ହନିମୁନ୍‌ ପାଇଁ ଚାଲନ୍ତୁ ଥାଇଲ୍ୟାଣ୍ଡ: ମନ ମୋହିନେବ ପରିବେଶ


ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବେଳାଭୂମିରେ ପରିପୂର୍ଣ୍ଣ ଥାଇଲ୍ୟାଣ୍ଡ ପର୍ଯ୍ୟଟକଙ୍କ ପାଇଁ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଅଟେ। ଅଧିକ ବୌଦ୍ଧ ଧର୍ମାବଲମ୍ବୀ ଥିବା ଏହି ଦେଶ ମନ୍ଦିର ସହିତ ନିଜ ଖାଦ୍ୟ, ଥାଇ ମସାଜ, ବୋଟିଂ, ଅଣ୍ଡର ଓ୍ବାଟର ଡାଇଭିଂ ଆଦି ପାଇଁ ଖୁବ୍‌ ଜଣାଶୁଣା। ଯଦି ଆପଣଙ୍କର ନୂଆ ନୂଆ ବାହାଘର ହୋଇଛି, ତେବେ ହନିମୁନ୍‌ରେ ବୁଲିବା ପାଇଁ ଥାଇଲ୍ୟାଣ୍ଡ ଆପଣଙ୍କ ପାଇଁ ଏକ ଉପଯୁକ୍ତ ବିକଳ୍ପ ଅଟେ। ଚାଲନ୍ତୁ ଜାଣିବା ଥାଇଲ୍ୟାଣ୍ଡର କେତେକ ସୁନ୍ଦର ସୁନ୍ଦର ସ୍ଥାନ ସମ୍ପର୍କରେ।

ଫୁକେଟ
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସହର ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ଅଧିକାଂଶ ନେପାଳୀ ଓ ଥାଇ ଲୋକ ବାସ କରୁଥିବା ଏହି ସହରରେ ମନ୍ଦିର, ବଜାର ଓ ଚିନୀ-ପର୍ତ୍ତୁଗାଲୀ ସଭ୍ୟତାର ନିଆର ମିଶ୍ରଣ ଦେଖିବାକୁ ମିଳିଥାଏ। ଯଦି ଆପଣ ଏଠାରେ ବୁଲିବା ପାଇଁ ଯୋଜନା କରୁଛନ୍ତି, ତେବେ ବିଶାଳ ସମୁଦ୍ର ଭିତରେ ସ୍କୁବା ଡାଇଭିଂର ମଜା ନେବାକୁ ଭୁଲନ୍ତୁ ନାହିଁ।

କ୍ରାବି
ଯଦି ଆପଣ ଆଡଭେଞ୍ଚର ଓ ରୋମାଞ୍ଚର ସଉକ ରଖିଥାନ୍ତି, ତେବେ କ୍ରାବି ସହର ବୁଲିବା ପାଇଁ ଯାଇପାରିବେ। ଏଠାରେ ଆପଣ ପ୍ରକୃତିର ସୌନ୍ଦର୍ଯ୍ୟ ଦେଖି ପାରିବେ। ଏହି ସହର ସମତଳ ହେବା କାରଣରୁ ଆପଣ ଏଠାରେ ବାଇକ୍‌ ରେସିଂର ମଜା ନେଇପାରିବେ। ଘନ ଜଙ୍ଗଲ, ପାହାଡ଼ରେ ସମୁଦ୍ର ପାଣିରେ ତିଆରି କରାଯାଉଥିବା ଷ୍ଟାଲାକ୍ଟାଇସ୍‌, ଷ୍ଟାଲାଗ୍‌ମାଇଟ୍‌ସ  ଓ ଆତିଥ୍ୟ ଆପଣଙ୍କ ହୃଦୟ ଜିତିବା ସହିତ ଯାତ୍ରାକୁ ସ୍ମରଣୀୟ କରିଦେବ।

ପଟ୍ଟାୟା

ବୁଲିବା ପାଇଁ ଅନେକଗୁଡ଼ିଏ ସ୍ଥାନ ଥିବା ଓ ନିଜ ସୌନ୍ଦର୍ଯ୍ୟ କାରଣରୁ ଥାଇଲ୍ୟାଣ୍ଡର ପଟ୍ଟାୟା ସହର ବହୁତ ଲୋକପ୍ରିୟ ଅଟେ। ଏଠାକୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବାକୁ ପସନ୍ଦ କରିଥାନ୍ତି। ଏଠାରେ ଥିବା ୪ଡି ମୋସନ୍‌ ଥିଏଟର ସହିତ ଏକ ସୁଡ଼ଙ୍ଗ ରହିଛି, ଯାହା ଲୋକଙ୍କ ରୋମାଞ୍ଚକୁ ଜାଗ୍ରତ କରିଥାଏ।

ଚିଆଙ୍ଗ ମାଇ

ଚାଓ ରାଜାଙ୍କ ନାମରେ ନିର୍ମିତ ଏହି ସହର ବଜାର, ଖାଦ୍ୟ ଜିନିଷ, ମାଲିସ୍‌, ପ୍ରାକୃତିକ ସୌନ୍ଦର୍ଯ୍ୟ ଆଦି ପାଇଁ ବହୁତ ଲୋକପ୍ରିୟ। ଧାର୍ମିକ ଓ ଆସ୍ଥା ଜଡ଼ିତ ଏହି ସହରରେ ପାଖାପାଖି ୩୦୦ ମନ୍ଦିର ରହିଛି। ଶସ୍ତା କିଣାବିକାର ମଜା ନେବା ଲାଗି ଏଠାରେ ଏକ ଚୋର ବଜାର ମଧ୍ୟ ରହିଛି। ଏହାବ୍ୟତୀତ ଆପଣ ଏଠାରେ ସ୍ବାଦିଷ୍ଟ ଖାଦ୍ୟ, ରାତିରେ କିଣାବିକା ହେଉଥିବା ବଜାର, ସୁନ୍ଦର ସଂଗ୍ରହାଳୟ ଓ ମନମୋହକ ପରିବେଶର ମଜା ନେଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ