ସେକ୍ସ ଲାଇଫ୍‌ ପାଇଁ କଣ୍ଟା ଡେଡ୍‌ ବେଡ୍‌ରୁମ୍ ରିଲେସନଶିପ୍‌


ସେକ୍ସ ଯେ କୌଣସି କପଲଙ୍କ ମଧ୍ୟରେ ମଜବୁତ ସମ୍ପର୍କର ଆଧାର ବୋଲି କୁହାଯାଏ। ତେବେ ଜରୁରୀ ନୁହେଁ, ପ୍ରତ୍ୟେକ କପଲଙ୍କ ସେକ୍ସ ଲାଇଫ୍‌ ଭଲ ଚାଲିଛି। ଅନେକ ସମୟରେ ବାହାଘର ପୂର୍ବରୁ ଦୀର୍ଘ ବର୍ଷ ଯାଏ ରିଲେସନଶିପ୍‌ରେ ଥିବା କପଲ୍ସଙ୍କ ସେକ୍ସୁଆଲ ରିଲେସନଶିପ୍‌ ଖରାପ ହୋଇଯାଏ। ଏହା ପଛରେ ଅନେକ ଗୁଡ଼ିଏ କାରଣ ରହିଛି। ପାର୍ଟନରଙ୍କ ପ୍ରତି ଆକର୍ଷଣର ଅଭାବ, ଚାପ, ଦାୟିତ୍ବର ବୋଝ ଆଦି ସେକ୍ସ ପ୍ରତି ରୁଚି କମ୍‌ ହେବାରେ ଲାଗେ।

ଅନେକ ସମୟରେ ଦେଖାଯାଏ ଜଣେ ପାର୍ଟନର ସେକ୍ସ ଲାଇଫ୍‌କୁ ସୁଧାରିବାକୁ ବହୁତ ଚେଷ୍ଟା କରିଥାନ୍ତି। କିନ୍ତୁ ଅନ୍ୟ ପାର୍ଟନର ଜଣକ ଏଥିରେ କୌଣସି ଆଗ୍ରହ ପ୍ରକାଶ କରି ନ ଥାନ୍ତି ଓ ନିଜ ତରଫରୁ କୌଣସି ଚେଷ୍ଟା ମଧ୍ୟ କରି ନ ଥାନ୍ତି। ଫଳରେ ଏହି ଲୋକମାନେ କିମ୍ବା ଦମ୍ପତି ଚିଡ୍‌ଚିଡ଼ାପଣର ଶିକାର ହୋଇଥାନ୍ତି। ଏଭଳି ସ୍ଥିତି ବା ରିଲେସନଶିପ୍‌କୁ ‘ଡେଡ୍‌ ବେଡରୁମ୍‌ ରିଲେସନଶିପ୍‌’ କୁହାଯାଏ।

ଡେଡ୍‌ ରିଲେସନଶିପ୍‌ କ’ଣ
ଡେଡ୍‌ ରିଲେସନଶିପରେ କପଲ ବର୍ଷକ ଭିତରେ ୬ ଥରରୁ ମଧ୍ୟ କମ୍‌ ଇଣ୍ଟିମେଟ୍‌ ହୋଇଥାନ୍ତି କିମ୍ବା ଯୌନ ସମ୍ପର୍କ ରଖିଥାନ୍ତି। କିନ୍ତୁ ‘ଡେଡ୍‌ ବେଡ୍‌ରୁମ୍‌’ର ଏହି ପରିଭାଷା ଏକ କପଲ୍‌ଙ୍କ ସେକ୍ସୁଆଲ ପ୍ରବୃତ୍ତି ଉପରେ ନିର୍ଭର କରିଥାଏ। ଉଦାହରଣ ସ୍ବରୂପ କୌଣସି ଦମ୍ପତି ସପ୍ତାହରେ କେବଳ ଗୋଟିଏ ଦିନ ସେକ୍ସ କରିବାକୁ ପସନ୍ଦ କରନ୍ତି।

ଡେଡ୍‌ ବେଡ୍‌ରୁମ୍‌ ରିଲେସନଶିପ୍‌ ପାଇଁ ଅନେକ ଜିନିଷ ଦାୟୀ। ଏଥିମଧ୍ୟରୁ ଚାପ, ଦାୟିତ୍ବର ବୋଝ ବଡ଼ କାରଣ। ଏହି କାରଣରୁ ପାର୍ଟନରଙ୍କୁ ପ୍ରଲୋଭିତ କରିବା, ପ୍ଲେଜର, ହନିମୁନ ଭଳି ଜିନିଷରୁ କପଲ ହଟି ଯାଇଥାନ୍ତି। ଫଳରେ ଏହା ନକାରାତ୍ମକ ହୋଇଯାଏ। ଅନେକ ସମୟରେ ଏହି ସ୍ଥିତି ଅବସାଦ ଆଡ଼କୁ ମଧ୍ୟ ନେଇଯାଏ। ମା’ ବାପା ହେବା ପରେ ସେକ୍ସ ଲାଇଫ୍‌ରେ ବହୁତ ପରିବର୍ତ୍ତନ ଆସିଯାଏ। ଏହାବ୍ୟତୀତ ଆଜିକାଲି ଅସ୍ବାସ୍ଥ୍ୟକର ଲାଇଫ୍‌ଷ୍ଟାଇଲ୍‌ ଓ ଖାଦ୍ୟପେୟ ମଧ୍ୟ ଯୌନ ଇଚ୍ଛା କମ୍‌ କରିଦିଏ। ଯାହା ଶେଷରେ ଡେଡ୍‌ ବେଡ୍‌ରୁମ୍‌ ରିଲେସନଶିପ୍‌ର କାରଣ ପାଲଟିପାରେ।

ଡେଡ୍‌ ବେଡ୍‌ରୁମ୍‌ ରିଲେସନଶିପ୍‌ରୁ କିପରି ରକ୍ଷା ପାଇବେ
ସେକ୍ସ ଲାଇଫ୍‌କୁ ସୁଧାରିବା, ଏହାକୁ ପୁଣିଥରେ ରୋମାଞ୍ଚକ ଓ ରୋମାଣ୍ଟିକ୍‌ କରିବା ଲାଗି ଦମ୍ପତି ପରସ୍ପର ସହିତ ଆଲୋଚନା କରିବା ଉଚିତ। ସେମାନଙ୍କ ମଧ୍ୟରେ ଥିବା ସମସ୍ୟା ପରସ୍ପର ସହିତ ଶେୟାର କରିବା ଉଚିତ। ଏହାବ୍ୟତୀତ ଆପଣ ପାର୍ଟନରଙ୍କୁ ଅନୁଭବ କରାନ୍ତୁ ଯେ ପ୍ରତ୍ୟେକ ସ୍ଥିତିରେ ଆପଣ ତାଙ୍କ ସହିତ ଅଛନ୍ତି। ସମୟ ବାହାର କରି କେଉଁ ଆଡ଼େ ଏକାଠି ବୁଲି ଯାଆନ୍ତୁ। ରୋମାଣ୍ଟିକ୍‌ ଟ୍ରିପ୍‌ ପ୍ଲାନ୍‌ କରନ୍ତୁ। ଫୋରପ୍ଲେ ଟେକ୍‌ନିକ୍‌ ବ୍ୟବହାର କରନ୍ତୁ ଓ ରୋମାଣ୍ଟିକ୍‌ କଥା ହୁଅନ୍ତୁ। ଏହି ଉପାୟ ସେକ୍ସ ଲାଇଫ୍‌ରେ ଉନ୍ନତି କରିବାରେ ବେଶ୍ ସାହାଯ୍ୟ କରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ