ବଦଳୁଛି ସେଲ୍ୟୁଲାର ଚିତ୍ରପଟ: ୨୦୨୦ରେ ନିୟନ୍ତ୍ରଣ ଉପରେ ଜୋର୍‌!

ଜାଣନ୍ତୁ ଉପଭୋକ୍ତାଙ୍କ ଉପରେ ଏହାର କି ପ୍ରଭାବ ରହିବ

୨୦୧୯ରେ ଭାରତରେ ୬୫ କୋଟିରୁ ଅଧିକ ଇଣ୍ଟରନେଟ ଉପଭୋକ୍ତା ଥିଲେ, ଯାହାକି ସାରା ବିଶ୍ବରେ ଭାରତ ଦ୍ବିତୀୟ ବୃହତ ଇଣ୍ଟରନେଟ ବ୍ୟବହାରକାରୀ ଭାବେ ଗଣାଯାଉଥିଲା। ୨୦୨୦ରେ ଏ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଭାରତର ପ୍ରଯୁକ୍ତି କ୍ଷେତ୍ରରେ ନୀତି ନିୟମ ଏବଂ ବିକାଶର ପ୍ରମୁଖ ପ୍ରଭାବ ବିଶ୍ବର ଡିଜିଟାଲ ଜନସଂଖ୍ୟାର ଏକ ବଡ଼ ଭାଗ ଉପରେ ପଡ଼ିବ। ଦେଶରେ ଇଣ୍‌ଟରନେଟ ବ୍ୟବହାର ମୁଖ୍ୟତଃ ଏହାର ଓୟାରଲେସ ଟେଲିକମ ସେବା ପ୍ରଦାନକାରୀ (ଟିଏସପିଏସ) ଦ୍ବାରା କରାଯାଇଥାଏ। ଏଭଳି କ୍ଷେତ୍ରରେ ସବୁଠୁ ପ୍ରଥମେ ଟିଏସ୍‌ପିଏସ ବଜାରର ଭିତ୍ତିକୂମି ସମ୍ବନ୍ଧିତ ପରିବର୍ତ୍ତନ ଦେଖିବାକୁ ମିଳିବ।


ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ ‘ଜିଓ’ ନିକଟରେ ଆଜି ଇଣ୍ଟରନେଟ ସେବା ବଜାରର ପାଖାପାଖି ୫୦ ପ୍ରତିଶତ ଅଂଶଧନ ରହିଛି। ଜିଓ ୨୦୧୬ ମସିହାରେ ନିଜର ସେବା ଆରମ୍ଭ କରିଥିଲା। ଇତିମଧ୍ୟରେ ଭାରତୀୟ ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ଭଳି ପୁରୁଣା ବଡ଼ ଖେଳାଳିମାନେ ୠଣଭାରରେ ବୁଡ଼ିରହିଛନ୍ତି। ସରକାରଙ୍କ ନିକଟରେ ବଡ଼ ପରିମାଣର ଅର୍ଥ ପରିଶୋଧ କରିପାରୁ ନାହାନ୍ତି ଏବଂ ନିୟାମକ ନୀତିକୁ ଅନୁସୃତ କରିବା ଦିଗରେ କଠିନ ପରିଶ୍ରମ ଜାରି ରଖିଛନ୍ତି। ନିକଟରେ ଭୋଡ଼ାଫୋନ ଘୋଷଣା କରିଛି ଯେ ଯଦି ସରକାର ଦ୍ବାରା ରିହାତି ପ୍ୟାକେଜ ଦିଆ ନ ଯାଏ, ତେବେ କମ୍ପାନୀ ଖୁବ୍‌ ଶୀଘ୍ର ଦେବାଳିଆ ହୋଇଯିବ।

ଉପଭୋକ୍ତାଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

କିଛି ମୁଷ୍ଟିମେୟ ଲୋକଙ୍କ ହାତରେ ଇଣ୍ଟରନେଟ ସେବା ପ୍ରଦାନର କ୍ଷମତା ରହିଥିବାରୁ ଦରଦାମ ବୃଦ୍ଧି ମଧ୍ୟ ସେମାନଙ୍କ ମର୍ଜି ଅନୁସାରେ ହୋଇପାରେ। ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡ଼ାଫୋନ-ଆଇଡିଆ ଆଦି କମ୍ପାନୀ ଗୁଡ଼ିକ ଗତମାସରେ ୪୦ ପ୍ରତିଶତ ଦାମ୍‌ ବଢ଼ାଇଦେଇଛନ୍ତି। ଏବେ ଉପଭୋକ୍ତାମାନଙ୍କ ନିକଟରେ ଦୁଇଟି ରାସ୍ତା। ପ୍ରଥମତଃ ସେମାନେ ଇଣ୍ଟରନେଟ ବ୍ୟବହାରକୁ ହ୍ରାସ କରାଇବେ କିମ୍ବା ଏକାଧିକ ସେବା ପାଇବାକୁ ଅଧିକ ଦେୟ ଦେବାକୁ ବାଧ୍ୟହେବେ। ବଜାରରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଗୋଟିଏ ପରେ ଗୋଟିଏ କମ୍ପାନୀ ଗାଏବ ହୋଇଯିବା ପରେ ଶେଷରେ ଯିଏ ତିଷ୍ଠି ରହିବ, ସେ ହିଁ ଅସଏ ଖେଳାଳି ହେବ। ଜିଓ ଏବେ ସେଭଳି ଖେଳ ଖେଳିବା ଆରମ୍ଭ କରିଦେଇଛି। ବଜାରରୁ ପ୍ରତିଦ୍ବନ୍ଦ୍ବୀ କମ୍ପାନୀମାନେ ଦୂରେଇଗଲେ ସେବା ଗୁଡ଼ିକର ଗୁଣାତ୍ମକ ମାନ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିବ। ଏହି ବଜାର ସମ୍ବନ୍ଧିତ କାରଣ ଗୁଡ଼ିକ ବ୍ୟତୀତ ସରକାରୀ ନୀତି ନିୟମ ଗୁଡ଼ିକ କାରଣରୁ ମଧ୍ୟ ଇଣ୍ଟରନେଟ ନିକଟରେ ପହଞ୍ଚ ବାଧିତ ହେବ।

ସଫ୍ଟୱେର ଫ୍ରିଡମ ଲ ସେଣ୍ଟର ଇଣ୍ଟରନେଟ ଶଟଡାଉନ ଟ୍ରାକର ଅନୁଯାୟୀ ଆମ ଦେଶରେ ୨୦୧୨ ଜାନୁଆରୀ ଠାରୁ ବର୍ତ୍ତମାନ ଯାଏ ମୋଟ ୩୭୯ ଇଣ୍ଟରନେଟ ଶଟଡାଉନ ହୋଇସାରିଛି, ଯେଉଁଥିରେ ଗତବର୍ଷ କେବଳ ୧୦୬ ଶଟଡାଉନ ହୋଇଛି। କଶ୍ମୀରରେ ଗତ ୨୦୧୯ ଅଗଷ୍ଟ ଠାରୁ ଅଦ୍ୟାବଧି ସବୁଠୁ ଲମ୍ବା ଅବଧିର ଇଣ୍ଟରନେଟ ଶଟଡାଉନ ହୋଇଛି। ଦେଶରେ ସୁଦୃଢ଼ ଡିଜିଟାଲ ଆକାଂକ୍ଷାର ଦାବି କରାଯାଉଥିବା ବେଳେ ଏଭଳି ଶଟଡାଉନ ସ୍ଥିତି ଚିନ୍ତା ବଢ଼ାଇଦେଇଛି। ୨୦୨୦ରେ ଏଭଳି ସ୍ଥିତି ଜାରି ରହିବାର ଆନୁମାନ କରାଯାଉଛି। ଇଣ୍ଟରନେଟ ସେବା ପ୍ରଦାନରେ ବାଧା ଓ କଯକଣା ତଥ୍ୟ ଓ ସୂଚନା ସଂଗ୍ରହରେ ବାଧା ତଥା ବ୍ୟବସାୟ ଉପରେ ଖରାପ ପ୍ରଭାବ ପକାଇଥାଏ। କେବଳ ଏତିକି ନୁହେଁ, କଟକଣା କାରଣରୁ ଟେକ୍ନୋଲୋଜି କ୍ଷେତ୍ରରେ ଥିବା ବଡ଼ କମ୍ପାନୀକୁ ବଡ଼ ଧରଣର କ୍ଷତିଗ୍ରସ୍ତ କରାଉଛି। ସେଲୁଲାର ଅପରେଟରର୍ସ ଆସୋସିଏସନ ଅଫ ଇଣ୍ଡିଆର ପରିସଂଖ୍ୟାନ ଅନୁଯାୟୀ ଗୋଟିଏ ଘଣ୍ଟା ଇଣ୍ଟରନେଟ ବନ୍ଦ ହେବା ଦ୍ବାରା ଟେଲିକମ ସେକ୍ଟରର ଦୁଇ କୋଯି ୪୫ ଲକ୍ଷ ଟଙ୍କାର ବ୍ୟବସାୟ ଉଜୁଡ଼ିଯାଏ। ଭାରତରେ ଯେଭଳି ଭାବରେ ବାରମ୍ବାର ଲମ୍ବା ସମୟ ଧରି ଇଣ୍ଟରନେଟ ବନ୍ଦ କରାଯାଉଛି, ଏଥିରେ ଏଭଳି କ୍ଷତି ଆହୁରି ଅଧିକ ବଢ଼ିଯାଇଥାଏ। ଇଣ୍ଟରନେଟ ଉପରେ କଟକଣା ଦ୍ବାରା ଆର୍ଥିକ ସେବା, ଇ-କମର୍ସ ଏବଂ ପର୍ଯ୍ୟଟନ ଶିଳ୍ପ ଉପରେ ସିଧାସଳଖ ପ୍ରଭାବ ପଡ଼େ। ଡିଜିଟାଲ ଗଭର୍ଣ୍ଣାନ୍ସକୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ବ୍ୟତୀତ ନୀତି ସହ ଜଡ଼ିତ କେତେକ ସରକାରୀ ଯୋଜନା ଉପରେ ମଧ୍ୟ କାମ ହେଉଛି। ଏହି ଯୋଜନାରେ ନୂଆ ଦିଗ ନିର୍ଦେଶ ଏବଂ ନିୟମ ଆସିବାର ପ୍ରସ୍ତାବ ରହିଛି। ଆସନ୍ତା ମାସରେ ଏଭଳି ନୂଆ ନିୟମ ଘୋଷଣା ହୋଇପାରେ। ଏହା ସମେତ ହ୍ବାଟ୍‌ସଆପ, ଫେସବୁକ ଏବଂ ଗୁଗଲକୁ କଣ୍ଟେଣ୍ଟ ଉପରେ ନଜର ରଖାଯାଉଥିବା ଅପରାଧୀ ସାବ୍ୟସ୍ତ କରାଯିବ। ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଗୋପନୀୟତା ଦୃଷ୍ଟିରୁ କେତେକ ନୂଆ ନିୟମ ପ୍ରଣୟନ କରାଯିବ। ବୋଲି ସୂଚନା ମିଳୁଛି। ଏହି ନିୟମ ସମ୍ପର୍କ ସିଧାସଳଖ ଭାବେ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍‌-୨୦୧୯ ସହିତ ରହିଛି। ଏହି ନିୟମାବଳୀ ଲୋକଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ କରାଇବା ପାଇଁ ନୂଆ ଫ୍ରେମ ୱାର୍କ ଗଠନ ଉପରେ ଜୋର ଦେଇଥାଏ। ଯଦି ଏହି ବିଧେୟକ ଆଇନରେ ପରିଣତ ହୋଇଯାଏ, ତେବେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ରଖୁଥିବା କମ୍ପାନୀଗୁଡ଼ିକ ନୂଆ ଆଇନକୁ ପାଳନ ପାଇଁ ବାଧ୍ୟ ହୋଇଯିବେ। ପିଡିପି ବିଲ୍‌ ସଂସଦର ଗତ ଅଧିବେଶନରେ ଉପସ୍ଥାପିତ ହୋଇସାରିଛି ଏବଂ ଏବେ ଯୁଗ୍ମ ସଂସଦୀୟ କମିଟି ନିକଟକୁ ପଠାଇ ଦିଆଯାଇଛି। ପିଡିପି ବିଲ୍‌ ଭଳି ଗୋପାଳକୃଷ୍ଣ ସମିତି ମଧ୍ୟ ପ୍ରତ୍ୟେକ ଦିଗରୁ ଡାଟାକୁ ସୁରକ୍ଷିତ ରଖାଇବା ପାଇଁ ନୂଆ ନିୟମ ପ୍ରଣୟନ ପାଇଁ କାମ କରୁଛନ୍ତି। ଏହି ସମିତି ସହରର ପ୍ରଦୂଷଣ, ଟ୍ରାଫିକ ପ୍ୟାଟର୍ଣ୍ଣ ଏବଂ ସଂକ୍ରାମକ ରୋଗ ସହିତ ଜଡ଼ିତ ତଥ୍ୟ ସଂଗ୍ରହ ଉପରେ କାମ କରୁଛି। ଏସବୁ ମିଶାଇ ଦେଖାଗଲେ ପ୍ରଯୁକ୍ତି ସହିତ ଜଡ଼ିତ ନୀତି ପ୍ରସଙ୍ଗରେ ୨୦୨୦ ଯଥେଷ୍ଟ ଭିନ୍ନ ଓ ରୋଚକ ହେବାକୁ ଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ