ଲୋକଙ୍କ ଟାହି ଟାପରାରୁ ସାହସ ଜୁଟାଇଥିଲେ ଇନ୍ଦ୍ରଜିତ

ଜାଣନ୍ତୁ ଜଣେ ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ ସଂଘର୍ଷର କାହାଣୀ

ଜୀବନରେ ଏଭଳି ଅନେକ ଘଟଣା ଘଟିଥାଏ, ଯାହା ଜୀବନକୁ ପୂରାପୂରି ଭାବେ ବଦଳାଇ ଦେଇଥାଏ। ଏଭଳି ଏକ ଘଟଣା ହେଉଛି ଏସିଡ୍‌ ଆକ୍ରମଣ। ଏହା କେବଳ ଜଣେ ଝିଅର ଶରୀରରେ କ୍ଷତ ଚିହ୍ନ ସୃଷ୍ଟି କରି ନ ଥାଏ, ବରଂ ତାଙ୍କ ଜୀବନକୁ ଓଲଟପାଲଟ କରି ରଖିଦିଏ। ନିକଟରେ ରିଲିଜ୍‌ ହୋଇଥିବା ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ୍‌’ରେ ଏସିଡ୍‌ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଯନ୍ତ୍ରଣାକୁ ବୟାନ କରାଯାଇଛି। ସେହିପରି ଏଠାରେ ଆଉ ଜଣେ ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ ସମ୍ପର୍କରେ କୁହାଯାଇଛି। ସେ ହେଉଛନ୍ତି ପଞ୍ଜାବର ରୂପନଗରସ୍ଥିତ ମଣ୍ଡୋଲି ଗାଁର ଇନ୍ଦ୍ରଜିତ ରୁବି କୌର। ତାଙ୍କ ଜୀବନରେ ମଧ୍ୟ ଏଭଳି କିଛି ଘଟିଥିଲା, ଯାହା ତାଙ୍କ ଜୀବନକୁ ବଦଳାଇ ରଖି ଦେଇଥିଲା।

୮ ଡିସେମ୍ବର ୨୦୧୧ରେ ହୋଇଥିଲା ଏହି ଘଟଣା

ଇନ୍ଦ୍ରଜିତ ରୁବି ଏକ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ। ସ୍କୁଲ୍‌ ପରେ ସେ ଘରେ ଆସି ପିଲାଙ୍କୁ ପାଠ ପଢ଼ାଉ ଥିଲେ। ଇନ୍ଦ୍ରଜିତଙ୍କ ଜୀବନ ବେଶ୍‌ ହସଖୁସିରେ ବିତୁଥିଲା। କିନ୍ତା ତାଙ୍କ ସହିତ ଘଟିଥିବା ଏକ ଘଟଣା ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା। ଏହି ଘଟଣା ୮ ଡିସେମ୍ବର ୨୦୧୧ର ଥିଲା। ସନ୍ଧ୍ୟା ସମୟରେ କେହି ଜଣେ ଆସି ଇନ୍ଦ୍ରଜିତଙ୍କ କବାଟ ବାଡ଼େଇ ଥିଲା କିନ୍ତୁ ପାଟି କରି  ନ ଥିଲା। କବାଟ ଆରପଟେ ମନଜିତ ସିଂ ନାମକ ଜଣେ ଯୁବକ ଏକ ଜଗ୍‌ ଧରି ଠିଆ ହୋଇଥିଲା ଓ  ଇନ୍ଦ୍ରଜିତ କବାଟ ଖୋଲିବା ମାତ୍ରେ ସେ ତାଙ୍କ ଉପରକୁ ଲିକ୍ବିଡ୍‌ ଫିଙ୍ଗି ଥିଲେ। ଇନ୍ଦ୍ରଜିତଙ୍କୁ ପୂର୍ବରୁ ମନ୍‌ଜିତ ବାହା ହେବା ପାଇଁ ପ୍ରପୋଜ କରିଥିଲେ ମଧ୍ୟ ଏଥିରେ ସେ ରାଜି ହୋଇ ନ ଥିଲେ। ଏହା ପରେ ଇନ୍ଦ୍ରଜିତଙ୍କ ପୂରା ଶରୀର ପୋଡ଼ି ଯାଇଥିଲା। ଏହି ଘଟଣା ପରେ ମନଜିତ ସେଠାରୁ ଦୌଡ଼ି ପଳାଇ ଯାଇଥିଲା। କିନ୍ତୁ ଇନ୍ଦ୍ରଜିତଙ୍କ ପୂରା ଜୀବନ ବଦଳି ଯାଇଥିଲା।

ସମସ୍ତେ ଦେଖି ଡରି ଯାଉଥିଲେ
ଇନ୍ଦ୍ରଜିତ କହିଛନ୍ତି ଯେ ଯେତେବେଳେ ତାଙ୍କ ଉପରକୁ ଲିକ୍ବିଡ୍‌ ଫିଙ୍ଗା ଯାଇଥିଲା, ସେ ପୂରପୂରି ଡରି ଯାଇଥିଲେ। ତାଙ୍କ ପୂରା ଶରୀର ପୋଡ଼ି ଯାଇଥିଲା ଓ ସେ ଯନ୍ତ୍ରଣାରେ ଚିତ୍କାର କରୁଥିଲେ। ଏହାପରେ ତାଙ୍କ ମା’ ତାଙ୍କୁ ମୋଟରସାଇକେଲ୍‌ରେ ବସି ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରୁ ତାଙ୍କୁ ଚଣ୍ଡିଗଡ଼ ପଠା ଯାଇଥିଲା। ସେଠାରେ ତାଙ୍କର ୪ ମାସ ଯାଏ ଚିକିତ୍ସା ଚାଲିଥିଲା। ଏହି ସମୟରେ ତାଙ୍କ ଚେହେରା ଏତେ ମାତ୍ରାରେ ବିଗିଡ଼ି ଯାଇଥିଲା ଯେ ସମସ୍ତେ ଦେଖି ତାଙ୍କୁ ଡରି ଯାଉଥିଲେ। ଏପରିସ୍ଥଳେ ତାଙ୍କ ମା’ କେବେ ବି ତାଙ୍କ ସାଥ ଛାଡ଼ି ନ ଥିଲେ। ସେ ଡାକ୍ତରଙ୍କ ସହ ମିଶି ଝିଅର ଡ୍ରେସିଂ କରୁଥିଲେ। ଏହି ସମୟରେ ତାଙ୍କର ଅନେକଗୁଡ଼ିଏ ସର୍ଜରୀ ହୋଇଥିଲା। କିନ୍ତୁ ତାଙ୍କ ପ୍ରଥମ ସର୍ଜରୀ ଅସଫଳ ହୋଇଥିଲା। ସର୍ଜରୀ ସମୟରେ ସ୍କିନ୍‌ ପୂରାପୂରି ଭାବେ ଚେହେରାରେ ଠିକ୍‌ ଭାବେ ଲାଗୁ ନ ଥିଲା। ତେଣୁ ଔଷଧ ସହାୟତାରେ ତାଙ୍କ ଚର୍ମକୁ ରଗଡ଼ି ରଗଡ଼ି ସଫା କରିବାକୁ ପଡ଼ୁଥିଲା। ଏହାପରେ ତାଙ୍କର ପୁଣି ଥରେ ସର୍ଜରୀ କରିବାକୁ ପଡ଼ିଥିଲା।

ଫୋନ୍‌ରେ ମିଳୁଥିଲା ଧମକ

ଏସିଡ୍‌ ଆକ୍ରମଣ ପରେ ଯେତେବେଳେ ଇନ୍ଦ୍ରଜିତ କୋର୍ଟରେ କେସ୍‌ କରିଥିଲେ, ସେତେବେଳେ ଉକ୍ତ ବ୍ୟକ୍ତିଙ୍କ ପକ୍ଷରୁ କେସ୍‌ ଉଠାଇବା ଓ ବୁଝାମଣା କରିବା ଲାଗି ଧମକ ଦେବାରେ ଲାଗିଥିଲା। ଇନ୍ଦ୍ରଜିତଙ୍କ ଭଉଣୀଙ୍କୁ ଫୋନ୍‌ କରି କେସ୍‌ ଉଠାଅ, ନଚେତ୍‌ ଏବେ ଏସିଡ୍‌ ପକାଇଛି, ଆଗକୁ ଆଉ ଯାହା କରିବେ ସମ୍ଭାଳି ପାରିବ ନାହିଁ ବୋଲି କହି ଧମକାଉଥିଲା। ଏହି ସବୁ ଧମକ ପରେ ଇନ୍ଦ୍ରଜିତ ଡରି ନ ଥିଲେ ଓ କେସ୍‌ ଜିତି ଥିଲେ ମଧ୍ୟ। ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। କିନ୍ତୁ ଇନ୍ଦ୍ରଜିତ ଏହି ବିଜୟରେ ଖୁସି ନ ଥିଲେ, କାରଣ ସେ ଚାହୁଥିଲେ ଉକ୍ତ ଯୁବକକୁ ଆଜୀବନ କାରାଦଣ୍ଡ ହେଉ ବୋଲି।

ଅବସାଦରୁ ବାହାରି ପୁଣିଥରେ ନୂଆ ଜୀବନ ଆରମ୍ଭ କରିଥିଲେ
ଏହି ଘଟଣା ପରେ ଇନ୍ଦ୍ରଜିତ ସମ୍ପୂର୍ଣ୍ଣ ଭାବେ ଅବସାଦର ଶିକାର ହୋଇଥିଲେ। କିନ୍ତୁ ସେତେବେଳେ ଇନ୍ଦ୍ରଜିତ ଆଗକୁ ବଢ଼ିବାକୁ ଚିନ୍ତା କରିଥିଲେ। ସେତେବେଳେ ଇନ୍ଦ୍ରଜିତ ଡେରାଡୁନ ଚାଲି ଯାଇଥିଲେ ଓ ବେଲ୍‌ ଲିପି ଶିଖିଥିଲେ। ସେହି ସମୟରେ ଅନ୍ୟ ଅନ୍ଧ ପିଲାଙ୍କ ସହିତ ରହି ଇନ୍ଦ୍ରଜିତ ନିଜ ଅବସାଦରୁ ସମ୍ପୂର୍ଣ୍ଣ ଭାବେ ବାହାରି ଯାଇଥିଲା। ଏହାପରେ ଅନ୍ୟ ଲୋକଙ୍କୁ ଦେଖି ବ୍ୟାଙ୍କ ଚାକିରି ପାଇଁ ପରୀକ୍ଷା ଦେବା ପାଇଁ ଇନ୍ଦ୍ରଜିତ ଚିନ୍ତା କରିଥିଲେ। ୪୦ରୁ ୫୦ ଥର ପରୀକ୍ଷା ଦେବା ପରେ ସେ କାନାରା ବ୍ୟାଙ୍କରେ କ୍ଲର୍କ ଭାବେ ସିଲେକ୍ଟ ହୋଇଥିଲେ। ଏଥିସହିତ ସେ କିଛି ଦିନ ପାଇଁ ରେଡିଓରେ ମଧ୍ୟ କାମ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ