ମଦନଲାଲ ଓ ଗମ୍ଭୀରଙ୍କୁ ସିଏସିରେ ସ୍ଥାନ ଦେବ ବିସିସିଆଇ!


ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୂର୍ବତନ କ୍ରିକେଟର ମଦନଲାଲ ଓ ଗୌତମ ଗମ୍ଭୀରଙ୍କୁ କ୍ରିକେଟ ଆଡଭାଇଜରୀ କମିଟି (ସିଏସି)ରେ ସ୍ଥାନ ଦେବା ପାଇଁ ଆପାତତଃ ନିଷ୍ପତ୍ତି ନେଇଛି। ସିଏସି କମିଟିର ତୃତୀୟ ସଦସ୍ୟ ଭାବେ ମୁମ୍ବାଇର ମହିଳା କ୍ରିକେଟର ସୁଲକ୍ଷଣା ନାଏକ ସ୍ଥାନ ପାଇବାର ମଧ୍ୟ ସମ୍ଭାବନା ରହିଛି। ସିଏସି ପରବର୍ତ୍ତୀ ଖେଳାଳି ଚୟନ କମିଟିର ଖାଲି ହେବାକୁ ଥିବା ୨ଟି ସ୍ଥାନ ପାଇଁ ସଦସ୍ୟ ଚୟନ କରିବ। ଦୁଇ ନୂଆ ସଦସ୍ୟ ୨୦୨୦ରୁ ୪ ବର୍ଷ ପାଇଁ ଚୟନ କମିଟିରେ ସ୍ଥାନ ପାଇବେ। ଚୟନ କମଟିର ଅନ୍ୟ ୩ ସଦସ୍ୟଙ୍କ କାର୍ଯ୍ୟକାଳ ଆହୁରି ବର୍ଷେ ପରେ ଶେଷ ହେବ ବୋଲି ମଧ୍ୟ ଜଣାପଡ଼ିଛି।

ମଦନଲାଲ ବରିଷ୍ଠ ହୋଇଥିବାରୁ ତାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହେବ। କମିଟି ମାତ୍ର ଥରଟିଏ ବସିବ ବୋଲି ମଧ୍ୟ କୁହାଯାଉଛି। କାରଣ କେବଳ ଦକ୍ଷିଣାଞ୍ଚଳ ଜୋନ୍‌ରୁ ପ୍ରତିନିଧିତ୍ବ କରୁଥିବା ଏମ୍‌ଏସ୍‌କେ ପ୍ରସାଦ (ଚୟନ କମିଟି ଅଧ୍ୟକ୍ଷ) ଓ କେନ୍ଦ୍ରାଞ୍ଚଳର ଗଗନ ଖୋଡ଼ାଙ୍କ ସ୍ଥାନରେ ଚୟନ କମିଟି ନୂଆ ସଦସ୍ୟଙ୍କୁ ମନୋନୟନ କରିବ। ଉତ୍ତରାଞ୍ଚଳ ଜୋନ୍‌ର ସନ୍ଦୀପ ସିଂହ, ପୂର୍ବଞ୍ଚଳ ଜୋନ୍‌ରୁ ଦେବାଙ୍ଗ ଗାନ୍ଧି ଓ ପଶ୍ଚିମାଞ୍ଚଳ ଜୋନ୍‌ରୁ ଯନ୍ତୀନ ପରାଞ୍ଜପେ ସେମାନଙ୍କ ଦାୟିତ୍ବରେ ଆଉ ବର୍ଷେ ଲେଖାଏଁ କାମ କରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ