ସ୍ପାନିଶ୍‌ ରାଇସ୍‌ର ମଜା ନିଅନ୍ତୁ


ସ୍ପାନିଶ୍‌ ଖାଦ୍ୟରେ ଅଧିକ ଚାଉଳର ବ୍ୟବହାର ହେଉଥିବା ଦେଖିବାକୁ ମିଳିଥାଏ। ଆପଣ ଯଦି କିଛି ସ୍ପାଇସି ଓ ମଜାଦାର ଖାଦ୍ୟ ଖାଇବାକୁ ଚାହୁଛନ୍ତି, ତେବେ ଘରେ ସ୍ପାନିଶ୍‌ ରାଇସ୍‌ର ମଜା ନେଇପାରିବେ। ଚାଲନ୍ତୁ ଜାଣିବା ଏହି ଡିଶ୍‌ର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୨ କପ୍‌ ବାସୁମତୀ ଚାଉଳ, ୧ ଟି କ୍ୟାପ୍‌ସିକମ୍‌, ୭ରୁ ୮ କୋଲା ରସୁଣ, ୨୦୦ ଗ୍ରାମ୍‌ ଚିଙ୍ଗୁଡ଼ି, ୩ କପ୍‌ ଫୁଟା ପାଣି, ୨ ଟି କଟା ପିଆଜ, ୧ ଟି ଲାଲ୍‌ କ୍ୟାପ୍‌ସିକମ୍‌, ୧୦୦ ଗ୍ରାମ୍‌ ଚୋରିଜୋ, ୨ ଟେବଲସ୍ପୁନ୍‌ ଅଲିଭ୍‌ ଅଏଲ, ୨ ଟେବଲସ୍ପୁନ୍‌ କଟା ଟମାଟୋ, ୨ ଚାମଚ ହଳଦୀ ଗୁଣ୍ଡ, ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ପିଆଜ ଛୋଟ ଛୋଟ କରି କାଟନ୍ତୁ। ଏହାପରେ ଟମାଟୋ କାଟି ଅଲଗା ଏକ ପାତ୍ରରେ ରଖନ୍ତୁ। ଏହାପରେ ଚିଙ୍ଗୁଡ଼ିକୁ ଛଡ଼ାଇ ଏକ ପାତ୍ରରେ ରଖନ୍ତୁ। ଏଥିସହିତ ଚାଉଳକୁ ପାଣିରେ ଭିଜାଇ ରଖନ୍ତୁ। ଏଥିସହିତ କ୍ୟାପ୍‌ସିକମ୍‌, ରସୁଣକୁ କାଟି ରଖନ୍ତୁ। ଏବେ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ଏଥିରେ କଟା ରସୁଣ ପକାନ୍ତୁ। ଏହାପରେ ପିଆଜ ଓ କ୍ୟାପ୍‌ସିକମ୍‌, ଚୋରିଜୋ, ଚିଙ୍ଗୁଡ଼ି, ହଳଦୀ ଗୁଣ୍ଡ ଓ ଲୁଣ ପକାଇ ୨ରୁ ୩ ମିନିଟ୍‌ ଗୋଳାନ୍ତୁ।

ଚୋରିଜୋ ଭଲ ଭାବେ ସିଝି ଗଲା ପରେ ଭିଜା ଚାଉଳ ଏଥିରେ ପକାନ୍ତୁ। ଏଥିସହିତ ଫୁଟା ପାଣି ଢାଳନ୍ତୁ ଓ ଢାଙ୍କୁଣୀରେ ଘୋଡ଼ାଇ ୫ରୁ ୧୦ ମିନିଟ୍‌ ଯାଏ ସିଝାନ୍ତୁ। ପ୍ୟାନ୍‌ର କଭର ବାହାର କରି ଏଥିରେ ଚିଙ୍ଗୁଡ଼ି ପକାଇ କିଛି ସମୟ ସିଝାନ୍ତୁ। ଚାଉଳ ଡ୍ରାଏ ଲାଗିଲେ ଆପଣ କିଛି ପାଣି ମଧ୍ୟ ଦେଇପାରିବେ। ଚାଉଳ ଭଲ ଭାବେ ସିଝିଗଲା ପରେ ଗ୍ୟାସ୍‌ ବନ୍ଦ କରି କିଛି ସମୟ ଘୋଡ଼ାଇ ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ପାନିଶ୍‌ ରାଇସ୍‌ ୱିଥ୍‌ ପ୍ରନ୍‌। ଧନିଆ ପତ୍ରରେ ସଜାଇ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ