ଧୂମପାନ କରି ଓଠ କଳା ପଡ଼ୁଥିଲେ ନିଅନ୍ତୁ ଏହି ଟିପ୍ସ


ଓଠ ମଣିଷ ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ ମଧ୍ୟରେ ଅନ୍ୟତମ। ତେଣୁ ଏହାର ଅତିରିକ୍ତ ଦେଖାଶୁଣା କରିବା ଦରକାର। ଅନେକ ସମୟରେ ଧୂମପାନ କିମ୍ବା ଅନ୍ୟ କିଛି କାରଣ ପାଇଁ ଓଠ କଳା ପଡ଼ିଯାଏ। କଳା ଓଠ ସୁନ୍ଦର ଚେହେରାକୁ ମଧ୍ୟ ଅସୁନ୍ଦର କରିଦିଏ। ଏଠାରେ ଏମିତି କେତେକ ଟିପ୍ସ ଦିଆଯାଉଛି, ଯାହା କଳା ଓଠକୁ ମଧ୍ୟ ଗୋଲାପୀ ଏବଂ ନରମ କରିଦେବ।

  • ଟୁଥ୍‌ବ୍ରଶ୍‌ରେ କେବଳ ଦାନ୍ତ ସଫା କରେ ନାହିଁ, ଏହା କଳା ଓଠକୁ ମଧ୍ୟ ସଫା କରିପାରେ। ଏକ ଖାଲି ଟୁଥ୍‌ବ୍ରଶ୍‌କୁ ଓଠ ଉପରେ ଧିରେ ଧିରେ ରଗଡ଼ନ୍ତୁ।
  • ଚିନି ଓ ଲେମ୍ବୁ ମିଶାଇ ଏକ ସ୍କ୍ରବ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ପ୍ରତ୍ୟେକ ଦିନ ଓଠରେ ଲଗାନ୍ତୁ। ଧିରେ ଧିରେ ଓଠ ଗୋଲାପୀ ଓ ନରମ ହୋଇଯିବ।
  • ଗ୍ଲିସରିନ ଏବଂ ଲେମ୍ବୁ ରସ କେବଳ ସ୍କ୍ରିନ୍‌କୁ ନରମ ରଖେ ନାହିଁ, ଏହା ଓଠର କଳାପଣକୁ ମଧ୍ୟ ଦୂର କରିପାରେ।
  • ବିଟ୍‌ ରସ କିମ୍ବା ଏହାର ପ୍ୟାକ୍‌ ଓଠରେ ପ୍ରତ୍ୟେକ ଦିନ ଲଗାଇବା ଫଳରେ ଧିରେ ଧିରେ ଓଠର କଳାପଣ ଦୂର ହୋଇଯାଏ।
  • ଡାଳିମ୍ବ କେବଳ ଉତ୍ତମ ସ୍ବାସ୍ଥ୍ୟ ପାଇଁ ନୁହେଁ, କଳା ଓଠକୁ ମଧ୍ୟ ଏହା ଠିକ୍‌ କରିପାରେ। ତେଣୁ ନିୟମିତ ଡାଳିମ୍ବ ରସ ଓଠରେ ଲଗାନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ