟାଇଲ୍‌ ଟପ୍‌ ଓ ପିଙ୍କ ରଙ୍ଗର ଫୁଲ୍‌ ସ୍ଲିଭ୍‌ସ ଶର୍ଟ ଜ୍ୟାକେଟ୍‌ରେ ନଜର ଆସିଥିଲେ। ଜ୍ୟାକେଟ୍‌ ଉପରେ କରାଯାଇଥିବା ମଲ୍ଟିକଲର ୱାର୍କ ଏହି ଡ୍ରେସ୍‌ର ହାଇଲାଇଟ୍‌ ଥିଲା। ଏହା ସହିତ ଦିବ୍ୟା କଳା ରଙ୍ଗର ଷ୍ଟାରଯୁକ୍ତ ପେନ୍‌ସିଲ୍‌ ହିଲ୍‌ ଓ ଷ୍ଟ୍ରେଟ୍‌ ହେଆର ସହିତ ଟିମ୍‌ ଅପ୍‌ କରିଥିଲେ।

ଦିବ୍ୟାଙ୍କ ମନୋକ୍ରୋମ ଲୁକ୍‌
ଆଜିକାଲି ବ୍ଲାକ୍‌ ଏଣ୍ଡ ହ୍ବାଇଟ୍ ମନୋକ୍ରୋମ ଲୁକ୍‌ ବହୁତ ଚର୍ଚ୍ଚାରେ ରହିଛି। ଏହି ମନୋକ୍ରୋମ ଟ୍ରେଣ୍ଡକୁ ଦିବ୍ୟା ଅନୁସରଣ କରିଥିବା ଦେଖିବାକୁ ମିଳିଛି। ଦିବ୍ୟା ହ୍ବାଇଟ୍‌ କଲରର ଶର୍ଟ ସ୍କର୍ଟ ଓ ମ୍ୟାଚିଂ ହ୍ବାଇଟ୍‌ କଲରର ସ୍ଲିଭ୍‌ଲେସ୍‌ କ୍ରପ୍‌ ଟପ୍‌ ପିନ୍ଧିଥିଲେ। ନିଜ ଲୁକ୍‌କୁ ମ୍ୟାଚ୍‌ କରି ଦିବ୍ୟା ବ୍ଲାକ୍‌ ରଙ୍ଗର ଚିତା ବାଘ ପ୍ରିଣ୍ଟ ଯୁକ୍ତ ଡ୍ରେସ୍‌ ପିନ୍ଧିଥିଲେ। ଏହି ପୋଷାକ ସହିତ ଦିବ୍ୟା କଳା ରଙ୍ଗର ବ୍ଲେଜର ଓ ମ୍ୟାଚିଂ ଗ୍ଲାଡିଏଟର ଟିମ୍‌ଅପ୍‌ କରି ପିନ୍ଧିଥିଲେ।

ଲିଟିଲ୍‌ ବ୍ଲାକ୍‌ ଡ୍ରେସ୍‌ରେ ଦିବ୍ୟା

ଲିଟିଲ୍‌ ବ୍ଲାକ୍‌ ଡ୍ରେସ୍‌ ମଧ୍ୟ ଏବେ ଟ୍ରେଣ୍ଡରେ ରହିଛି। ଏକ କାର୍ଯ୍ୟକ୍ରମରେ ଦିବ୍ୟା ୱାନ୍‌ ଶୋଲ୍ଡର ଯୁକ୍ତ ସିକ୍ବେନ୍‌ ବ୍ଲାକ୍‌ ରଙ୍ଗର ଶର୍ଟ ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହି ପୋଷାକ ସହିତ ଅଣ୍ଟା ପାଖରେ ବ୍ଲାକ୍‌ ରଙ୍ଗର ଲଙ୍ଗ ନେଟ୍‌ ମଧ୍ୟ ଆଟାଚଡ୍‌ ଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ