ଭନ୍‌ସାଲୀଙ୍କ ଫିଲ୍ମରେ କରନ-ଅର୍ଜୁନ ଯୋଡ଼ି!


ଦୀର୍ଘ ବର୍ଷ ପରେ କରନ-ଅର୍ଜୁନ ଯୋଡ଼ି ତଥା ସଲମାନ ଖାନ ଓ ଶାହରୁଖ ଖାନଙ୍କ ଯୋଡ଼ି ବଡ଼ ପରଦାରେ ଏକାଠି ନଜର ଆସିବାକୁ ପ୍ରସ୍ତୁତ ହେଉଛନ୍ତି। ୨୫ ବର୍ଷ ପୂର୍ବେ ୧୩ ଜାନୁଆରୀ ୧୯୯୫ରେ ରାକେଶ ରୋଶନଙ୍କ ଦ୍ବାରା ନିର୍ଦେଶିତ ଫିଲ୍ମ ‘କରନ ଅର୍ଜୁନ’ ସିନେମାଘରେ ରିଲିଜ୍‌ ହୋଇଥିଲା। ମିଳିଥିବା ଖବର ଅନୁସାରେ ସଞ୍ଜୟ ଲୀଲା ଭନ୍‌ସାଲୀ ତାଙ୍କ ଆଗାମୀ ସିନେମା ପାଇଁ ଏହି ଯୋଡ଼ି ରାଜି ହୋଇଛନ୍ତି। ପୂର୍ବରୁ ମଧ୍ୟ ଅନେକ ଥର ସଲମାନ ଓ ଶାହରୁଖଙ୍କ ଏକାଠି କାମ କରିବା ଲାଗି ଚେଷ୍ଟା କରାଯାଇଛି। ଅନେକ ରାଇଟର, ଫିଲ୍ମ ନିର୍ମାତା ଓ ନିର୍ଦେଶକ ଏପରି କରିବା ଲାଗି ଚେଷ୍ଟା କରି ସାରିଛନ୍ତି। ଶେଷରେ ଭନ୍‌ସାଲୀ ତାଙ୍କୁ ଏକ ସୁନ୍ଦର ସ୍କ୍ରିପ୍ଟ ଦେଇଛନ୍ତି। ଯାହା ଉଭୟଙ୍କୁ ବହୁତ ପସନ୍ଦ ଆସିଛି।

ମିଡିଆ ରିପୋର୍ଟ ମୁତାବକ ସଲମାନ ଓ ଶାହାରୁଖଙ୍କ ସହିତ ଭନ୍‌ସାଲୀ ଏହି ପ୍ରୋଜେକ୍ଟର ଅନ୍ତିମ ରୂପ ଦେବା ଲାଗି ସାକ୍ଷାତ କରିଥିଲେ। ସବୁଠାରୁ ବଡ଼ କଥା ହେଉଛି ଏହା ପୂର୍ବରୁ ଭନ୍‌ସାଲୀଙ୍କ ‘ଇନ୍‌ସାଲ୍ଲାହ’ ସିନେମାରେ ସଲମାନ କାମ କରିବାର ଥିଲା। ଏଥିରେ ତାଙ୍କ ସହ ଆଲିଆ ଭଟ୍ଟ ଅଭିନୟ କରିବାର ଥିଲା। କିନ୍ତୁ କୌଣସି କାରଣ ପାଇଁ ଏହି ପ୍ରୋଜେକ୍ଟ ବନ୍ଦ ହୋଇଯାଇଥିଲା। ଏହାପରେ ସଲମାନ ଓ ଭନ୍‌ସାଲୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିବା କୁହାଯାଉଥିଲା। ତେବେ ଏବେ ଜଣାପଡ଼ୁଛି ଭନ୍‌ସାଲୀ ଓ ସଲମାନଙ୍କ ମଧ୍ୟରେ ସବୁକିଛି ଠିକ୍‌ଠାକ୍‌ ହୋଇଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ