ତିଆରି କରନ୍ତୁ ମ୍ୟାଗି ପକୁଡ଼ି


ଆପଣ ବିଭିନ୍ନ ପ୍ରକାରର ପକୁଡ଼ି ଖାଇଥିବେ। କେବେ ମ୍ୟାଗି ପକୁଡ଼ି ଖାଇଛନ୍ତି କି? ସେହିପରି ମ୍ୟାଗିକୁ ମଧ୍ୟ ଆପଣ ବିଭିନ୍ନ ପ୍ରକାରରେ ତିଆରି ଖାଇଥିବେ। କିନ୍ତୁ ଏଠାରେ ଆପଣଙ୍କ ପାଇଁ ଚିଜ୍‌ ମ୍ୟାଗି ପକୁଡ଼ିର ରେସିପି ଦିଆଯାଇଛି। ଚାଲନ୍ତୁ ଜାଣିବା ଏହାକୁ ପ୍ରସ୍ତୁତି କରିବାର ସହଜ ଉପାୟ ସମ୍ପର୍କରେ।

କ’ଣ ଦରକାର
୧୫୦ ଗ୍ରାମ୍‌ ମ୍ୟାଗି କିମ୍ବା ନୁଡଲ୍ସ, ଅଧ ଚାମଚ ଲୁଣ, ୨ ଚାମଚ ଲଙ୍କା ଗୁଣ୍ଡ, ୨ ଚାମଚ ମକା ଗୁଣ୍ଡ, ଅଧ କପ୍‌ ଚିଜ୍‌ କ୍ୟୁବ୍‌ସ, ଅଧ ଚାମଚ କ୍ୟାପ୍‌ସିକମ୍‌, ୨ କପ୍‌ ରିଫାଇନ୍‌ ତେଲ ଓ ପାଣି।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ କ୍ୟାପ୍‌ସିକମ୍‌କୁ ଧୋଇ ଭଲ ଭାବେ କାଟନ୍ତୁ। ପ୍ୟାନ୍‌ରେ ପାଣି ଗରମ କରି ମ୍ୟାଗି କିମ୍ବା ନୁଡଲ୍ସକୁ ସିଝାନ୍ତୁ। ଯେତେବେଳେ ମ୍ୟାଗି ସିଝି ଯିବ, ଏହାକୁ ଏକ ପାତ୍ରକୁ ବାହାର କରନ୍ତୁ। ଅନ୍ୟ ଏକ ପାତ୍ରରେ କ୍ୟାପ୍‌ସିକମ୍‌, ଚିଜ୍‌ କ୍ୟୁବ୍‌ସ, ଲୁଣ, ଲଙ୍କା ଗୁଣ୍ଡ ଓ ମକା ଅଟା ମିଶାନ୍ତୁ। ଏଥିରେ ଏବେ ସିଝା ମ୍ୟାଗି ପକାନ୍ତୁ। କଡ଼ାଇରେ ତେଲ ଗରମ କର ମ୍ୟାଗି ବ୍ୟାଟରକୁ ପକୁଡ଼ି ଶେପ୍‌ରେ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଡିପ୍‌ ଫ୍ରାଏ କରନ୍ତୁ। ପକୁଡ଼ି ଛାଣି ହୋଇଗଲା ପରେ ଏହାକୁ ଆଲୁମିନିୟମ ଫଏଲ୍‌ରେ ବାହାର କରନ୍ତୁ। ଯାହାଫଳରେ ଅତିରିକ୍ତ ତେଲ ବାହାରିଯିବ। ଏବେ ପ୍ରସ୍ତୁତ ହୋଇଗଲା ମ୍ୟାଗି ପକୁଡ଼ି। ଏହାକୁ ଆପଣ ସସ୍‌ କିମ୍ବା ଚା’ ସହିତ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ