ଗାର୍ଲଫ୍ରେଣ୍ଡଙ୍କ ପାଇଁ ଜହ୍ନଯାତ୍ରାର ଲୋଭନୀୟ ଅଫର

ଏଭଳି ବିଞାପନ ମାଧ୍ୟମରେ ନିଃସଙ୍ଗ କୋଟିପତି ଖୋଜୁଛନ୍ତି ବାନ୍ଧବୀ

ଲୋକେ କେବଳ ନିଜ ପ୍ରେମିକା, ପତ୍ନୀ ବା ଗାର୍ଲଫ୍ରେଣ୍ଡଙ୍କୁ ଜହ୍ନ, ତାରା ଆଣିଦେବାର ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ଏହି କୋଟିପତି ଜଣକ ନିଜର ଗାର୍ଲଫ୍ରେଣ୍ଡଙ୍କୁ ନେଇ ଜହ୍ନକୁ ଯାତ୍ରା କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଏହି ବ୍ୟକ୍ତିଜଣକ ଏକ ବିଞାପନ ମଧ୍ୟ ଜାରି କରିଛନ୍ତି। ଯେଉଁଥିରେ ଲେଖାଯାଇଛି - ୨୦ ବର୍ଷ କିମ୍ବା ଏହାଠାରୁ ଊର୍ଦ୍ଧ୍ବ ବୟସର ଯେକୌଣସି ଯୁବତୀ ଯଦି ତାଙ୍କର ଗାର୍ଲଫ୍ରେଣ୍ଡ ହେବେ, ତେବେ ସେ ତାଙ୍କୁ ଜହ୍ନକୁ ନେଇଯିବେ। ଏହି କୋଟିପତିଙ୍କ ନାମ ହେଉଛି ୟୁସାକୁ ମେଇଜାବା।

ୟୁସାକୁ ଜାପାନର ବାସିନ୍ଦା। ତାଙ୍କୁ ଏକ ଗାର୍ଲଫ୍ରେଣ୍ଡ ଆବଶ୍ୟକ। ଯାହାକୁ ନେଇ ସେ ଜହ୍ନକୁ ଯାତ୍ରା କରିବାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ନିଜର ସମସ୍ତ ସୋସାଲ ମିଡିଆ ସାଇଟରେ ବିଞାପନ ଦେଇଛନ୍ତି। ବିଞାପନର ସୂଚନା ଅନୁଯାୟୀ ଯିଏ ୟୁସାକୁଙ୍କ ଗାର୍ଲଫ୍ରେଣ୍ଡ ହେବ, ସେ ୟୁସାକୁଙ୍କୁ ପ୍ରତିଟି ମୁହୂର୍ତ୍ତ ଭଲପାଉଥିବ ବୋଲି ସେ ଆଶା ରଖନ୍ତି। ଯେଉଁମାନେ ୟୁସାକୁଙ୍କ ଗାର୍ଲଫ୍ରେଣ୍ଡ ହେବା ପାଇଁ ଇଚ୍ଛୁକ, ସେମାନେ ଏଥିପାଇଁ ଆବେଦନ କରିବେ। ଆବେଦନ କରିବାର ଶେଷ ତାରିଖ ୧୭ ଜାନୁଆରୀ ୨୦୨୦ ରହିଛି। ୟୁସାକୁଙ୍କ ବୟସ ଏବେ ୪୪ ବର୍ଷ। ତାଙ୍କର ପ୍ରଥମ ପ୍ରେମିକା ତାଙ୍କୁ ଛାଡ଼ିଦେଇ ଯାଇଛି। ସେ ଏବେ ନିଃସଙ୍ଗତାର ଜୀବନ ଜିଉଁଛନ୍ତି। ଏଥିପାଇଁ ତାଙ୍କୁ ଭଲପାଉଥିବା ଭଳି ଗାର୍ଲଫ୍ରେଣ୍ଡର ଆବଶ୍ୟକତା ସେ ଲୋଡ଼ିଛନ୍ତି। ୟୁସାକୁ ତିନୋଟି ସନ୍ତାନର ଜନକ। ତାଙ୍କର ପ୍ରେମିକା ଅଲାମେ ଗୋରିକିଙ୍କ ସହ ବ୍ରେକଅପ ହୋଇଯାଇଛି। ଅଲାମେ ଜାପାନ ଚଳଚ୍ଚିତ୍ର ଜଗତର ଜଣେ ପ୍ରମୁଖ ଅଭିନେତ୍ରୀ।

ୟୁସାକୁ ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା କୌଣସି ଏକ ଯୁବତୀଙ୍କୁ ମନୋନୟନ କରିବେ। ଆବେଦନ କରିଥିବା ପ୍ରତ୍ୟେକ ଯୁବତୀଙ୍କ ସହ ବାର୍ତ୍ତାଳାପ କରି ଯାହାକୁ ସେ ମନୋନୀତ କରିବେ, ତାଙ୍କୁ ନେଇ ଜହ୍ନକୁ ଯାତ୍ରା କରିବେ। ପୂର୍ବରୁ ତାଙ୍କ ନିକଟରେ ‘ଜୋଜୋ’ ନାମକ ଗୋଟିଏ ଫ୍ୟାଶନ କମ୍ପାନୀ ଥିଲା। ଯାହାକୁ ସେ ଗତବର୍ଷ ବିକ୍ରି କରିଦେଇଛନ୍ତି। ସାରା ବିଶ୍ବରୁ ମହଙ୍ଗା କଳାକୃତି କିଣିବାରେ ୟୁସାକୁଙ୍କ ନିଆରା ଏକ ପରିଚୟ ରହିଛି। ସେ ୨୦୧୩ରେ ଜହ୍ନ ରାଇଜକୁ ଯାତ୍ରା କରିବେ। ଏଲନ ମସ୍କଙ୍କ ରକେଟ୍‌ ସ୍ପେସ ଏକ୍ସ ଜରିଆରେ ଜହ୍ନକୁ ଯାତ୍ରା କରିବାରେ ସେ ହେବେ ପ୍ରଥମ ଗ୍ରାହକ। ଏଲନ ମସ୍କ ଆମେରିକାର ଜଣେ ମିଲିଅନେୟର। ତାଙ୍କର ସ୍ପେସ ଏକ୍ସ ରକେଟ୍‌ ବିଶ୍ବରେ ପ୍ରଥମ କରି ଘରୋଇ ବ୍ୟକ୍ତିମାନଙ୍କୁ ମହାକାଶକୁ ପଠାଇବାର କାର୍ଯ୍ୟ କରୁଛି। ୟୁସାକା ପ୍ରଥମ ଘରୋଇ ଯାତ୍ରୀ ଭାବେ ନିଜର ଭାବି ପ୍ରେମିକାକୁ ନେଇ ଜହ୍ନ ଯାତ୍ରାର ଯୋଜନା କରିସାରିଛନ୍ତି।

ସ୍ବପ୍ନ ନୁହେଁ, ଏହା ବାସ୍ତବ। ନିଜ ସାଙ୍ଗରେ ଜହ୍ନକୁ ନେଇଯିବା ପାଇଁ ଗାର୍ଲଫ୍ରେଣ୍ଡ ଅନ୍ବେଷଣରେ ଜଣେ କୋଟିପତି ଥିବା ଜାଣି ଏବେ ଜାପାନ ସମେତ ବିଭିନ୍ନ ଦେଶରେ ଯୁବତୀମାନଙ୍କ ଉତ୍ସାହ ବଢ଼ିଥିବା ଜଣାପଡ଼ିଛି। ୟୁସାକାଙ୍କ ନୂଆ ଗାର୍ଲଫ୍ରେଣ୍ଡ ଅନ୍ବେଷଣରେ ‘ଆବେନା ଟିଭି’ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ଏହି କାର୍ଯ୍ୟକ୍ରମର ନାମ ‘ଫୁଲ୍‌ ମୁନ ଲଭର୍ସ’ ରଖାଯାଇଛି।

ୟୁସାକା ଟ୍ବିଟର ଫଲୋଅର୍ସଙ୍କୁ ଦେବେ ୯୦ ଲକ୍ଷ ଡଲାର
ୟୁସାକାଙ୍କ ଗାର୍ଲଫ୍ରେଣ୍ଡ ହେବା ପାଇଁ ଆବେଦନର ଶେଷ ତାରିଖ ରହିଛି ଜାନୁଆରୀ ୧୭ ତାରିଖ। ଚଳିତ ମାର୍ଚ୍ଚ ସୁଦ୍ଧା ଏହି ପ୍ରକ୍ରିୟା ସରିବ। ଟ୍ବିଟରରେ ଏଭଳି ଘୋଷଣା ୟୁସାକାଙ୍କ ନୂଆ ନୁହେଁ। ଏହି ବର୍ଷ ଆରମ୍ଭରୁ ସେ ଏକ ସୋସାଲ ଏକ୍ସପେରିମେଣ୍ଟ କରିବା ପାଇଁ ୯୦ ଲକ୍ଷ ଡଲାରର ଅର୍ଥ ରାଶି ନିଜର ୧୦୦୦ ଜଣ ଟ୍ବିଟର ଫଲୋଅର୍ସଙ୍କୁ ଦେବାର ଘୋଷଣା କରିଥିଲେ। ୨୦୨୩ରେ ଜହ୍ନଯାତ୍ରା ପାଇଁ ସେ ‘ଜୋଜୋ’ ନାମକ କମ୍ପାନୀର ୩୦ ପ୍ରତିଶତ ଅଂଶଧନ ବିକ୍ରି କରି ସେ ବାବଦକୁ ୨.୩ ଅରବ ଡଲାରର ଅର୍ଥ ରାଶି ହାସଲ କରିଛନ୍ତି ଏବଂ ଏହି କାରଣରୁ ସେ କମ୍ପାନୀର ଅଧ୍ୟକ୍ଷ ପଦ ବି ତ୍ୟାଗ କରିଛନ୍ତି।

ବ୍ୟସ୍ତବିବ୍ରତ ଜୀବନଚର୍ଯ୍ୟା ଭିତରେ ଜଣେ ଗୋଟିଏ ଭଲ ଜୀବନସାଥୀ ଖୋଜିଥାନ୍ତି। ଅମାପ ପ୍ରାଚୁର୍ଯ୍ୟ ଭିତରେ ବି ନିଃସଙ୍ଗତାକୁ ଦୂର କରିବା ପାଇଁ ଜୀବନସାଥୀଟିଏର ଆବଶ୍ୟକତା ପଡ଼ିଥାଏ, ଯାହାଙ୍କୁ ପ୍ରତ୍ୟେକ ସୁଖ ଦୁଃଖରେ ଭାଗିଦାର କରାଇହେବ। ପ୍ରେମିକା ତଥା ଜୀବନସାଥୀ ନିଜ ଜୀବନରୁ ଦୂରେଇ ଯିବା ପରେ ନିଃସଙ୍ଗତାର ମୁହୂର୍ତ୍ତ ଜିଉଁଥିବା ଏହି ଉଦ୍ୟୋଗପତି ଏବେ ଜହ୍ନକୁ ନେଇଯିବାର ପ୍ରତିଶ୍ରୁତି ଦେଇ ନିଜର ଜୀବନସାଥୀ ପାଇଁ ବିଞାପନ ଦେବା ସାରା ବିଶ୍ବରେ ଚର୍ଚ୍ଚିତ ପ୍ରସଙ୍ଗ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ