ରୋଗରେ ପକାଇପାରେ ଏସବୁ ଷ୍ଟ୍ରୀଟ୍‌ ଫୁଡ୍‌


ଷ୍ଟ୍ରୀଟ୍‌ ଫୁଡ୍‌ ଅର୍ଥାତ୍‌ ରାସ୍ତା କଡ଼ରେ ମିଳୁଥିବା ଚଟପଟା ଖାଦ୍ୟ। ବହୁତ କମ୍‌ ଲୋକ ଅଛନ୍ତି, ଯେଉଁମାନେ ଷ୍ଟ୍ରୀଟ୍‌ ଫୁଡ୍‌ ଖାଇବାକୁ ପସନ୍ଦ କରନ୍ତିନି। ତେବେ ଯେଉଁ ଖାଦ୍ୟ ସଡ଼କରେ ଖୋଲାରେ ବିକ୍ରି ହେଉଛି, ଆପଣ ଭାବନ୍ତୁ, ତାହାକୁ ଖାଇବା ଫଳରେ ଆପଣଙ୍କ ଶରୀରକୁ କେତେ କ୍ଷତି ପହଞ୍ଚି ପାରେ। ଚାଲନ୍ତୁ ଜାଣିବା ଷ୍ଟ୍ରୀଟ୍‌ ଫୁଡ୍‌ ଆପଣଙ୍କୁ କେତେମାତ୍ରାରେ କ୍ଷତି ପହଞ୍ଚାଇ ପାରେ।

ଗୁପ୍‌ଚୁପ୍‌
ଗୁପ୍‌ଚୁପ୍‌ର ଖଟାପାଣି ପାଇଁ ବ୍ୟବହାର କରାଯାଉଥିବା ପାଣି, ଜରୁରୀ ନୁହେଁ କି ଭଲ ସ୍ଥାନରୁ ନିଆଯାଇ ଥିବ। ପ୍ରଦୂଷିତ ପାଣି ପାଣି ଆପଣଙ୍କୁ ବହୁତ ମାତ୍ରାରେ କ୍ଷତି ପହଞ୍ଚାଇପାରେ। ଏହାଫଳରେ ଆପଣଙ୍କୁ ଖୁବ୍‌ଶୀଘ୍ର ଫୁଡ୍‌ ପଏଜନିଂ ସମସ୍ୟା ହୋଇପାରେ। ଏଥିସହିତ ଖୋଲାରେ ରଖା ଯାଇଥିବା ଗୁପ୍‌ଚୁପ୍‌ରେ ସଡ଼କରେ ଚାଲୁଥିବା ଗାଡ଼ିର ଧୂଆଁ ଓ ଧୂଳି ଲାଗିଥାଏ। ଯାହା ଆପଣଙ୍କୁ ଶୀଘ୍ର ଓ ଅଧିକ ରୋଗରେ ପକାଇବାର କାରଣ ପାଲଟିପାରେ।

ଛୋଲେ-ଭଟୁରେ
ଅଏଲି ଫୁଡ୍‌ ସ୍ବାସ୍ଥ୍ୟ ପାଇଁ ଭଲ ହୋଇ ନ ଥାଏ। ଗୋଟିଏପଟେ ଅଏଲି ଫୁଡ୍‌ ସ୍ବାସ୍ଥ୍ୟ ଖରାପ କରୁଥିବାବେଳେ ଅନ୍ୟପଟେ ବାରମ୍ବାର ବ୍ୟବହାର କରାଯାଉଥିବା ତେଲରେ ପ୍ରସ୍ତୁତ ଷ୍ଟ୍ରୀଟ୍‌ ଫୁଡ୍‌ ଆପଣଙ୍କୁ କ୍ଷତି ପହଞ୍ଚାଇଥାଏ। ଏପରିସ୍ଥଳେ ସବୁବେଳେ ଚେଷ୍ଟା କରନ୍ତୁ ଉତ୍ତମ ଓ ଭରସାଯୋଗ୍ୟ ହୋଟେଲ୍‌ରୁ ଛୋଲେ ଭଟୁରେ ଖାଇବାକୁ। ଯଥାସମ୍ଭବ କମ୍‌ ଖାଆନ୍ତୁ। ଏଥିସହିତ କଚୋଡ଼ି, ସମୋସା ମଧ୍ୟ ଆପଣଙ୍କ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ।

ପାଓ ଭାଜି
ଆପଣ ଦେଖିଥିବେ ଯେଉଁଭଳି ଭାବେ ସଡ଼କରେ ଖୋଲାରେ ପାଓଭାଜି ପ୍ରସ୍ତୁତ କରାଯାଉଛି। ଏହାକୁ ପ୍ରସ୍ତୁତ କରିବାବେଳେ ଧୂଆଁ ଓ ପ୍ରଦୂଷଣ ଅନେକ ମାତ୍ରାରେ ଲାଗିଥାଏ। ତରକାରୀ ଓ ଭାଜି ତିଆରି କରିବାବେଳେ ବ୍ୟବହାର ହେଉଥିବା ଲହୁଣୀ ସ୍ବାସ୍ଥ୍ୟ ଖରାପ କରିପାରେ।

ମିଠା
ଯେଉଁ ମିଠା ଦୋକାନୀ ଖୋଲାରେ ବସି ଘିଅରେ ମିଠା ପ୍ରସ୍ତୁତ କରୁଛନ୍ତି, ଏହାର ସେବନ କରିବା ଦ୍ବାରା ମଧ୍ୟ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଘିଅ ଖୁବ୍‌ଶୀଘ୍ର ସଡ଼କର ଧୂଳି ଧୂଆଁକୁ ଅବଶୋଷଣ କରି ନିଏ। ଯେଉଁ କାରଣରୁ ଏଥିରେ ତିଆରି ହେଉଥିବା ମିଷ୍ଟାନ୍ନ ଆପଣଙ୍କୁ ଗମ୍ଭୀର ରୋଗର ଶିକାର କରିପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ